ନୀଳଗିରି,୧୩/୭ : FM କଲେଜରେ ଛାତ୍ରୀ ଆତ୍ମାହୁତି ଉଦ୍ୟମ ଘଟଣାରେ ଉଚ୍ଚଶିକ୍ଷା ବିଭାଗର ତଦନ୍ତ । ରାଜ୍ୟ ସରକାରଙ୍କ ନିର୍ଦ୍ଦେଶରେ ଆସିଥିବା ଉଚ୍ଚଶିକ୍ଷା ବିଭାଗର ୩ ଜଣିଆ ଟିମ୍ ଦୀର୍ଘ ୪ ଘଣ୍ଟାର ତଦନ୍ତ ପ୍ରକ୍ରିୟାରେ ସାମିଲ ହୋଇ ଫେରିଛନ୍ତି ସମ୍ପର୍କୀୟ ଭାଇ ସାମିଲ ହେବାକୁ ଚାହୁଁଥିଲେ ମଧ୍ୟ ତାଙ୍କୁ କ୍ୟାମ୍ପସ ଭିତରକୁ ଛାଡ଼ିଲେନି ପୋଲିସ ।
ଅନ୍ୟପଟେ ଏହି ଘଟଣାକୁ ନେଇ କ୍ରାଇମବ୍ରାଞ୍ଚର ତଦନ୍ତ ଆରମ୍ଭ କରିଛି। କଲେଜରେ କ୍ରାଇମବ୍ରାଞ୍ଚର ଦୁଇ ଜଣିଆ ଟିମ୍ ପହଞ୍ଚିଛନ୍ତି । ଆଡ଼ସିନାଲ ଏସ୍ପି ରାଜଲକ୍ଷ୍ମୀ ନାୟକ ଓ ଡ଼ିଏସପି ଇମନ କଲ୍ୟାଣ ନାୟକ ମହିଳା ଶାଖାରୁ ଏହି ଦୁଇ ଜଣିଆ ଟିମ୍ ପହଞ୍ଚି ପ୍ରିନ୍ସିପାଲ ଚାମ୍ବରକୁ ଯାଇଛନ୍ତି । ଆଇସିସି ଟିମ୍ ମଧ୍ୟ ଭିତରେ ରହିଛି । ପ୍ରିନ୍ସପାଲଙ୍କ ଚାମ୍ବରରେ ପହଞ୍ଚି ତଦନ୍ତ କରିଥିଲେ ।
ସେପଟେ ଏହି ଘଟଣାରେ ଜାତୀୟ ମହିଳା କମିଶନଙ୍କ ହସ୍ତକ୍ଷେପ । ନିଜ ଆଡ଼ୁ ମାମଲା ରୁଜୁ କଲା ଜାତୀୟ ମହିଳା କମିଶନ । ଘଟଣାର ଦୃଢ଼ ନିନ୍ଦା ସହ କାର୍ୟ୍ୟାନୁଷ୍ଠାନ ଦାବି କଲା କମିଶନ । ପୋଲିସ ଡିଜିଙ୍କୁ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ୩ ଦିନରେ ଆକ୍ସନ ରିପୋର୍ଟ ଦେବାକୁ ମଧ୍ୟ ନିର୍ଦ୍ଦେଶ ରହିଛି ।