ନୂଆଦିଲ୍ଲୀ : ଏ କାହାଣୀ କେବଳ ଏକ ସଫଳତାର ନୁହେଁ ,ବରଂ ନିଜ ବାପାଙ୍କ ଅଧୁରା ସ୍ୱପ୍ନକୁ ସାକାର କରିବାର ଏକ ଭାବପ୍ରବଣର କଥାଟିଏ। ସୋନିପତର ଝିଅ ଶୀତଲ ମେହଲାନ। ନିଜ ବାପାଙ୍କର ଅଧୁରା ସ୍ୱପ୍ନକୁ ନିଜର ପରିଶ୍ରମ ଓ ସାହସ ଦ୍ୱାରା ପୂରଣ କରି ପାରିଛନ୍ତି। ଏନଡିଏ ପରୀକ୍ଷା ପରେ ବର୍ଦ୍ଦି ପିନ୍ଧିବା ସହ ଯେତେବେଳେ ତାଙ୍କ କାନ୍ଧରେ ଷ୍ଟାର ରଖାଗଲା , ସେହି କ୍ଷଣ କେବଳ ତାଙ୍କର ବିଜୟ ନଥିଲା, ବରଂ ପୂରା ପରିବାରର ସଂଘର୍ଷ ଓ ବଳିଦାନ ପ୍ରତି ସମ୍ମାନ କରିବା ଥିଲା।

 

ଶୀତଲ ପାଠପଢାରେ ମଧ୍ୟ ତାଙ୍କର ପ୍ରତିଭା ସାବ୍ୟସ୍ତ କରିଥିଲେ। ୧୦ମ ଓ ଦ୍ୱାଦଶରେ ୯୭ ପ୍ରତିଶତରୁ ଅଧିକ ଅଙ୍କ ହାସଲ କରି ନିଜର ଚମକ ଦେଖାଇ ଥିଲେ। ଏହାପରେ ସେ ନ୍ୟାସନାଲ ଡିଫେନ୍ସ ଏକାଡେମୀ (ଏନଡିଏ)ର ପ୍ରସ୍ତୁତି ବିନା କୋଚିଂରେ ଆରମ୍ଭ କଲେ। ସେ ଏହା ସାବ୍ୟସ୍ତ କରିଦେଲେ ଯେ, ପ୍ରତି ଚ୍ୟାଲେଞ୍ଜ ପାଇଁ ସେ ପ୍ରସ୍ତୁତ। ୨୦୨୧ ମସିହାରେ ମହିଳାଙ୍କ ପାଇଁ ଏନଡିଏର ରାସ୍ତା ଖୋଲିବା କ୍ଷଣି ସେ ନିଜର ପ୍ରସ୍ତୁତିକୁ ଆହୁରି ଜୋରଦାର କରି ଦେଲେ। ଏହା ସେହି ସମୟ ଥିଲା ,ଯେବେ ସ୍ୱପ୍ନକୁ ଦିଗ ଓ ପରିଶ୍ରମକୁ ଲକ୍ଷ୍ୟସ୍ଥଳ ମିଳିବାକୁ ଲାଗିଲା।

 

ଆଖିରେ ଖୁସିର ଲୁହ ଥିଲା । ହୃଦୟରେ ଆତ୍ମସନ୍ତୋଷର ଗର୍ବ। ଯିଏବି ଏହି ଦୃଶ୍ୟ ଦେଖିଛି, ଭାବପ୍ରବଣରେ ହଜି ଯାଇଛନ୍ତି। ପଡୋଶୀମାନେ ମଧ୍ୟ ଠିଆ ହୋଇ ସଲାମ କରୁଥିଲେ। ଆପେ ଆପେ ସେମାନଙ୍କ ମୁଣ୍ଡ ନଇଁ ପଡ଼ୁଥିବା ଝିଅର ଅଜସ୍ର ଶ୍ରମ ଓ ସାହସିକତା ଆଗରେ। ସ୍ୱପ୍ନରେ ଯଦି ସତର ଖାଦ ଥାଏ , ତ ଅସମ୍ଭବକୁ ମଧ୍ୟ ସମ୍ଭବ କରାଯାଇ ପାରେ। ଏହା ହିଁ କୁହେ ଶୀତଲଙ୍କର ସଫଳତାର କାହାଣୀ।

 

ଶୀତଲ ମେହଲାନ ହରିଆଣାର ସୋନିପତ ବାସିନ୍ଦା। ତାଙ୍କର ଜୀବନ ଜଣେ ସାଧାରଣ ଛାତ୍ରୀ ଭଳି ଆରମ୍ଭ ହୋଇ ଥିଲା , କିନ୍ତୁ ତାଙ୍କ ଭିତରେ ଲୁଚି ରହି ଥିବା ପ୍ରତିଭା ଥିଲା ଅସାଧାରଣ। ତାଙ୍କ ବାପା ଅଶୋକ ମେହଲାନ ଜଣେ ବ୍ୟବସାୟୀ। ତାଙ୍କ ମାଆ ଜଣେ ହାଉସମେକର। ସେ ଘରର ଦାୟିତ୍ୱ ନିଅନ୍ତି। ଶୀତଲଙ୍କ ପରିବାରରେ ତାଙ୍କର ସାନ ଭାଇ ତେଜସ ମଧ୍ୟ ଅଛନ୍ତି।

 

ଶୀତଲଙ୍କ ବାପା ଭାରତୀୟ ବାୟୁସେନାରେ ଭର୍ତ୍ତି ହେବାକୁ ଚାହୁଁ ଥିଲେ , କିନ୍ତୁ କିଛି କାରଣ ଯୋଗୁଁ ସେ ଯାଇ ପାରି ନଥିଲେ। ଯେବେ ଶୀତଲ ତାଙ୍କ ବାପାଙ୍କ ଅଧୁରା ସ୍ୱପ୍ନ ବିଷୟରେ ଜାଣିଲେ , ସେ ସେତେବେଳେ ସ୍ଥିର କଲେ ବାପାଙ୍କ ସେହି ଅଧା ସ୍ୱପ୍ନକୁ ପୂରା କରିବେ। ତାଙ୍କ ମାଆ ତାଙ୍କୁ ସବୁ ପ୍ରକାର ସହଯୋଗ କଲେ। ଘରର ମାହୋଲ ସାଧାରଣ ଥିଲା କିନ୍ତୁ ସ୍ୱପ୍ନ ଖୁବ୍ ବଡ଼ ଥିଲା। ଶୀତଲଙ୍କ ପାଇଁ ଏହା କେବଳ କ୍ୟାରିୟର ନୁହେଁ, ବରଂ ତାଙ୍କ ବାପାଙ୍କ ସମ୍ମାନ ଓ ପରିବାରର ଆଶାକୁ ସାକାର କରିବାର ଏକ ମିଶନ ହୋଇଗଲା।

୨୦୨୨ ମସିହାରେ ଯେତେବେଳେ ପ୍ରଥମ ଥର ମହିଳା କ୍ୟାଡେଟ୍ସର ଚୟନ ହେଲା ତ ଶୀତଲ ସମଗ୍ର ଭାରତରେ ଟପ୍ ରାଙ୍କ୍ ହାସଲ କରିଥିଲେ। ଯେବେ ଏନଡିଏ ମହିଳା କ୍ୟାଡେଟ୍ସ ପ୍ରଥମ ବ୍ୟାଚ୍ ନେଲା ତ ପୂରା ଭାରତରେ କେବଳ ୧୯ ଜଣ ଝିଅଙ୍କୁ ଚୟନ କରାଗଲା। ଶୀତଲ ସେଥିରେ ଜଣେ ଥିଲେ। ସେ ନିଜର ପ୍ରଥମ ପ୍ରୟାସରେ ଲିଖିତ ପରୀକ୍ଷା ପାସ୍ କରି ମହିଳା ପ୍ରାର୍ଥୀଙ୍କ ମଧ୍ୟରେ ଆକର୍ଷଣୀୟ ଏଆଇଆର-୯ ହାସଲ କରିଥିଲେ।

 

ଏହାପରେ ସେ ପ୍ରୟାଗରାଜରେ ସର୍ଭିସ ସିଲେକ୍ସନ ବୋର୍ଡ (ଏସଏସବି)ର କଠିନ ୫ ଦିନର ପ୍ରକ୍ରିୟାକୁ ସଫଳତାପୂର୍ବର ପୂରଣ କରିଥିଲେ। ତାଙ୍କ ସାମ୍ନାରେ ମେଡିକାଲ ଫିଟନେସର ଚ୍ୟାଲେଞ୍ଜ ମଧ୍ୟ ସାମ୍ନାକୁ ଆସିଥିଲା,ଯାହାକୁ ସେ ୪୦ ଦିନର କଡ଼ା ପରିଶ୍ରମରେ ଅତିକ୍ରମ କରିଥିଲେ। ଏହା ପରେ ଏନଡିଏ ଓ ପରେ ଇଣ୍ଡିଆନ ମିଲିଟାରୀ ଏକାଡେମୀ (ଆଇଏମଏ)ରେ ୪ ବର୍ଷର କଠିନ ପ୍ରଶିକ୍ଷଣ ଆରମ୍ଭ ହେଲା ,ଯେଉଁଠି ପ୍ରତିଦିନ ଅନୁଶାସନ , ଯନ୍ତ୍ରଣା ଓ ସମର୍ପଣର ପରୀକ୍ଷା ଥିଲା।

ଏହାସହ ମଧ୍ୟ ପଢନ୍ତୁ :  AI Success Story: ନା ଥିଲା MBA ଡିଗ୍ରୀ, ନା କୋଟି କୋଟି ଟଙ୍କା... ୬ ପିଲାଙ୍କ ମା’ AI ସାହାଯ୍ୟରେ ଠିଆ କରି ଦେଲେ କମ୍ପାନୀ!

୧୪ ଜୁନ ୨୦୨୬ ମସିହାର ଦିନ ତାଙ୍କ ଜୀବନର ସବୁଠୁ ସ୍ମରଣୀର ଦିନ ପାଲଟି ଗଲା , ଯେବେ ସେ ଲେଫ୍ଟେନାଣ୍ଟ ହୋଇ ପାସ୍ ଆଉଟ୍ ହେଲେ। ମାତା ପିତା ତାଙ୍କର କାନ୍ଧରେ ଷ୍ଟାର ଲଗାଇ ଦେଲେ ଏବଂ ଆଖିରୁ ବୋହି ଆସୁଥିଲା ଖୁସି ଓ ଆତ୍ମସନ୍ତୋଷର ଲୁହ , କାରଣ ଏହା ତାଙ୍କ ବାପାଙ୍କ ସ୍ୱପ୍ନ ଥିଲା। ବାପା ଗର୍ବରେ କହିଥିଲେ , ସେ ନିଜ ଝିଅକୁ ଦେଶରୁ ସମର୍ପି ଦେଲେ। ଘରକୁ ଯେତେବେଳେ ଫେରୁଥିଲେ ପୂରା ସୋନିପତ ଅଞ୍ଚଳ ତାଙ୍କୁ ସ୍ୱାଗତ କରିଥିଲା।