PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ପରଲୋକ , ଗୁଳିମାଡ଼ ପରେ ତାଙ୍କୁ ଭୁବନେଶ୍ୱରରେ ହସ୍ପିଟାଲରେ ଭର୍ତ୍ତି କରାଯାଇ ଥିଲା
  • ||
  • ମାଲକାନଗିରି : ମାଓଗଡ଼ରେ ସରକାରଙ୍କ ପକ୍ଷରୁ ୨୦୦ ଗରିବ ଆଦିବାସୀଙ୍କୁ ମୋବାଇଲ ଫୋନ ବଣ୍ଟନ
  • ||
  • ପାକିସ୍ତାନରେ ପୁଣି ମହଙ୍ଗା ମାଡ଼, ପେଟ୍ରୋଲ-ଡିଜେଲ ଦାମରେ ୩୫ ଟଙ୍କା ବୃଦ୍ଧି
  • ||
  • ଝାରସୁଗୁଡ଼ା: ମନ୍ତ୍ରୀ ନବ ଦାସଙ୍କୁ ଗୁଳି ମାଡ଼: ଛାତିରେ ବାଜିଛି ଗୁଳି, ଗୁରୁତର ଅବସ୍ଥାରେ ନିଆଯାଉଛି ହସ୍ପିଟାଲ
  • ||
  • ହକି ବିଶ୍ୱକପ୍‌: ସୁପର ସଣ୍ଡେରେ ଫାଇନାଲ୍ ଫାଇଟ୍, ବେଲଜିୟମ-ଜର୍ମାନୀ ମଧ୍ୟରେ ଟାଇଟଲ ଟକ୍କର
  • ||
  • ଭୂକମ୍ପରେ ଥରିଲା ଇରାନ୍, ୭ ମୃତ, ୪୦୦ରୁ ଅଧିକ ଆହତ
  • ||
  • ମୟୂରଭଞ୍ଜ: ହାତୀମୃତ ଦେହ ମିଳିବା ଘଟଣାରେ ୪ ଶିକାରୀ ଗିରଫ, ୨ ହାତୀଦାନ୍ତ ଜବତ…
  • ||
  • ଆଜି ଦ୍ୱିତୀୟ ଟି-ଟ୍ୱେଣ୍ଟି: ଭାରତ ପାଇଁ ‘କର ବା ମର’, ସିରିଜ ଜିତି ସ୍ୱଦେଶ ଫେରିବା ଲକ୍ଷ୍ୟରେ ନ୍ୟୁଜିଲାଣ୍ଡ
  • ||
  • ଭୁବନେଶ୍ୱର: ଫେବ୍ରୁଆରୀ ୧୦ରେ ଓଡ଼ିଶା ଆସିବେ ରାଷ୍ଟ୍ରପତି ! ସଜେଇ ହେଉଛି ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ
  • ||
  • ଭୁବନେଶ୍ୱର: ଚିନାବାଦାମ ଚାଷର ନୂତନ ଜ୍ଞାନକୌଶଳ ଶିଖିବେ ଓଡ଼ିଆ କୃଷକ, ୮୦ ଚାଷୀଙ୍କୁ ଗୁଜରାଟ ପଠାଇଲା ସୋଆ
  • ||

ସଫଳ ଚାଷୀ ସୁଦାମ ମହାନ୍ତ : ବାୟଫ୍ଲୋକ ପଦ୍ଧତିରେ କରୁଛନ୍ତି ମାଛ ଚାଷ       

କେନ୍ଦୁଝର, ୪/୧୨ :  କେନ୍ଦୁଝର ଜିଲ୍ଲା ସଦର ବ୍ଲକ ଅନ୍ତର ହାଣ୍ଡିଭଙ୍ଗା ପଞ୍ଚାୟତ ଫକିରପୁର ଗ୍ରାମର ସୁଦାମ ମହାନ୍ତ ଜଣେ ସଫଳ ଚାଷୀ ସୁଦାମ ଦୀର୍ଘ ବର୍ଷ ହେବ ବାଇଗଣ କୋବି, ବିଲାତି, ଲଙ୍କା, ଚାଷ କରି ପରିବାର ପ୍ରତି ପୋଷଣା କରିଚାଲିଛନ୍ତି । ବୟସ ବାର୍ଦ୍ଧକ୍ୟ ଛୁଇଁଥିଲେ ମଧ୍ୟ ଚାଷ କାମ ପାଇଁ ପୁରା ଯବାନ ସାଜିଛନ୍ତି ୬୦ବୟସରେ ମଧ୍ୟ ଚାଷକୁ କିଛି ଉର୍ନତ କରିଚାଲିଛନ୍ତି ।

ୟୁଟୁବ ଦେଖି ବାୟଫ୍ଲୋକ ପଦ୍ଧତିରେ ଉନ୍ନତ ମାନର ମାଛ ଚାଷ ପାଇଁ ମନ ବଳାଇ ସେ ନିଜ ଘର ବାଡ଼ିର ଦଶ ଡିସିମିଲ ଜାଗାରେ ୬ଟି ପାଣି ଟାଙ୍କି ସଦୃଶ ତାରଜାଲି ପଲିଥିନ ଦ୍ୱାରା କୁଣ୍ଡ କରାଯାଇ ପ୍ରତି କୁଣ୍ଡରେ ୧୦ହଜାର ଲିଟର ବିଶିଷ୍ଟ ପାଣି ଟାଙ୍କିରେ ଖର୍ଚ୍ଚ କରିଛନ୍ତି ପ୍ରାୟ ୮୦ ହଜର ଟଙ୍କା । ଶ୍ରୀ ମହାନ୍ତଙ୍କ  କହିବା ଅନୁଯାୟୀ ଛଅଟି ମାଛ କୁଣ୍ଡରେ ପ୍ରୟ ୬ ଲକ୍ଷ ଟଙ୍କା ଖର୍ଚ୍ଚ ହେବ ମାଛକୁ ବିକ୍ରି କଲା ପର୍ଯ୍ୟନ୍ତ। ଛଅଟି କୁଣ୍ଡରେ ଚାରିରୁ ପାଞ୍ଚ ଲକ୍ଷ ଟଙ୍କା ଲାଭ ହେବ ବୋଲି ଆକଳନ କରିଛନ୍ତି ।

ବୟସ ବଢୁଛି ପନି ପରିବାରେ ଅଧିକ ଖଟିବାକୁ ପଡୁଛି । ଏଥିରେ କମ ପରିଶ୍ରମକୁ ଅଧିକ ଲାଭ ହେବ ବୋଲି କହିଛନ୍ତି । ଏହା ୬ରୁ ୮ ମାସ ମଧ୍ୟରେ ଅମଳ ହେବ। ମାଛ ସାଙ୍ଗକୁ ବିଦେଶୀ ଛେଳି ପାଳନ ଜାରି ରଖିଛନ୍ତି ସୁଦାମ । କେବଳ ଚାଷ କରି ପୁଅ ଏମସିଏ ପରେ ବେଙ୍ଗାଲୋରରେ ଜାଭା କରୁଛନ୍ତି ଏବଂ ଝିଅକୁ ବିଇଡି କାରିସାରିଛନ୍ତି ।   

ସମ୍ବନ୍ଧିତ ଖବର