ପ୍ରମୁଖ ଖବର
  • କଟକରେ ବେଆଇନ ଗୁଟ୍‌ଖା କାରଖାନା ଠାବ: ଲକ୍ଷାଧିକ ଟଙ୍କାର କଞ୍ଚାମାଲ୍‌ ଜବତ, ମାଲିକ ସହ କର୍ମଚାରୀ ଗିରଫ
  • ||
  • ବରେଲି: ହାଇୱେରେ ଟ୍ରକକୁ ଧକ୍କା ଦେବା ପରେ ଜଳିଗଲା କାର୍, ଜିଅନ୍ତା ଜଳିଗଲେ ୮ ବରଯାତ୍ରୀ
  • ||
  • ମଦ ବ୍ୟବସାୟୀଙ୍କ ଘରେ ଆୟକର ଚଢ଼ଉ ଘଟଣା: ୪ ଦିନର ଚଢ଼ାଉରେ ଗଣା ସରିଲା ୧୮୮ କୋଟି, ବଳକା ଟଙ୍କା ଗଣିବାକୁ ଲାଗିବ ଆଉ ୨ ଦିନ
  • ||
  • ଆଜି ଦକ୍ଷିଣ ଆଫ୍ରିକା ଓ ଭାରତ ମଧ୍ୟରେ ପ୍ରଥମ ଟି-ଟ୍ୱେଣ୍ଟି ମୁକାବିଲା, ବିସ୍ଫୋରକ ବ୍ୟାଟିଂ ଉପରେ ଟିମ୍‌ ଇଣ୍ଡିଆର ଫୋକସ୍‌
  • ||
  • ଭୁବନେଶ୍ୱର: ରାଜ୍ୟରେ ବଦଳିଲା ପାଗ, ଖସିଲା ତାପମାତ୍ରା: ଆସନ୍ତା ୨ ଦିନରେ ୨ ଡିଗ୍ରୀ ଖସିବ ରାତି ପାରଦ
  • ||

ପ୍ରିୟଙ୍କା ଗାନ୍ଧୀ ମାନସିକ ରୋଗୀ: ସୁବ୍ରମଣ୍ୟମ ସ୍ୱାମୀ

ନୂଆଦିଲ୍ଲୀ,୨୭ା୧(ଏଜେନ୍ସି): କଂଗ୍ରେସ ଦଳର ନବନିଯୁକ୍ତ ସାଧାରଣ ସଂପାଦକ ପ୍ରିୟଙ୍କା ଗାନ୍ଧୀଙ୍କୁ ନେଇ ବିଜେପିର ବରିଷ୍ଠ ନେତା ତଥା ରାଜ୍ୟସଭା ସାଂସଦ ସୁବ୍ରମଣ୍ୟମ ସ୍ୱାମୀ ବିବାଦୀୟ ବୟାନ ଦେଇଛନ୍ତି ।ସେ କହିଛନ୍ତି ଯେ ପ୍ରିୟଙ୍କା ଗାନ୍ଧୀ ମାନସିକ ରୋଗରେ ପୀଡ଼ିତ । ଏହି ରୋଗକୁ ବାଇପୋଲାରିଟି ରୋଗ କୁହାଯାଏ । ଏଥିରେ ପୀଡ଼ିତ ବ୍ୟକ୍ତି ହିଂସାବାଦୀ ଚରିତ୍ରର ହୋଇଥାନ୍ତି ଏବଂ ସେ ଲୋକଙ୍କୁ ଅକସ୍ମାତ୍‌ ପିଟିଥାନ୍ତି । ଏଣୁ ସାର୍ବଜନୀନ ସ୍ତରରେ ସେ କାର୍ଯ୍ୟ କରିବା ବିପଦଜନକ ଅଟେ । ସ୍ୱାମୀ ଆହୁରି ମଧ୍ୟ କହିଛନ୍ତି ଯେ, ‘ପ୍ରିୟଙ୍କା କେତେବେଳେ ବି ନିଜ ଉପରୁ ସନ୍ତୁଳନ ହରାଇପାରନ୍ତି । ଏହା ଲୋକମାନେ ଜାଣିବା ଉଚିତ୍‌’ । ଏହା ପୂର୍ବରୁ ମଧ୍ୟ ସ୍ୱାମୀ ଅନେକ ଥର ପ୍ରିୟଙ୍କା ଗାନ୍ଧୀ ଏବଂ ରାହୁଲ ଗାନ୍ଧୀଙ୍କ ଉପରେ ବିବାଦୀୟ ବୟାନ ଦେଇଛନ୍ତି ।

Copyright © 2022 - Summa Real Media Private Limited. All Rights Reserved.