ସ୍କୁଲରେ ମ୍ୟୁଜିକ ଚେୟାର ଖେଳୁଥିବା ବେଳେ ୨୦ରୁ ଅଧିକ ଛାତ୍ରୀ ଅସୁସ୍ଥ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି

ସୋର,୨୮/୦୧: ସୋର ପୌରପଳିକା ଅନ୍ତର୍ଗତ ବଡଖୁରି ମଧ୍ୟ ଇଂରାଜୀ ବିଦ୍ୟାଳୟରେ ଆଜି ସକାଳେ ମ୍ୟୁଜିକ ଚେୟାର ଖେଳୁଥିବା ବେଳେ ୨୦ ରୁ ଅଧିକ ଛାତ୍ରୀ ଅସୁସ୍ଥ ହୋଇପଡିଥିଲେ। ତୁରନ୍ତ ସୋମାନଙ୍କୁ ଉଦ୍ଧାର କରାଯାଇ ସୋର ମେଡିକାଲରେ ଭର୍ତ୍ତି ହୋଇଥିବା ଜଣାପଡିଛି ।
ସୂଚନା ମୁତାବକ, ଆଜି ସକାଳେ ବିଦ୍ୟାଳୟରେ ଖେଳ ପ୍ରତିଯୋଗିତା ପାଇଁ ପୂର୍ବ ପ୍ରସ୍ତୁତି ଚାଲିଥିବା ବେଳେ ସମୟରେ ହଠାତ୍ ୨୦ ରୁ ଅଧିକ ଛାତ୍ରୀ ଛାତିରେ ଯନ୍ତ୍ରଣା ହେବାରୁ ଅଚେତ୍ ହୋଇ ପଡିଥିଲେ । ବିଦ୍ୟାଳୟର ଶିକ୍ଷକ ଓ ସ୍ଥାନୀୟ ଲୋକେ ଛାତ୍ରୀମାନଙ୍କୁ ଉଦ୍ଧାର କରି ସୋର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ଏହି ଉଦ୍ଧାର କାର୍ଯ୍ୟରେ ୩ ଟି ୧୦୮ ଆମ୍ବୁଲାନ୍ସ ନିୟୋଜିତ ହୋଇଥିବା ବେଳେ ଅଭିଭାବକ ମାନେ ଖବର ପାଇ ସ୍କୁଲରେ ପହଞ୍ଚି ପିଲାଙ୍କୁ ଉଦ୍ଧାର କରି ସୋର ମେଡିକାଲକୁ ଆଣିଥିଲେ।ସେଠାରେ ୨ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।