PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୂଆଦିଲ୍ଲୀ : ଭଗବାନ ଚିତ୍ରଗୁପ୍ତଙ୍କ ଚରିତ୍ରକୁ ମଜାଳିଆ ଢଙ୍ଗରେ ଚିତ୍ରଣ କରିବାକୁ ନେଇ ଅଭିନେତା ଅଜୟ ଦେବଗନଙ୍କ ସମେତ କେତେକଙ୍କ ନାଁରେ ଏତଲା
  • ||
  • ଖୋର୍ଦ୍ଧା : ଆୟକର ଅଧିକାରୀ ସୁମନ ସୁନ୍ଦର ସାହୁଙ୍କ ବାସଭବନରେ ସିବିଆଇ ରେଡ୍, ଖୋର୍ଦ୍ଧାର ଶାନ୍ତି ଜୁଏଲର୍ସ ମାଲିକଙ୍କ ଠାରୁ ନେଉଥିଲେ ସୁନା ଓ ଟଙ୍କା
  • ||
  • ସମ୍ବଲପୁର : ବରଗଡ଼ ଜିଲ୍ଲା ଅମ୍ବାଭୋନା ବ୍ଲକର ଗୋବିନ୍ଦପୁରକୁ ପ୍ରଥମ ‘ପକ୍ଷୀଗ୍ରାମ’ ମାନ୍ୟତା, ଯୋଜନାରେ ସାମିଲ ହେବେ ୩ ଗାଁ
  • ||
  • ଭୁବନେଶ୍ବର : ବରମୁଣ୍ଡା ବସ ଷ୍ଟାଣ୍ଡରୁ ୫୦କେଜି ଗଞ୍ଜେଇ ଜବତ, ୪ ଗଞ୍ଜେଇ ଚୋରା ଚାଲାଣକାରୀ ଗିରଫ
  • ||
  • ଭୁବନେଶ୍ୱର : ହସ୍ପିଟାଲରୁ ଡିସଚାର୍ଜ ହେଲେ ଓଲିଉଡ ଷ୍ଟାର ବାବୁସାନ ମହାନ୍ତି, ଗତ କିଛି ଦିନ ହେବ ଅସୁସ୍ଥ ହୋଇ ଭୁବନେଶ୍ୱରର ଘରୋଇ ମେଡିକାଲରେ ହେଉଥିଲେ ଚିକିତ୍ସିତ
  • ||
  • କଟକ : କଟକ ପାରାଦୀପ ରାସ୍ତା ସୋମପୁର ବଜାର ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଗ୍ୟାରେଜ ଉପରେ ମାଡିଗଲା ଟ୍ରକ
  • ||
  • ଯାଜପୁର : କୁଆଖିଆ ଥାନା ଅନ୍ତର୍ଗତ ବସଷ୍ଟାଣ୍ଡ ନିକଟରେ ଯାଜପୁର ଅବକାରୀ ବିଭାଗ ଚଢ଼ାଉ, ୮୦ ଗ୍ରାମ ବ୍ରାଉନସୁଗାର ଜବତ
  • ||

ଆଖି ପାଇଁ ହାନିକାରକ ଡାଏଟ୍‌ ସୋଡ଼ା, ଜାଣନ୍ତୁ କ’ଣ କହୁଛି ଅଧ୍ୟୟନ

ନୂଆଦିଲ୍ଲୀ ୧୭/୦୮: ଆପଣଙ୍କ ଆଖି ପାଇଁ ହାନିକାରକ ହୋଇପାରେ ଡାଏଟ୍‌ ସୋଡ଼ା । ଏକ ଅଧ୍ୟୟନ ଏହି ଦାବି କରିଛି । ଅଧ୍ୟୟନ ଅନୁସାରେ, ଅତ୍ୟଧିକ ମାତ୍ରାରେ ଡାଏଟ୍‌ ସୋଡ଼ା ପିଇବା ଦ୍ୱାରା ‘ଡାଇବେଟିକ୍‌ ରେଟିନୋପାଥି’ ନାମକ ସ୍ଥିତି ଉପୁଜିଥାଏ, ଯାହା ଆଖି ପାଇଁ କ୍ଷତିକାରକ । ପ୍ରତି ସପ୍ତାହ ୪ଟି କେନ୍‌ କିମ୍ବା ହାରାହାରି ୧.୫ ଲିଟର ମୃଦୁ ପାନୀୟ ପିଇବା ଦ୍ୱାରା ଡାଇବେଟିକ୍‌ ରେଟିନୋପାଥି ଆଶଙ୍କା ଦୁଇଗୁଣ ବୃଦ୍ଧି ହୋଇପାରେ ବୋଲି ଅଧ୍ୟୟନରୁ ଜଣାପଡ଼ିଛି।

Drinking Diet Sodas Makes You Eat More, Study Suggests

କ୍ଲିନିକାଲ୍‌ ଆଣ୍ଡ ଏକ୍ସପେରିମେଣ୍ଟାଲ ଓପ୍‌ଥାଲମୋଲୋଜି ପତ୍ରିକାରେ ପ୍ରକାଶିତ ଏହି ଅଧ୍ୟୟନ ଅଣ-ମାଦକ ମୃଦୁ ପାନୀୟ ଓ ଚକ୍ଷୁ ସ୍ୱାସ୍ଥ୍ୟ ମଧ୍ୟରେ ଦୃଢ଼ ସମ୍ପର୍କ ଦର୍ଶାଇଛି । ୬୦୯ ଜଣ ବୟସ୍କଙ୍କ ଉପରେ ଏହି ଅଧ୍ୟୟନ କରାଯାଇଥିଲା । ସେମାନଙ୍କ ମଧ୍ୟରୁ ୭୩ ଜଣଙ୍କର ଟାଇପ୍‌-୧ ମଧୁମେହ, ୫୧୦ ଜଣଙ୍କର ଟାଇପ୍‌-୨ ମଧୁମେହ ଥିଲା । ବାକି ୨୬ ଜଣଙ୍କ ତଥ୍ୟ ସ୍ପଷ୍ଟ ନ ଥିଲା । ପ୍ରତିଯୋଗୀଙ୍କ ହାରାହାରି ବୟସ ଥିଲା ୬୫ ବର୍ଷ । ମୋଟ୍‌ ପ୍ରତିଯୋଗୀଙ୍କ ମଧ୍ୟରୁ ୪୬.୮ ପ୍ରତିଶତ ନିୟମିତ ମୃଦୁ ପାନୀୟ ପିଇଥିଲେ । ଅନ୍ୟମାନେ ଡାଏଟ୍‌ ସୋଡ଼ା ପିଇଥିଲେ । ନିୟମିତ ମୃଦୁ ପାନୀୟ ପିଇଥିବା ଲୋକଙ୍କଠାରେ ଡାଏଟ୍‌ ସୋଡ଼ା ପିଇଥିବା ବ୍ୟକ୍ତିଙ୍କ ତୁଳନାରେ ଏହି ରୋଗ ଦେଖାଯାଇନଥିଲା ।

One Major Effect of Drinking Diet Soda Every Day, Says Science — Eat This  Not That

ଡାଇବେଟିକ୍‌ ରେଟିନୋପାଥି ହେଉଛି ମଧୁମେହର ଏକ ଜଟିଳତା, ଯେଉଁଥିରେ ଉଚ୍ଚ ଶର୍କରା ସ୍ତର ଆଖି ରେଟିନାକୁ ନଷ୍ଟ କରିଦିଏ । ତେଣୁ ଦୃଷ୍ଟି ଶକ୍ତି ବାଧାପ୍ରାପ୍ତ ହୁଏ । ଏହି ରୋଗ ବ୍ୟକ୍ତିର ଦୃଷ୍ଟି ଶକ୍ତି ପାଇଁ ଏକ ବଡ଼ ଧରଣର ସମସ୍ୟା ହୋଇଥିବାରୁ ଏହାକୁ ଚିହ୍ନଟ ନ କଲେ ବ୍ୟକ୍ତି ଦୃଷ୍ଟିଶକ୍ତି ହରାଇ ଦେଇପାରେ । ସେଥିପାଇଁ ମଧୁମେହ ରୋଗୀଙ୍କୁ ନିୟମିତ ଚକ୍ଷୁ ଯାଞ୍ଚ୍‌ କରାଇବାକୁ ପରାମର୍ଶ ଦିଆଯାଏ ।

Which Diet Sodas Do Not Contain Aspartame? | livestrong

ମଧୁମେହ ଶରୀରର ରକ୍ତ ବାହିକାଗୁଡ଼ିକୁ ନଷ୍ଟ କରିଦିଏ । ରକ୍ତ ଶର୍କରା ସ୍ତର ଯେତେବେଳେ ଅସାଧାରଣ ରୂପେ ବୃଦ୍ଧି ପାଏ, ବିଭିନ୍ନ ଅଙ୍ଗକୁ ସଂଯୋଗ କରୁଥିବା ରକ୍ତ ବାହିକାଗୁଡ଼ିକୁ ତାହା ଅବରୋଧ କରେ । ଚକ୍ଷୁର କ୍ଷୁଦ୍ର ରକ୍ତ ବାହିକାରେ ଏଭଳି ଜଟିଳତା ଦେଖାଯାଏ । ଚକ୍ଷୁର ରକ୍ତ ବାହିକା ଯେତେବେଳେ ବନ୍ଦ ହୋଇଯାଏ, ଆଲୋକ ଚିହ୍ନଟ କରୁଥିବା ସେହି ଅଂଶ ନଷ୍ଟ ହୋଇଯାଏ । ତାହା ପରେ ଅପ୍ଟିକ୍‌ ସ୍ନାୟୁ ମଧ୍ୟଦେଇ ମସ୍ତିଷ୍କକୁ ଯାଉଥିବା ସଙ୍କେତକୁ ବାଧା ଦିଏ ।  ମଧୁମେହ ପୀଡ଼ିତ ବ୍ୟକ୍ତିଙ୍କୁ ଡାଇବେଟିକ୍‌ ରେଟିନୋପାଥିର ଉଚ୍ଚ ଆଶଙ୍କା ରହିଛି । ଏଥିସହ ଉଚ୍ଚ ରକ୍ତଚାପ, ଉଚ୍ଚ କୋଲେଷ୍ଟେରଲ ଓ ନିୟମିତ ତମାଖୁ ସେବନ କରୁଥିବା ବ୍ୟକ୍ତିଙ୍କୁ ମଧ୍ୟ ଏହି ଆଶଙ୍କା ଅଧିକ । ଗର୍ଭବତୀଙ୍କୁ ଏହି ସ୍ଥିତିର ଆଶଙ୍କା ବେଶି । ତେଣୁ ଶରୀରରେ ରକ୍ତ ଶର୍କରା ସ୍ତର ନିୟନ୍ତ୍ରଣ ରଖିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ।