ପ୍ରମୂଖ ଖବର
  • କଟକ: ଓସିଏ କନ୍‌ଫରେନ୍ସ ହଲ୍‌ରେ ଅଗ୍ନିକାଣ୍ଡ , କାରଣ ଅସ୍ପଷ୍ଟ
  • ||
  • ଅସହ୍ୟ ହେଲା ଅଧ୍ୟାପକଙ୍କ ନିର୍ଯାତନା, ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଲେ ଛାତ୍ରୀ, ଉଦ୍ଧାର କରିବାକୁ ଯାଇ ଛାତ୍ର ଗୁରୁତର
  • ||
  • ରାୟଗଡ଼ା : କଞ୍ଜାମଯୋଡି ଗ୍ରାମରେ କଙ୍ଗାରୁକୋର୍ଟ ଘଟଣା: ରାୟଗଡ଼ା ଉପଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ
  • ||
  • ଅନୁଗୁଳ : ସାପ କାମୁଡ଼ାରେ ନାବାଳକ ମୃତ
  • ||
  • କଟକ : ପାରିବାରିକ କଳହର କରୁଣ ପରିଣତି, ମୁଣ୍ଡଳୀ ବ୍ରିଜ୍‌ରେ ଗାଡ଼ି ରଖି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ!
  • ||
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ଦେଶ ପାଇଁ ୧୭୯ କୋଟି ଦାନ କଲେ ଓଡ଼ିଶାର ବାଗଚୀ ଦମ୍ପତି, ଶ୍ରେଷ୍ଠ ୧୦ ଦାନୀ ତାଲିକାରେ ହେଲେ ସାମିଲ

Published By : Ankita S | November 15, 2024 11:02 AM

ନୂଆଦିଲ୍ଲୀ, ୧୫/୧୧: ଧନୀ ଓ ଦାନୀ କହିଲେ ଆମ ମନକୁ ସାଧାରଣତଃ ଅମ୍ବାନୀ ଓ ଆଦାନୀ ପରିବାର କଥା ସାମ୍ନାକୁ ଆସିଥାଏ । ମୁକେଶ ଅମ୍ବାନୀ ଓ ନିତା ଅମ୍ବାନୀ, ଗୌତମ ଓ ପ୍ରୀତି ଆଦାନୀଙ୍କ ନାମ ଆଗକୁ ଆସିଥାଏ । ବର୍ତ୍ତମାନ ଏହି ତାଲିକା ଆଉ ଏକ ଦମ୍ପତିଙ୍କ ନାମ ସାମିଲ ହୋଇଛି । ସୁବ୍ରତ ବାଗଚୀ ଓ ସୁସ୍ମିତା ବାଗଚୀ ଏକ ପରୋଉପକାରୀ ଯୋଡି । ସମାଜର କଲ୍ୟାଣ ପାଇଁ ଲୋକଙ୍କ ହିତ ନେଇ ସର୍ବଦା କାର୍ଯ୍ୟ କରୁଥିବା ବାଗଚୀ ଦମ୍ପତି ଏବେ ଚର୍ଚ୍ଚାରେ । ପ୍ରତିବର୍ଷ ବିଭିନ୍ନ ସେକ୍ଚରକୁ ଦାନ କରିଥାନ୍ତି ସୁବ୍ରତ ବାଗଚୀ ଓ ତାଙ୍କ ପତ୍ନୀ ସୁସ୍ମିତା ବାଗଚୀ । ଏବେ ଏହି ଯୋଡିଙ୍କୁ ଦେଶରେ ଦାନୀ ଦମ୍ପତି ଭାବରେ ନୂଆ ପରିଚୟ ମିଳିଛି । ୧୭୯ କୋଟି ଟଙ୍କା ଦାନ କରି ୧୦ ଜଣ ବଡ ବଡ ଦାନୀଙ୍କ ତାଲିକାରେ ରହିଛନ୍ତି ଓଡିଶାର ବାଗଚୀ ଦମ୍ପତି ।

ବାଗଚୀ ଦମ୍ପତିଙ୍କ ଦାନ- ସ୍ବାସ୍ଥସେବା କ୍ଷେତ୍ରରେ ଉନ୍ନତି ପାଇଁ ବାଗଚୀ ଦମ୍ପତି ୨୦୨୨ରେ ୨୧୩ କୋଟି ଦାନ କରିଥିଲେ । ୨୦୨୩ରେ ୧୧୦ କୋଟି ଟଙ୍କା ଓ ୨୦୨୪ରେ ୧୭୯ ଦାନ କରି ଚର୍ଚ୍ଚାକୁ ଆସିଛନ୍ତି ଏହି ଦମ୍ପତି । ୨୦୨୧ରେ ଓଡିଶାରେ କ୍ୟାନ୍ସର ହସ୍ପିଟାଲ ନିର୍ମାଣ ନେଇ ୩୪୦ କୋଟି ଦାନ କରିଥିଲେ । ହୁରୁନ ଇଣ୍ଡିଆ ଜାରି କରିଥିବା ତାର ସଦ୍ୟ ତାଲିକାରେ ୧୦ ଜଣ ବଡ ବଡ ଦାନୀଙ୍କ ମଧ୍ୟରେ ରହିଛନ୍ତି ବାଗଚୀ ଦମ୍ପତି । ୧୦ ଜଣଙ୍କ ମଧ୍ୟରେ ନବମ ସ୍ଥାନରେ ରହିଛନ୍ତି ଏହି ଯୋଡି ।

ମାଇଣ୍ଡଟ୍ରିର ପ୍ରତିଷ୍ଠାତା- ବାଗଚୀ ଦମ୍ପତି ମାଇଣ୍ଡଟ୍ରିର ସହ ପ୍ରତିଷ୍ଠାତା । ମାଇଣ୍ଡିଟ୍ରି ଏକ ଆଇଟି କମ୍ପାନୀ । ଭାରତ ଓ ବିଦେଶରେ ଏହି କମ୍ପାନୀ ରହିଛି । ସୁସ୍ମିତା ବାଗଚୀ ଜଣେ ଓଡିଆ ଲେଖିକା । ସେ ୫ଟି ଉପନ୍ୟାସ ଲେଖିଛନ୍ତି । ଇଂରାଜୀ ଭାଷାରେ ମଧ୍ୟ ତାଙ୍କର ଅନେକ ଲେଖା ରହିଛି । ସମାଜର କଲ୍ୟାଣ ପାଇଁ ଏହି ଦମ୍ପତି ସର୍ବଦା କାର୍ଯ୍ୟରତ ।

ଲାଇମ ଲାଇଟଠୁ ଦୂରରେ-  ସମାଜର କଲ୍ୟାଣ ପାଇଁ ଚିନ୍ତିତ ଥିବା ଲୋକ ହିତରେ କାମ କରୁଥିବା ବ୍ୟକ୍ତିତ୍ବ ତଥା ବାଗଚୀ ଦମ୍ପତି ସବୁବେଳେ ଲାଇମ ଲାଇଟରୁ ଦୂରରେ ରହିବାକୁ ପସନ୍ଦ କରନ୍ତି । ପ୍ରତି ବର୍ଷ କୋଟି କୋଟି ଟଙ୍କା ଦାନ କରନ୍ତି ହେଲେ ସୋସିଆଲ ମିଡିଆ, ଲୋକଙ୍କ ଦୃଷ୍ଟି ଆକର୍ଷିତ ହେବାଠୁ ଦୂରରେ ରହିଛନ୍ତି । ଭାରତର ପ୍ରତିଷ୍ଠିତ ଉଦ୍ୟୋଗବିତ୍ ତଥା ସମାଜସେବୀ ସୁବ୍ରତ ବାଗଚୀ ଓ ତାଙ୍କ ପତ୍ନୀ ସୁସ୍ମିତା ବାଗଚୀ ସର୍ବଦା ଶିକ୍ଷା, ସ୍ବାସ୍ଥ୍ୟ ସେକ୍ଟରରେ ଉନ୍ନତି ପାଇଁ କାର୍ଯ୍ୟ କରି ଆସୁଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.