PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେସିଙ୍ଗା : କେସିଙ୍ଗାରେ ବୃଦ୍ଧି ପାଇବାରେ ଲାଗିଛି ସଟ୍ଟା ଖେଳ ସହିତ ବେଆଇନ ମଦ ବିକ୍ରି, ୩ ଗିରଫ
  • ||
  • କଣ୍ଟାବାଞ୍ଜି : ରାଜ୍ୟ ବାହାରେ ଓଡ଼ିଆ ପରିବାରକୁ ନିର୍ମମ ହତ୍ୟା, ସ୍ଵାମୀ-ସ୍ତ୍ରୀ ସମେତ ଦୁଇ ଛୁଆ ମୃତ
  • ||
  • କଟକ : ବଢିବ ହାଇସିକ୍ୟୁରିଟି ନମ୍ଵର ପ୍ଲେଟ ଅବଧି, ମାସେ ସମୟସୀମା ବୃଦ୍ଧିକଲେ ସରକାର
  • ||

ବିଜେପିରୁ ଇସ୍ତଫା ଦେଲେ ବରିଷ୍ଠ ନେତା ସୁବାସ ଚୌହାନ

ଭୁବନେଶ୍ୱର ୨୬/୩: ବିଜେପିରୁ ଇସ୍ତଫା ଦେଲେ ସୁବାସ ଚୌହାନ । ବିଜେପିରୁ ଇସ୍ତଫା ଦେଲେ ବରିଷ୍ଠ ନେତା ସୁବାସ ଚୌହାନ । ସେ ଦଳ ଛାଡିବା ନେଇ ପୂର୍ବରୁ ଅନୁମାନ କରାଯାଉଥିଲା । ବରଗଡ ଲୋକସଭା ଆସନରୁ ଟିକେଟରୁ ବଞ୍ଚିତ ହୋଇଥିଲେ ସୁବାସ । ବରଗଡରୁ ଲୋକସଭା ପ୍ରାର୍ଥୀ ସୁରେଶ ପୁଜାରୀଙ୍କୁ ଟିକେଟ ଦେଇଥିଲା ଦଳ । ଏହା ପରେ ସେ ଦଳ ଉପରେ ଖପ୍ପା ଥିଲେ । ଏପରିକି  ଦଳ ପକ୍ଷରୁ ବିଜେପୁର ବିଧାନସଭା ପାଇଁ ପ୍ରାର୍ଥୀ ହେବା ପ୍ରସ୍ତାବକୁ ମଧ୍ଯ ସେ ପ୍ରତ୍ଯାଖାନ କରିଥିଲେ ।

ସେ କହିଥିଲେ ଯେ ସେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ପ୍ରଚାରକ ଭାବେ ଦୀର୍ଘ ୩୦ବର୍ଷ ଧରି ସେ ରାଷ୍ଟ୍ରସେବା କରିବାର ସୁଯୋଗ ପାଇଥିଲେ। ପରେ ସେ ବିଜେପିରେ ସାମିଲ ହୋଇ ୨୦୧୪ ମସିହା ଲୋକସଭା ନିର୍ବାଚନରେ ଦଳୀୟ ପ୍ରାର୍ଥୀ ଭାବେ ୩.୭୨ଲକ୍ଷ ଭୋଟ୍ ପାଇଥିଲେ। ଗତ ୫ ବର୍ଷ ଧରି ବରଗଡ ଲୋକସଭା ନିର୍ବାଚନ ମଣ୍ଡଳୀର ଜନତାଙ୍କ ସୁଖଦୁଖର ସାଥୀ ହୋଇଥିଲେ । ମାତ୍ର ତାଙ୍କୁ ଟିକେଟରୁ ବଞ୍ଚିତ କରାଗଲା । ଏନେଇ ସେ ସୋସିଆଲ ମିଡିଆରେ ମଧ୍ୟ ତୀବ୍ର ଅସନ୍ତୋଷ ପ୍ରକାଶ କରିଥିଲେ । ଏହାସହ ସେ ଧର୍ମେନ୍ଦ୍ର ପ୍ରଧାନଙ୍କ କାର୍ଯ୍ୟଶୈଳୀକୁ ଖୋଲାଖୋଲି ଭାବେ ସମାଲୋଚନା ମଧ୍ଯ କରିଥିଲେ । ଏବେ ସେ ଦଳ ଛାଡିବା ପରେ ବିଜେଡିରେ ମିଶିବା ନେଇ ଚର୍ଚ୍ଚା ଜୋର୍ ଧରିଛି ।