PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜସ୍ଥାନରେ ବଡ଼ ରାଜନୈତିକ ହଲଚଲ । ଇସ୍ତଫା ଦେଲେ ୯୨ ବିଧାୟକ । ରଦ୍ଦ ହେଲା କଂଗ୍ରେସ ବିଧାୟକ ଦଳ ବୈଠକ ।
  • ||
  • ଲମତାପୁଟ : ୮ଲକ୍ଷ ଟଙ୍କାର ଗଞ୍ଜେଇ ଵୋଝେଇ କାର ଜବତ, ମାଫିଆ ଫେରାର
  • ||
  • ଧର୍ମଗଡ଼ : ୩ କୁଇଣ୍ଟାଲ ୨୦ କେ.ଜିର ଜବତ, ଜଣେ ଗିରଫ
  • ||
  • ବାଲିଗୁଡ଼ା : ଆବାସିକ ବିଦ୍ୟାଳୟରେ ସପ୍ତମ ଶ୍ରେଣୀ ଛାତ୍ରୀ ଗର୍ଭବତୀ, ସନ୍ଦିଗ୍ଧ ଛାତ୍ର ଅଟକ
  • ||
  • କଣ୍ଟାବାଞ୍ଜି : ତ୍ରିନାଥ ମନ୍ଦିରରୁ ଚୋରି, ଦାନବାକ୍ସ ଭାଙ୍ଗି ଟଙ୍କା ଓ ରୂପାର ଝୁମର ଚୋରି କରିନେଲେ ଦୁର୍ବୃତ୍ତ
  • ||
  • ଢେଙ୍କାନାଳ : ଢେଙ୍କାନାଳ ସଦର ଥାନା କାଙ୍କଡ଼ପାଳ ଗ୍ରାମରେ ବଚସାକୁ ନେଇ ଫାଙ୍କା ଗୁଳିଚାଳନା, ଭୟରେ ଖସିପଡ଼ି ଜଣେ ଆହତ, ଘଟଣା ସ୍ଥଳରୁ ୩ ଖୋକା ଜବତ
  • ||

ପୁଣି ଲଜ୍ଜା! ଯାତ୍ରା ଦେଖି ଫେରୁଥିବାବେଳେ ଭାଇ ସାମ୍ନାରେ ଭଉଣୀ ଉଠାଇ ନେଇ ଗଣଦୁଷ୍କର୍ମ

ଭଦ୍ରକ ୪/୧୧: ପୁଣି ଲଜ୍ୟା! ନାବାଳିକାଙ୍କୁ ରାସ୍ତାର ଉଠାଇନେଇ ଗଣଦୁଷ୍କର୍ମ। ଚାନ୍ଦବାଲି ବ୍ଲକ ବଡ଼ଓସ୍ତିଆ ପଞ୍ଚାୟତ ଜଣେ ନାବାଳିକା ଛାତ୍ରୀ ତାଙ୍କ ଭାଇଙ୍କ ସହ ଚାନ୍ଦବାଲିରୁ ଯାତ୍ରା ଦେଖି ଫେରୁଥିବା ବେଳେ ଘଟିଛି ଅଘଟଣ। ୪ଜଣ ଯୁବକଚାନ୍ଦବାଲି କଲେଜ ରୋଡ଼ ଫାୟାର ଷ୍ଟେସନ୍ ନିକଟରେ ନାବାଳିକା ଭାଇଙ୍କୁ ମାଡ଼ ମାରି ନାବାଳିକା ଛାତ୍ରୀଙ୍କୁ ରାସ୍ତାରୁ ଉଠାଇ ନେଇ ଗଣଦୁଷ୍କର୍ମ କରି ବାଇକ୍ ଫୋରାର ହୋଇଥିବା ବେଳେ ଘଟଣା ସ୍ଥଳରେ ଜଣେ ଯୁବକଙ୍କୁ ଧରିବା ପରେ ପୁଲିସକୁ ଜିମା ଦେଇଛନ୍ତି ଗ୍ରାମବାସୀ।

ସୂଚନାଯୋଗ୍ୟ ଯେ, ଗତକାଲି ବିଳମ୍ବିତ ରାତିରେ ନାବାଳିକା ଛାତ୍ରୀ ଭାଇଙ୍କ ସହ ଚାନ୍ଦବାଲିରୁ ଯାତ୍ରା ଦେଖି ଫେରୁଥିବା ବେଳେ ୪ଜଣ ଯୁବକ ଚାନ୍ଦବାଲି କଲେଜ ରୋଡ଼ ଫାୟାର ଷ୍ଟେସନ୍ ନିକଟରେ ନାବାଳିକା ଭାଇଙ୍କୁ ମାଡ଼ ମାରି ଭାଇ ସାମ୍ନାରେ ଭଉଣୀ ଉଠାଇ ନେଇ ଗଣଦୁଷ୍କର୍ମ କରିଛନ୍ତି। ଛାତ୍ରୀ ଜୋରରେ ଚିତ୍କାର କରିବାରୁ ଯାତ୍ରାରୁ ଫେରୁଥିବା ଅନ୍ୟ ଲୋକମାନେ ଘଟଣା ସ୍ଥଳରେ ପହଞ୍ଚି  ଯିବାରୁ ଛାତ୍ରୀଙ୍କୁ ଛାଡ଼ି ଅଭିଯୁକ୍ତ ମାନେ ବାଇକ୍‌ରେ ଫେରାର ହୋଇଯାଇଥିଲେ । ଘଟଣା ସ୍ଥଳରୁ ଜଣେ ଅଭିଯୁକ୍ତ ଯୁବକକୁ ଗ୍ରାମବାସୀ ଧରିନେଇ ଏକ ଟେଲିଫୋନ ଖୁଣ୍ଟରେ ବାନ୍ଧି ପକାଇ ନିର୍ଦ୍ଧୁମ ଛେଚିଥିଲେ ।

ଲୋକଙ୍କ ଠାରୁ ଖବର ପାଇ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଅଭିଯୁକ୍ତ ଯୁବକକୁ ଗ୍ରାମବାସୀଙ୍କ ଠାରୁ ଉଦ୍ଧାର କରି ଥାନାକୁ ଆଣିବା ସହ ଅଧିକ ତଦନ୍ତ ଜାରି ରଖିଛି। ଫେରାର ଥିବା ଯୁବକଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ଉ କରିବା ସୂଚନା ମିଳିଛି।

ସମ୍ବନ୍ଧିତ ଖବର