PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ରାଜ୍ୟରେ ଚଳିତ ବର୍ଷ ବଢିବନି ବିଜୁଳି ଦର
  • ||
  • ଓଡ଼ିଶାର ୭ ସହର ବାୟୁ ପ୍ରଦୂଷିତ,ରାଉରକେଲା ସହର ଅଧିକ ପ୍ରଦୂଷିତ
  • ||
  • ୮ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ, ବଜ୍ରପାତ ସହ ବର୍ଷା ସମ୍ଭାବନା
  • ||
  • ଭୁବନେଶ୍ୱର- ମଦୁଆ ଗାଡି ଚାଳକ ସାବଧାନ, ଆଜିଠୁ ଚେକିଂ ଜୋରଦାର
  • ||
  • ପୁରୀ : ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ସାକ୍ଷାତ କରିବେ ଦିଦି, ସନ୍ଧ୍ୟାରେ ପଶ୍ଚିମବଙ୍ଗ ଫେରିଯିବେ
  • ||
  • ଭୁବନେଶ୍ୱର : ପଶ୍ଚିମା ଝଡ଼ ପୁଣି ସକ୍ରିୟ, ଆଗାମୀ ୪ ଦିନ ବର୍ଷା ସମ୍ଭାବନା
  • ||
  • ଭୁବନେଶ୍ୱର : ଓଡ଼ିଆ ଟେଲି ଜଗତକୁ ଝଟକା, ହୃଦଘାତରେ ଆଖିବୁଜିଲେ ଅଭିନେତା ସୋମଦତ୍ତ
  • ||

ମାଆ ବୁଝୁ ଥିଲେ ପେଟ୍ରୋଲ ପମ୍ପ , ପରୀକ୍ଷା ପ୍ରସ୍ତୁତିରେ ସାହାଯ୍ୟ କରୁଥିଲେ ପିତା ; ୨୨ ବର୍ଷ ବୟସରେ ଝିଅ ପାଇଲା ଆଇଏଏସ୍‌ …

ନୂଆଦିଲ୍ଲୀ : ୟୁପିଏସସି (କେନ୍ଦ୍ରୀୟ ଲୋକସେବା ଆୟୋଗ) ପରୀକ୍ଷା ପାସ୍‌ କରି ଦେଶର ଏହି ସର୍ବଶ୍ରେଷ୍ଠ ଚାକିରି ପାଇବା ଅନେକ ଲୋକଙ୍କର ସ୍ୱପ୍ନ ଥାଏ , କିନ୍ତୁ କିଛି ବ୍ୟକ୍ତି ନିଜର ଏହି ସ୍ୱପ୍ନକୁ ପୂରଣ କରି ପାରନ୍ତି। ସିଭିଲ ସେବା ପରୀକ୍ଷା ପାଇଁ ଆବେଦନ କରୁଥିବା ଲକ୍ଷ ଲକ୍ଷ ପ୍ରାର୍ଥୀଙ୍କ ମଧ୍ୟରୁ ବଡ଼ ମୁସ୍କିଲରେ ୦.୨ ପ୍ରତିଶତ ପ୍ରାର୍ଥୀଙ୍କୁ ଶେଷରେ ଚୟନ କରାଯାଇ ଥାଏ। ଏହି ପରୀକ୍ଷାକୁ ପାସ୍‌ କରିଥିବା ବ୍ୟକ୍ତିଙ୍କ କାହାଣୀ ସ୍ୱତନ୍ତ୍ର ହୋଇଥାଏ , ଏ କାହାଣୀ ଆହୁରି ଅଧିକ ସ୍ୱତନ୍ତ୍ର ସେତେବେଳେ ହୋଇଯାଏ , ଯେବେ କିଏ ଏହାକୁ କମ୍‌ ବୟସରେ ହାସଲ କରି ନେଇ ଥାଏ। ଆସନ୍ତୁ ଜାଣିବା ୨୨ ବର୍ଷ ବୟସରେ ୟୁପିଏସସି କ୍ରାକ୍‌ କରି ଆଇଏଏସ ହୋଇଥିବା ସ୍ୱାତୀ ମୀନା ନାଇକ୍‌ଙ୍କ କାହାଣୀ।

ପାଖାପାଖି ୨୨ ବର୍ଷ ବୟସରେ ୟୁପିଏସସି କ୍ଲିୟର କରି ଆଇଏଏସ ହୋଇଥିବା ସ୍ୱାତୀ ମୀନା ନିଜ ବ୍ୟାଚର ସବୁଠୁ ବମ୍‌ ବୟସର ଆଇଏଏସ ଅଧିକାରୀ ଥିଲେ। ସ୍ୱାତୀଙ୍କର ଜନ୍ମ ରାଜସ୍ଥାନରେ ହୋଇଥିଲା ଏବଂ ସେ ଆଜମେରରେ ଶିକ୍ଷା ପ୍ରାପ୍ତ କରିଛନ୍ତି। ତାଙ୍କର ମାଆ ସର୍ବଦା ଚାହୁଁଥିଲେ କି, ସେ ଡାକ୍ତର ହୁଅନ୍ତୁ। ଏକ ନ୍ୟୁଜ୍‌ ଚ୍ୟାନେଲକୁ ଦେଇଥିବା ଇଣ୍ଟରଭ୍ୟୁରେ ସ୍ୱାତୀ କହିଥିଲେ କି, ତାଙ୍କୁ ବି ଡାକ୍ତର ହେବାରେ କୌଣସି ଅସୁବିଧା ନାହିଁ। ହେଲେ ଯେବେ ସେ ୮ମ ଶ୍ରେଣୀରେ ଥିଲେ , ସେତେବେଳେ ତାଙ୍କର ମାଆଙ୍କର କଜିନ୍ ଭଉଣୀ ଆଇଏଏସ ଅଫିସର ହୋଇଥିଲେ। ଯେବେ ସ୍ୱାତୀଙ୍କର ପିତା ସେହି ଅଧିକାରୀଙ୍କୁ ଭେଟିଲେ ବହୁତ ଖୁସି ହୋଇଗଲେ। ତାଙ୍କ ମୁହଁରେ ଖୁସି ଦେଖି ସ୍ୱାତୀ ନିଜର ପିତାଙ୍କୁ ୟୁପିଏସସି ବିଷୟରେ ପଚାରି ଥିଲେ। ସେଦିନ ଠାରୁ ସେ ନିଷ୍ପତ୍ତି ନେଇଥିଲେ କି,ସେ ବି ଏମିତି ହିଁ ଜଣେ ଅଫିସର ହେବେ , ନିଜ ପିତାଙ୍କୁ ସର୍ବଦା ଖୁସି ଦେଇ ପାରିବେ। ଅନେକ ପରିଶ୍ରମ ପରେ , ସ୍ୱାତୀ ୨୦୦୭ରେ ଆୟୋଜିତ ୟୁପିଏସସି ପରୀକ୍ଷାରେ ଅଖିଳ ଭାରତୀୟ ରାଙ୍କ୍‌ ୨୬୦ ହାସଲ କରିଛନ୍ତି । ସେ ଏହି ବ୍ୟାଚ୍‌ର ସବୁଠୁ କମ୍ ବୟସର ଆଇଏଏସ ଥିଲା। ଏହାପରେ ତାଙ୍କୁ ମଧ୍ୟ ପ୍ରଦେଶର କ୍ୟାଡର ମିଳିଛି।

 जब स्वाति के पिता उस अधिकारी से मिले तो वे बहुत खुश हो गए. उनके चेहरे की खुशी देखकर स्वाति ने अपने पिता से यूपीएससी के बारे में पूछा. तब ही उन्होंने फैसला किया, वे भी ऐसी ही अधिकारी बनेंगी, ताकि अपने पिता को हमेशा के लिए ऐसी खुशी का अहसास करा सकें. कड़ी मेहनत के बाद, स्वाति ने 2007 में आयोजित यूपीएससी परीक्षा में अखिल भारतीय रैंक 260 हासिल की. ​​वह उस बैच की सबसे कम उम्र की आईएएस थीं. इसके बाद उन्हें मध्य प्रदेश कैडर मिला.

ଯେବେ ସ୍ୱାତୀ ଆଇପିଏସ୍‌ ହେବାକୁ ନିଷ୍ପତ୍ତି ନେଲେ , ସେତେବେଳେ ତାଙ୍କର ପିତା ତାଙ୍କ ନିଷ୍ପତ୍ତିକୁ ସମର୍ଥନ କରିଥିଲେ। ପିତା ସ୍ୱାତୀଙ୍କୁ ଲଗାତାର ସାହାଯ୍ୟ କଲେ। ପ୍ରସ୍ତୁତି ସମୟରେ ସ୍ୱାତୀଙ୍କର ମାଆ ପେଟ୍ରୋଲ ପମ୍ପ କଥା ବୁଝୁଥିଲେ। ମାଆଙ୍କର ବ୍ୟସ୍ତ ସିଡ୍ୟୁଲ ଭିତରେ ପିତା ସ୍ୱାତୀଙ୍କର ଭଲ ପ୍ରସ୍ତୁତି ପାଇଁ ଅନେକ ଡେମୋ ଇଣ୍ଟରଭ୍ୟୁ ନେଉଥିଲେ।

ଆଇଏଏସ ସ୍ୱାତୀ ମୀନା ଜଣେ ଜଣେ ସାହସୀ ଓ ଦବଙ୍ଗ ଅଫିସର ଭାବେ ଜଣାଶୁଣା। ସ୍ୱାତୀ ଯେବେ ମଧ୍ୟ ପ୍ରଦେଶର ମଣ୍ଡଳାରେ ମୁତୟନ ଥିଲେ , ସେତେବେଳେ ସେଠାରେ ଖଣି ମାଫିଆଙ୍କ ଦବଦବା ଥିଲା । ସେ ସେଠାକୁ କଲେକ୍ଟର ହୋବା ପରେ ସେଠାରେ ଖଣି ମାଫିଆ ବିରୋଧରେ ଅଲଗା ଅଲଗା ବିଭାଗକୁ ବହୁତ ଅଭିଯୋଗ ଆସିଲା। ଏହି ସବୁ ଅଭିଯୋଗ ଆଧାରରେ ସେ କାର୍ଯ୍ୟାନୁଷ୍ଠାନ ନେଇଥିଲେ। ସ୍ୱାତୀ ସେଠାକୁ ଆସିବା କ୍ଷଣି ଏହି ଖଣି ମାଫିଆଙ୍କ ବିରୋଧରେ ଅଭିଯାନ ଆରମ୍ଭ କରି ଦେଇ ଥିଲେ ।

ସମ୍ବନ୍ଧିତ ଖବର