କପି ଯାଞ୍ଚ୍ ବାହାନାରେ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ, ପରୀକ୍ଷା କେନ୍ଦ୍ର ସମ୍ମୁଖରେ ଛାତ୍ରଛାତ୍ରୀଙ୍କ ଧାରଣା

ଢେଙ୍କାନାଳ, ୨୮/୧୧ : କପି ଯାଞ୍ଚ୍ ବାହାନାରେ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ। ପରୀକ୍ଷା କେନ୍ଦ୍ର ସମ୍ମୁଖରେ ଧାରଣା ଦେଲେ ଛାତ୍ରଛାତ୍ରୀ। ଢେଙ୍କାନାଳ ସଦର ବ୍ଲକ ଅନ୍ତର୍ଗତ ଭାଲିଆବୋଲକାଟେଣୀ ବଂଶୀଧର ସରକାରୀ ହାଇସ୍କୁଲରେ ଜଣେ ଛାତ୍ରୀଙ୍କୁ ଅସଦାଚରଣ ହୋଇଥିବା ଅଭିଯୋଗ ହୋଇଛି।
ଅଭିଯୋଗ ଅନୁସାରେ, ଏବେ ଦଶମ ଶ୍ରେଣୀ ସମେଟିଭ-୧ ପରୀକ୍ଷା ଚାଲିଛି। ଭାଲିଆବୋଲକାଟେଣୀ ବଂଶୀଧର ସରକାରୀ ହାଇସ୍କୁଲରେ ଛାତ୍ରଛାତ୍ରୀମାନେ ବିଦ୍ୟାଳୟକୁ ପରୀକ୍ଷା ଦେବା ପାଇଁ ପ୍ରବେଶ କରୁଥିବା ବେଳେ ଜଣେ ଶିକ୍ଷକ ଛାତ୍ରୀଙ୍କୁ କପି ଯାଞ୍ଚ ବାହାନାରେ ଅସଦାରଣ କରିଥିବା ଛାତ୍ରୀ ଅଭିଯୋଗ କରିଛନ୍ତି। ଏହାକୁ ନେଇ ପରୀକ୍ଷାର୍ଥୀମାନେ ପରୀକ୍ଷା ପୂର୍ଵରୁ ଓ ପରୀକ୍ଷା ସାରିବା ପରେ ବିଦ୍ୟାଳୟ ଫାଟକ ସମ୍ମୁଖରେ ଧାରଣାରେ ବସିଛନ୍ତି l ଖବର ପାଇ ସଦର ତହସିଲଦାର ଓ ପୁଲିସ ପହଞ୍ଚି ବୁଝାସୁଝା ଚଳାଇଛନ୍ତି l ସେପଟେ ଘଟଣାକୁ ନେଇ ସମ୍ପୃକ୍ତ ପରୀକ୍ଷା କେନ୍ଦ୍ରର ସୁପରିଣ୍ଟେଣ୍ଡେଣ୍ଟ କିମ୍ବା ଶିକ୍ଷା ଅଧିକାରୀଙ୍କ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ l