ପ୍ରମୁଖ ଖବର
  • କଟକରେ ବେଆଇନ ଗୁଟ୍‌ଖା କାରଖାନା ଠାବ: ଲକ୍ଷାଧିକ ଟଙ୍କାର କଞ୍ଚାମାଲ୍‌ ଜବତ, ମାଲିକ ସହ କର୍ମଚାରୀ ଗିରଫ
  • ||
  • ବରେଲି: ହାଇୱେରେ ଟ୍ରକକୁ ଧକ୍କା ଦେବା ପରେ ଜଳିଗଲା କାର୍, ଜିଅନ୍ତା ଜଳିଗଲେ ୮ ବରଯାତ୍ରୀ
  • ||
  • ମଦ ବ୍ୟବସାୟୀଙ୍କ ଘରେ ଆୟକର ଚଢ଼ଉ ଘଟଣା: ୪ ଦିନର ଚଢ଼ାଉରେ ଗଣା ସରିଲା ୧୮୮ କୋଟି, ବଳକା ଟଙ୍କା ଗଣିବାକୁ ଲାଗିବ ଆଉ ୨ ଦିନ
  • ||
  • ଆଜି ଦକ୍ଷିଣ ଆଫ୍ରିକା ଓ ଭାରତ ମଧ୍ୟରେ ପ୍ରଥମ ଟି-ଟ୍ୱେଣ୍ଟି ମୁକାବିଲା, ବିସ୍ଫୋରକ ବ୍ୟାଟିଂ ଉପରେ ଟିମ୍‌ ଇଣ୍ଡିଆର ଫୋକସ୍‌
  • ||
  • ଭୁବନେଶ୍ୱର: ରାଜ୍ୟରେ ବଦଳିଲା ପାଗ, ଖସିଲା ତାପମାତ୍ରା: ଆସନ୍ତା ୨ ଦିନରେ ୨ ଡିଗ୍ରୀ ଖସିବ ରାତି ପାରଦ
  • ||

ଅବହେଳିତ ମହାପୁରୁଷ: ଜନ୍ମ ମାଟିରେ ସୁଭାଷ ବୋଷଙ୍କୁ ଅଣଦେଖା

ଭୁବନେଶ୍ୱର,୨୧ା୧(ବ୍ୟୁରୋ): କେନ୍ଦ୍ରଠାରୁ ଆରମ୍ଭ କରି ରାଜ୍ୟ ସରକାର ପର୍ଯ୍ୟନ୍ତ ସମସ୍ତେ ମହାପୁରୁଷଙ୍କୁ ଉଚିତ୍‌ ସମ୍ମାନ ଦିଆଯାଉଛି ବୋଲି ନାରା ଦେଉଛନ୍ତି । ହେଲେ ରାଜଧାନୀରେ ମହାପୁରୁଷମାନେ ଅଲୋଡ଼ା ହୋଇପଡ଼ିଛନ୍ତି । ସହରର ପ୍ରାୟ ପ୍ରତି ଛକରେ ମହାପୁରୁଷଙ୍କର ପ୍ରତିମୂର୍ତ୍ତି ଖୁନ୍ଦି ହୋଇଯାଇଛି । ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଠାରୁ ଆରମ୍ଭ କରି ସୁଭାଷ ଚନ୍ଦ୍ର ବୋଷ, ବି.ଆର୍‌ ଆମ୍ବେଦକର, ଚାଖୀ ଖୁଣ୍ଟିଆ, ଗୋପବନ୍ଧୁ, ମଧୁସୁଦନ ରାଓଙ୍କ ଭଳି ଅନେକ ମହାପୁରୁଷଙ୍କ ପ୍ରତିମୂର୍ତ୍ତି ଏବେ ଅବହେଳିତ ଅବସ୍ଥାରେ ରହିଛି ।
ମହାପୁୁରୁଷମାନଙ୍କ ଜୟନ୍ତୀ ଆସିଲେ ପ୍ରତିମୂର୍ତ୍ତର୍ିରେ ଖାଲି ଟିକେ ରଙ୍ଗ ବୋଳି ଦେଇ ପ୍ରଶାସନ ଚୁପ୍‌ ହୋଇ ବସିପଡେ । କେଉଁ ପ୍ରତିମୂର୍ତ୍ତି ଉପରେ ଗଛ ଉଠିଲାଣି ତ ପୁଣି କେଉଁଠି ରଙ୍ଗ ଛାଡ଼ି ଗଲାଣି । ହେଲେ ଏସବୁ ପର୍ଯ୍ୟଟନ ବିଭାଗ ଓ ବିଏମସି ନଜରରେ ଆସୁଥିଲେ ମଧ୍ୟ ସମସ୍ତେ ଚୁପ୍‌ ।
ଜାନୁଆରୀ ୨୩ରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ ସାରା ଭାରତ ବର୍ଷରେ ପାଳିତ ହେବ । ହେଲେ ସୁବାଷ ବୋଷଙ୍କ ଜନ୍ମସ୍ଥାନ ଓଡ଼ିଶା ମାଟିରେ ସେ ଅବହେଳିତ । ରାଜନୈତିକ ପଶାପାଲିରେ ପୂର୍ବରୁ ଅବେହେଳିତ ହୋଇ ଆସିଥିବା ସୁଭାଷ ଚନ୍ଦ୍ର ବୋଷଙ୍କ ପ୍ରତିମୂର୍ତ୍ତିର ବି ସମଦଶା । ରକ୍ଷଣାବେକ୍ଷଣ ଅଭାବରୁ ଧୂଳିରେ ପୋତି ହୋଇପଡ଼ିଛି ସୁଭାଷଙ୍କ ପ୍ରତିମୂର୍ତ୍ତି । ବୁଲା ଗାଈଗୋରୁଙ୍କ ମଳ ମୂତ୍ରରେ ପୁରା ପରିବେଶ ଦୂଷିତ । ଇଏ ହେଲା ରାଜଧାନୀର ରସୁଲଗଡ଼ ଛକରେ ଥିବା ସୁଭାଷ ବୋଷଙ୍କ ପ୍ରତିମୂର୍ତ୍ତିର ଅବସ୍ଥା ।
ଖାଲି ଯେ ରସୁଲଗଡ଼ ଛକ ତା’ନୁହେଁ । ଭୁବନେଶ୍ୱରର ଉପଜିଲ୍ଲାପାଳଙ୍କ ଅଫିସ୍‌ ସମ୍ମୁଖରେ ଥିବା ପ୍ରତିମୂର୍ତ୍ତିଟି ଭଙ୍ଗା ଦଦରା ହୋଇ ପଡ଼ିଛି । ମୁହଁ ଖଣ୍ଡ ଖଣ୍ଡ ହୋଇ ଖସିବାରେ ଲାଗିଛି । ପାଦ ଫାଟି ଆଁ କଲାଣି । ଖାଲି ସେତିକ ନୁହେଁ ସେଠାରେ ଥିବା ମିନି ପାର୍କ ଏବେ ପାଲଟିଛି ବାଇକ୍‌ ଷ୍ଟାଣ୍ଡ । ମହାପୁରୁଷଙ୍କ ପ୍ରତିମୂର୍ତ୍ତିଗୁଡ଼ିକର ରକ୍ଷଣାବେକ୍ଷଣ କରିବା ଦାୟିତ୍ୱ ହେଉଛି ପର୍ଯ୍ୟଟନ ବିଭାଗ ଓ ବିଏମ୍‌ସିର । କିନ୍ତୁ କେବଳ ଜୟନ୍ତୀ ଆସିଲେ ହିଁ ମହାପୁରୁଷଙ୍କୁ ମନେ ପକାନ୍ତି କର୍ତ୍ତୃପକ୍ଷ ବୋଲି ସାଧାରଣରେ ଅଭିଯୋଗ ହେଉଛି ।

Copyright © 2022 - Summa Real Media Private Limited. All Rights Reserved.