PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଏକନାଥ ସିନ୍ଦେ, ଶପଥ ପାଠ କରାଇଲେ ରାଜ୍ୟପାଳ
  • ||
  • ଦେବେନ୍ଦ୍ର ଫଡନବିସ୍ ହେବେ ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ , ଟ୍ୱିଟ୍‌ କରି ସୂଚନା ଦେଲେ ଜେପି ନଡ୍ଡା
  • ||
  • ପୁଣି ଭୁବନେଶ୍ୱରରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ, କୋଭିଡ୍ ସଂକ୍ରମଣ ବଢ଼ିବାରୁ କଟକଣା ଜାରି । ମଲ୍ , ଦୋକାନ, ସରକାରୀ ଓ ଘରୋଇ ଅଫିସରେ କଟକଣା ପାଳନ ନିର୍ଦ୍ଦେଶ। ସର୍ବସାଧାରଣ ସ୍ଥାନରେ ୨ ମିଟର ସାମାଜିକ ଦୂରତା ନିର୍ଦ୍ଦେଶ
  • ||
  • ଏକନାଥ ସିନ୍ଦେ ହେବେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ , ପ୍ରେସ୍‌ମିଟ୍‌ରେ ଦେବେନ୍ଦ୍ର ଫଡନବିସ୍‌ଙ୍କ ଘୋଷଣା
  • ||
  • ପୁରୀ : ଅଟକିଛି ପେଟା ନାଳର ପୁନରୁଦ୍ଧାର ଓ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ, ନାଳ ଭିତରେ ପଶି ପ୍ରତିବାଦ କଲେ ମହମ୍ମଦ ମୋକିମ୍
  • ||
  • ପୁରୀ : ରଥଯାତ୍ରା ପାଇଁ ସ୍ଵାସ୍ଥ୍ୟ ବିଭାଗର ସ୍ଵତନ୍ତ୍ର ବ୍ୟବସ୍ଥା, କୋଭିଡ୍ ପାଇଁ ପ୍ରସ୍ତୁତ ଅଛି ସ୍ଵତନ୍ତ୍ର ବେଡ୍
  • ||
  • ମୋରଡ଼ା : ମୋରଡ଼ାରେ ଥମୁନି ହାତୀ ଉପଦ୍ରବ, ଦନ୍ତା ଆକ୍ରମଣରେ ୨ ମୃତ
  • ||
  • ପୁରୀ : ରଥଖଳାକୁ ବିଜେ ହେଲା ଆଜ୍ଞାମାଳ, ସିଂହଦ୍ଵାର ସମ୍ମୁଖକୁ ଆସିବେ ୩ ରଥ
  • ||
  • ପୁରୀ : ରଥଯାତ୍ରା ପାଇଁ ଟ୍ରାଫିକ୍ ଓ ପାର୍କିଂ ବ୍ୟବସ୍ଥା, ମାଳତିପାଟପୁର ବସଷ୍ଟାଣ୍ଡରେ ରହିବେ ରାଜ୍ୟ ବାହାରୁ ଆସୁଥିବା ଯାତ୍ରୀବାହି ବସ୍
  • ||
  • ଭୁବନେଶ୍ଵର : ବିଏମସିର ଡ୍ରାଇ ଡେ ପାଳନ, ମଶା ବଂଶ ବୃଦ୍ଧିକୁ ନାଶ କରିବାକୁ ରାଜଧାନୀବାସୀଙ୍କୁ ଆହ୍ଵାନ କଲେ ବିଏମସି କମିଶନର
  • ||
  • ଭୁବନେଶ୍ଵର : କଂଗ୍ରେସକୁ ଝଟ୍‌କା, ଦଳର ସମ୍ପାଦକ ପଦରୁ ଇସ୍ତଫା ଦେଲେ ମହମ୍ମଦ ମୋକିମ୍
  • ||

ଛାତ୍ରୀ ଆତ୍ମହତ୍ୟାର ୬ ବର୍ଷ ପରେ କାର୍ଯ୍ୟାନୁଷ୍ଠାନ: ପ୍ରଧାନ ଶିକ୍ଷକ ଦୋଷୀ, ଆଟେଣ୍ଡାଣ୍ଟ ନିଲମ୍ବିତ

କେନ୍ଦୁଝର,୧୫ା୩(ଆପ୍ର): କେନ୍ଦୁଝର ଜିଲ୍ଳା ବାଂଶପାଳ ବ୍ଲକ ଅନ୍ତର୍ଗତ ବାୟାପଣ୍ଡାଦାର ଆଶ୍ରମ ସ୍କୁଲର ଶ୍ରେଣୀ କୋଠରୀରେ ୨୦୧୩ ଆର୍ôଥକ ବର୍ଷରେ ଘଟିଥିବା ଛାତ୍ରୀ ଆତ୍ମହତ୍ୟା ଘଟଣାରେ ଜାତୀୟ ମାନବିକ ଅଧିକାର କମିଶନ ହସ୍ତକ୍ଷେପ କରିଛନ୍ତି । ୬ ବର୍ଷ ବିତିବା ପରେ ପ୍ରଧାନଶିକ୍ଷକ ଓ ଆଟେଣ୍ଡାଣ୍ଟଙ୍କୁ ଦୋଷୀ ସାବ୍ୟସ୍ତ କରିଛି ଜିଲ୍ଳା ପ୍ରଶାସନ । ସେତେବେଳେ କେଉଁ କାରଣରୁ ଉକ୍ତ କର୍ମଚାରୀଙ୍କୁ ଅନୁକମ୍ପା ପ୍ରଦର୍ଶନ କରାଯାଇଥିଲା ତାହା ଏବେ ଚର୍ଚ୍ଚାର ବିଷୟ ହୋଇଛି । ବିଳମ୍ବରେ ହେଲେ ମଧ୍ୟ କମିଶନଙ୍କ ନିର୍ଦ୍ଦେଶରେ ଜିଲ୍ଳା ପ୍ରଶାସନ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଓ ଆଟେଣ୍ଡାଣ୍ଟଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି । ଜିଲ୍ଳା ପ୍ରଶାସନ ଏନେଇ ମାନବିକ ଅଧିକାରୀ କମିଶନଙ୍କୁ ମଧ୍ୟ ଅବଗତ କରିଛନ୍ତି ।
ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ ବିଭାଗ ପକ୍ଷରୁ ପ୍ରତିଷ୍ଠିତ ବାୟାପଣ୍ଡାଦାର ଆଶ୍ରମ ସ୍କୁଲରେ ସୁଲୋଚନା ଦେହୁରୀ ନାମ୍ନୀ ଜଣେ ୬ଷ୍ଠ ଶ୍ରେଣୀରେ ଛାତ୍ରୀ ହଷ୍ଟେଲରେ ରହି ପଢ଼ୁଥିଲେ । ଜଣେ ମେଧାବୀ ଛାତ୍ରୀ ସୁଲୋଚନା ବିଦ୍ୟାଳୟର ମନିଟର ସହ ହଷ୍ଟେଲର ଖାଦ୍ୟ ମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଉଥିଲେ । ଉକ୍ତ ବିଦ୍ୟାଳୟର ହଷ୍ଟେଲରେ ରହୁଥିବା ଆଦିବାସୀ ଛାତ୍ରୀଙ୍କୁ ନିମ୍ନ ମାନର ଖାଦ୍ୟ ଦିଆଯାଉଥିବାରୁ ସୁଲୋଚନା ପ୍ରତିବାଦ କରିଥିଲେ । ଘଟଣାକୁ କେନ୍ଦ୍ରକରି ସ୍କୁଲରେ ବିବାଦ ଦେଖା ଦେଇଥିଲା । ପ୍ରଧାନଶିକ୍ଷକ ତ୍ରିଲୋଚନ ନାଏକଙ୍କ ନିର୍ଦ୍ଦେଶରେ ସମସ୍ତ ଛାତ୍ରୀ ସୁଲୋଚନା ସହ କଥାବାର୍ତ୍ତା ବନ୍ଦ ରଖିବା ସହିତ କେହି ମିଳାମିଶା କରି ନଥିଲେ । ଫଳରେ ସୁଲୋଚନା ଭାରସାମ୍ୟ ହରାଇ ବସିଥିଲେ ଏବଂ ଶେଷରେ ବିଦ୍ୟାଳୟ ଶ୍ରେଣୀଗୃହରେ ନିଜ ଓଢ଼ଣୀରେ ଆତ୍ମହତ୍ୟା କରିଥିଲେ । ଘଟଣା ସେହି ସମୟରେ ଚହଳ ସୃଷ୍ଟି କରିଥିଲା ।
ଏଥିନେଇ ସୁବାସ ମହାପାତ୍ର ନାମକ ଜଣେ ସାମାଜିକ କର୍ମୀ ଜାତୀୟ ମାନବିକ ଅଧିକାର କମିଶନଙ୍କ ନିକଟରେ ଦ୍ୱାରସ୍ଥ ହୋଇଥିଲେ । ମାନବିକ ଅଧିକାର କମିଶନ ଏହି ଘଟଣାରେ ଉଦ୍‌ବେଗ ପ୍ରକାଶ କରିଥିଲେ । ଉକ୍ତ ସ୍ପର୍ଶକାତର ଘଟଣାରେ ରାଜ୍ୟ ସରକାର ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଏବଂ ଆଟେଣ୍ଡାଣ୍ଟଙ୍କ ବିରୋଧରେ କ’ଣ କାର୍ଯ୍ୟାନୁଷ୍ଠାନ ନେଇଛ ବୋଲି ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଥିଲେ । ରାଜ୍ୟ ସରକାର ଏହାର ସଠିକ ଜବାବ ରଖି ପାରିନଥିବା ବେଳେ ଗୃହ ବିଭାଗର ଜଣେ ବରିଷ୍ଠ ପଦାଧିକାରୀ ଏହାର ତଦନ୍ତ କରି ମାନବିକ ଅଧିକାର କମିଶନଙ୍କୁ ରିପୋର୍ଟ ଦେଇଥିଲେ । ଉକ୍ତ ରିପୋର୍ଟକୁ ଭିତ୍ତିକରି ମାନବିକ ଅଧିକାର କମିଶନ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଇଥିଲେ । ଫଳରେ କେନ୍ଦୁଝର ଜିଲ୍ଲାପାଳ ତତ୍କାଳୀନ ଆଶ୍ରମ ସ୍କୁଲର ପ୍ରଧାନ ଶିକ୍ଷକ ତ୍ରିଲୋଚନ ନାଏକଙ୍କ ବିରୋଧରେ ଡ୍ରାଫ୍ଟଚାର୍ଜ କରିବା ସହ ହଷ୍ଟେଲ ଅଟେଣ୍ଡାଣ୍ଟ ମହେଶ୍ୱର ମହାନ୍ତଙ୍କୁ ନିଲମ୍ବିତ କରିଛନ୍ତି । ପ୍ରକାଶଥାଉକି ତତ୍କାଳୀନ ପ୍ରଧାନ ଶିକ୍ଷକ ଶ୍ରୀ ନାଏକ ଏବେ ଗଣ୍ଡବେଡ଼ା ସେବାଶ୍ରମରେ ନିୟୋଜିତ ଅଛନ୍ତି ।