ନୂଆଦିଲ୍ଲୀ : E20 ପେଟ୍ରୋଲକୁ ଦେଶରେ ଚାଲିଥିବା ଆଲୋଚନା ମଧ୍ୟରେ ମାରୁତି ସୁଜୁକିର ଆସିଛି ଏକ ବଡ଼ ବିବୃତ୍ତି। କମ୍ପାନୀର ବରିଷ୍ଠ କାର୍ଯ୍ୟନିର୍ବାହୀ ଅଧିକାରୀ ରାହୁଲ ଭାରତୀ କହିଛନ୍ତି , E 10 ପେଟ୍ରୋଲ ପାଇଁ ନିର୍ମିତ କାର ଗୁଡ଼ିକରେ E20 ପେଟ୍ରୋଲର ବ୍ୟବହାର ହେଲେ ମଧ୍ୟ ,ଏବେସୁଦ୍ଧା କୌଣସି ବଡ଼ ଯାନ୍ତ୍ରିକ ସମସ୍ୟା ସାମ୍ନାକୁ ଆସି ନାହିଁ। ସେ କହିଛନ୍ତି – ଅନେକ ଲୋକଙ୍କ ଚିନ୍ତା ଯେ, ପୁରୁଣା ଗାଡ଼ି ଗୁଡ଼ିକରେ ଇଥାନଲ ମିଶ୍ରିତ ପେଟ୍ରୋଲର ପ୍ରଭାବ ଇଞ୍ଜିନ କିମ୍ୱା ଏହାର ମେଣ୍ଟେନାନ୍ସ ଉପରେ ପଡ଼ି ପାରେ, କିନ୍ତୁ କମ୍ପାନୀର ଏକ୍ସପେରିୟନ୍ସ ଓ ତଥ୍ୟ ଭିନ୍ନ କଥା ଦର୍ଶାଉଛି।

ରାହୁଲ ଭାରତୀ ସୂଚନା ଦେଇଛନ୍ତି ଯେ, ୨୦୨୩ ମସିହାରେ ଯେତେବେଳେ ଦେଶରେ E20 ପେଟ୍ରୋଲ୍ ଲାଗୁ କରାଗଲା ,ସେତେବେଳେ ଭାରତରେ ପ୍ରାୟ ୨.୮୪ କୋଟି କାର ଥିଲା। ଏଥିରୁ ପ୍ରାୟ ୧.୮୩ କୋଟି ଯାନ ଏମିତି ଥିଲା, ଯାହା ୨୦୨୩ ପୂର୍ବରୁ ନିର୍ମିତ ହୋଇ ଥିଲା। ଏହା ବ୍ୟତୀତ ପ୍ରାୟ ୧.୫ କୋଟି କାର ଖୁବ ପୁରୁଣା କ୍ୟାଟେଗୋରୀରେ ଥିଲା। ଏତେ ବଡ଼଼ ସଂଖ୍ୟା ସତ୍ତ୍ୱେ, ଏବେସୁଦ୍ଧା E20 ପେଟ୍ରୋଲର ବ୍ୟବହାର ଯୋଗୁଁ ଏହି ଯାନଗୁଡ଼ିକରେ କୌଣସି ବଡ଼ ଯାନ୍ତ୍ରିକ ତ୍ରୁଟି କିମ୍ବା ସିଷ୍ଟମ୍ ବିଫଳତା ରିପୋର୍ଟ ଆସି ନାହିଁ। କମ୍ପାନୀ କହିଛି ଯେ, ପ୍ରକୃତ ବ୍ୟବହାରର ଆଧାରରେ ଏହି ଇନ୍ଧନକୁ ନେଇ କୌଣସି ଗମ୍ଭୀର ସମସ୍ୟା ରିପୋର୍ଟ କରାଯାଇ ନାହିଁ।

ଅଟୋ ବିଶେଷଜ୍ଞଙ୍କ ଅନୁସାରେ , E20 ପେଟ୍ରୋଲରୁ ଲାଗୁ କରିବା ପୂର୍ବରୁ ବହୁ ସ୍ତରୀୟ ପରୀକ୍ଷଣ କରାଯାଇ ଥିଲା , ଯାହା ଦ୍ଵାରା ସ୍ପଷ୍ଟ ହେବ ଯେ, ବର୍ତ୍ତମାନର ଚାଳିତ ଯାନଗୁଡ଼ିକ ସହିତ ଏହା ସୁରକ୍ଷିତ କାମ କରି ପାରିବ। ଏହି କାରଣରୁ ଏହାକୁ ଧିରେ ଧିରେ ବଜାରକୁ ଅଣାଯାଇ ଥିଲା। ହେଲେ, ବିଶେଷଜ୍ଞମାନେ ଏହା ମଧ୍ୟ ବିଶ୍ୱାସ କରନ୍ତି ଯେ ବିଭିନ୍ନ ଯାନର ବୟସ, ରକ୍ଷଣାବେକ୍ଷଣ ଏବଂ ଟେକ୍ଲିକାଲ ଅବସ୍ଥା ଉପରେ ନିର୍ଭର କରି ମାଇଲେଜ୍ ଏବଂ କାର୍ଯ୍ୟଦକ୍ଷତାରେ ସାମାନ୍ୟ ପରିବର୍ତ୍ତନ ହୋଇ ପାରେ, କିନ୍ତୁ ଏହା କୌଣସି ବଡ଼ କ୍ଷତିକୁ ସୂଚିତ କରେ ନାହିଁ।

ଆହୁରି ମଧ୍ୟ ପଢନ୍ତୁ : New EPFO Portal: ଇପିଏଫ୍‌ଓର ନୂଆ ସଦସ୍ୟ ପୋର୍ଟାଲ ଲାଇଭ୍ , ଅପଗ୍ରେଡ ପରେ ବଡ଼ ପରିବର୍ତ୍ତନ

ମାରୁତିର ଏହି ବିବୃତ୍ତି ଏମିତି ସମୟରେ ଆସିଛି ,ଯେବେ E20 ପେଟ୍ରୋଲକୁ ନେଇ ମାଇଲେଜ୍ ହ୍ରାସ ପାଇବା ଓ ଇଞ୍ଜିନ ଉପରେ ପ୍ରଭାବ ଭଳି ପ୍ରଶ୍ନ ନିରନ୍ତର ଉଠୁଛି। କମ୍ପାନୀର ଦାବି ଯେ, ବାସ୍ତବିକ ଅନୁଭବ ଓ ବଡ଼ ସ୍ତରରେ ଡାଟାର ଆଧାରରେ ପୁରୁଣା ଗାଡ଼ି ଗୁଡ଼ିକରେ ମଧ୍ୟ କୌଣସି ଗୁରୁତର ସମସ୍ୟା ଦେଖିବାକୁ ମିଳି ନାହିଁ। 

ଆହୁରି ମଧ୍ୟ ପଢନ୍ତୁ :ଭାରତର E20 ପେଟ୍ରୋଲ ପ୍ରସ୍ତାବକୁ କାହିଁକି ପ୍ରତ୍ୟାଖ୍ୟାନ କଲା ଭୁଟାନ ? ଜାଣନ୍ତୁ ପ୍ରମୁଖ କାରଣ