ପ୍ରମୂଖ ଖବର
  • ଭୁବନେଶ୍ୱର : ରାଜଧାନୀ ଅଭାବନୀୟ ଘଟଣା; ରାସ୍ତାରେ ଜଳିଗଲେ କଲେଜ ଛାତ୍ର, ତଦନ୍ତ କରୁଛି ପୋଲିସ
  • ||
  • ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା, ନରେନ୍ଦ୍ର ପୁଷ୍କରିଣୀରେ ଜଳକ୍ରୀଡା କରିବେ ମଦନମୋହନ
  • ||
  • ଅକ୍ଷୟ ତୃତୀୟାଠାରୁ ବିନ୍ଦୁସାଗରରେ ଚନ୍ଦନ ଯାତ୍ରା, ୨୨ ଦିନ ଚାପ ଖେଳିବେ ଶ୍ରୀଲିଙ୍ଗରାଜ
  • ||
  • ବିଶାଖାପାଟଣାର ସୀମାଞ୍ଚଳମ୍ ମନ୍ଦିରରେ ଅଘଟଣ; ପାଚେରି ଭୁଶୁଡ଼ି ୮ ଜଣଙ୍କର ମୃତ୍ୟୁ, ଅନେକ ଆହତ
  • ||
  • ଭଦ୍ରକ : ମିଶ୍ରପୁର ଗ୍ରାମରେ ଅଘଟଣ, ନଈରେ ପଡ଼ି ନାବାଳିକା ମୃତ
  • ||

ଜଙ୍ଗଲରୁ ଛାତ୍ରଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

Published By : Prameya | March 17, 2025 4:27 PM

ବରଗଡ଼,୧୭।୩ : ଭଟଲି ବ୍ଲକ କେଲେଣ୍ଡାପାଲି ପଞ୍ଚାୟତ ଅନ୍ତର୍ଗତ କେନ୍ଦୁଗୁଡିଆ ଗ୍ରାମର ଏକ ଜଙ୍ଗଲରୁ ଜଣେ ନାବାଳକଙ୍କ ମୃତଦେହ ଉଦ୍ଧାର କରାଯାଇଛି।   ମୃତ ନାବାଳକ ଜଣକ ହେଉଛନ୍ତି କେନ୍ଦୁଗୁଡିଆ ଗ୍ରାମର ନବମ ଶ୍ରେଣୀ ଛାତ୍ର ସମୀର ପ୍ରଧାନ । 

ରବିବାର ସମୀର ନିଖୋଜ ଥିବା ନେଇ ବାପା ଦିବ୍ୟ ଲୋଚନ ପ୍ରଧାନ ଭଟଲି ଥାନାରେ ଅଭିଯୋଗ କରିଥିଲେ । ତେବେ ସୋମବାର ସକାଳେ ସମୀରଙ୍କ ମୃତଦେହ ଏକ ଜଙ୍ଗଲ ମଧ୍ୟରେ ପଡିଥିବା ଲୋକମାନେ ଦେଖିବାକୁ ପାଇଥିଲେ।  ଘଟଣାସ୍ଥଳରେ ସାଇକେଲ ଓ ଚପଲ ପଡ଼ିରହିଥିଲା।  ଖବର ପାଇ ପୋଲିସ ପହଞ୍ଚି ଘଟଣାର ତଦନ୍ତ କରିଥିଲା। ପଥରରେ ଛେଚି ହତ୍ୟା କରାଯାଇଥିବା ନେଇ ପୋଲିସ ପ୍ରାଥମିକ ତଦନ୍ତରୁ ଜଣା ପଡ଼ିଛି । ତେବେ କାହିଁକି ଓ କିଏ ହତ୍ୟା କରିଛି ଏଯାଏଁ କାରଣ ଅସ୍ପଷ୍ଟ ରହିଛି | ଘଟଣା ସ୍ଥଳରେ ସାଇଣ୍ଟିଫିକ୍ ଟିମ ଓ ସନ୍ଧାନୀ କୁକୁର ପହଞ୍ଚି ତଦନ୍ତ କରୁଛି।  ପରିବାର ଓ ଗାଁ ଲୋକଙ୍କୁ ପଚ଼ରାଉଚ଼ରା କରି ଭଟଲି ପୋଲିସ   ତଦନ୍ତ କରୁଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.