PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଲମତାପୁଟ : ୮ଲକ୍ଷ ଟଙ୍କାର ଗଞ୍ଜେଇ ଵୋଝେଇ କାର ଜବତ, ମାଫିଆ ଫେରାର
  • ||
  • ଧର୍ମଗଡ଼ : ୩ କୁଇଣ୍ଟାଲ ୨୦ କେ.ଜିର ଜବତ, ଜଣେ ଗିରଫ
  • ||
  • ବାଲିଗୁଡ଼ା : ଆବାସିକ ବିଦ୍ୟାଳୟରେ ସପ୍ତମ ଶ୍ରେଣୀ ଛାତ୍ରୀ ଗର୍ଭବତୀ, ସନ୍ଦିଗ୍ଧ ଛାତ୍ର ଅଟକ
  • ||
  • କଣ୍ଟାବାଞ୍ଜି : ତ୍ରିନାଥ ମନ୍ଦିରରୁ ଚୋରି, ଦାନବାକ୍ସ ଭାଙ୍ଗି ଟଙ୍କା ଓ ରୂପାର ଝୁମର ଚୋରି କରିନେଲେ ଦୁର୍ବୃତ୍ତ
  • ||
  • ଢେଙ୍କାନାଳ : ଢେଙ୍କାନାଳ ସଦର ଥାନା କାଙ୍କଡ଼ପାଳ ଗ୍ରାମରେ ବଚସାକୁ ନେଇ ଫାଙ୍କା ଗୁଳିଚାଳନା, ଭୟରେ ଖସିପଡ଼ି ଜଣେ ଆହତ, ଘଟଣା ସ୍ଥଳରୁ ୩ ଖୋକା ଜବତ
  • ||

ମାଡାଗାସ୍କରରେ ମିଳିଲା ଏମିତି ଏକ ପ୍ରଜାତିର ସାପ: ପ୍ରତି ମିନିଟରେ ହୋଇଯାଉଛି ଅଦୃଶ୍ୟ

ମାଡାଗାସ୍କାର,୧୮/୨: ମାଡାଗାସ୍କରରେ ଦେଖିବାକୁ ମିଳିଛି ସାପର ଆଉ ଏକ ପ୍ରଜାତି ’କ୍ୟାଟ୍ ଆଇସ୍ ସ୍ନେକ୍’। ଏହାର ନୂଆ ନାମ ଘୋଷ୍ଟ ସ୍ନେକ୍ ରଖାଯାଇଛି। ସାପର ରଙ୍ଗ ମାଟିଆ।  ସାପକୁ ଉତ୍ତର ମାଡାଗାସ୍କାରର ଅଂକାରା ରାଷ୍ଟ୍ରୀୟ ଉଦ୍ୟାନରେ ରଖାଯାଇଛି। ଏହି ପ୍ରକାର ସାପ ଦେହରେ ଧାର ଧାର ହୋଇ ଗାର ରହିଛି। ବିଶେଷଜ୍ଞଙ୍କ କହିବାନୁସାରେ, ଏହି ପ୍ରକାର ସାପ ସନ୍ଧ୍ୟା ଓ ରାତିରେ ବହୁତ ଚଞ୍ଚଳ ରହିଥାଏ। ମାତ୍ର ପ୍ରତି ମିନିଟରେ ଏହା ଅଦୃଶ୍ୟ ହୋଇଯାଉଛି।

ଆମେରିକାର ବ୍ଲସିନିୟା ରାଜ୍ୟ ବିଶ୍ବବିଦ୍ୟାଳୟର ମ୍ୟୁଜିୟମ୍ ଅଫ ନେଚୁରାଲ ସାଇନ୍ସର ଡାକ୍ତର କହିଛନ୍ତି, ମାଡାଗାସ୍କରରେ ଦେଖାଯାଉଥିବା ସବୁ ସାପ ମାଟିଆ କି ଧାରୁଆ ହୋଇନଥାନ୍ତି। ବୈଜ୍ଞାନିକ ମାନେ ଏଭଳି ସାପ ଉପରେ ବିସ୍ତୁତ ଭାବେ ଅଧ୍ୟୟନ କରିଛନ୍ତି। ଏହା ବ୍ୟତୀତ ବହୁ ପୂର୍ବରୁ ବୈଜ୍ଞାନିକମାନେ କ୍ୟାଟ୍ ଆଇସ୍ ସ୍ନେକର ଡିଏନ୍ଏ ପରୀକ୍ଷା କରିବା ସହିତ ଅନ୍ୟ ଏକ ‘ଫୁଚସୀ’ ସାପର ଡିଏନ୍ଏ ପରୀକ୍ଷା କରିଥିଲେ। ପରେ ଦୁଇ ସାପଙ୍କ ସମ୍ପର୍କରେ ବୈଜ୍ଞାନିକମାନେ ଅଧ୍ୟୟନ କରିଛନ୍ତି। ବୈଜ୍ଞାନିକଙ୍କ କହିବାନୁସାରେ, ସାପଙ୍କ ସମ୍ପର୍କରେ ଅଧ୍ୟୟନ କରିବା ପରେ ଜଣା ପଡ଼ିଛି କି, ’କ୍ୟାଟ୍ ଆଇସ୍ ସ୍ନେକ୍’ ଏକ ନୂଆ ପ୍ରଜାତିର। ଏହା ଅନ୍ୟ କୈାଣସି ପ୍ରଜାତିର ସାପଙ୍କ ସହିତ ମେଳ ଖାଉନି।