PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୋବେଲ ଶାନ୍ତି ପୁରସ୍କାର ଘୋଷଣା: ମାନବାଧିକାର ପ୍ରବକ୍ତା ଆଲେସ୍ ବାଲିଆସ୍କି ସହ ଦୁଇଟି ସଂଗଠନକୁ ମିଳିବ ପୁରସ୍କାର
  • ||
  • ଭୁବନେଶ୍ଵର : ଓଡ଼ିଶା ଲଳିତ କଳା ଏକାଡେମୀ ଉପସଭାପତି ତଥା ବିଶିଷ୍ଟ ଶିଳ୍ପୀ ଶ୍ରୀନିବାସ ପଢ଼ିଆରୀଙ୍କ ପରଲୋକ
  • ||
  • ମୁରିବାହାଲ : ଭିଜିଲାନ୍ସ ଜାଲରେ ମୁରିବାହାଲ ବ୍ଲକ APO ସୁଶାନ୍ତ କୁମାର ଦାସ, ୪୫ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ
  • ||
  • ବାଙ୍ଗିରିପୋଷି : ଶୌଚ ହେବାକୁ ଯାଇଥିବା ବେଳେ ଆକ୍ରମଣ କଲା ଦନ୍ତା, ଯୁବକ ମୃତ
  • ||
  • ଭୁବନେଶ୍ୱର : ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୨୫ ପୂର୍ବରୁ ଓଡ଼ିଶା ଛାଡ଼ିବନି ମୌସୁମୀ
  • ||
  • ଭଦ୍ରକ : ନଭେମ୍ୱର ୩ରେ ଧାମନଗର ଉପନିର୍ବାଚନ, ଆଜିଠୁ ନାମାଙ୍କନ ପତ୍ର ଦାଖଲ
  • ||
  • ତେଲକୋଇ : ଶୁଝି ପାରିଲେନି କିସ୍ତି, ଆତ୍ମହତ୍ୟା କଲେ ଅସହାୟ ଟ୍ରକ ମାଲିକ
  • ||
  • ମୋହନା : ଜଙ୍ଗଲରୁ ବିପୁଳ ପରିମାଣର କାଠ ଗଣ୍ଡି ଜବତ
  • ||
  • ଭୁବନେଶ୍ଵର : ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ୬୩ ପଜିଟିଭ୍ ଚିହ୍ନଟ
  • ||

ଜାପାନ ବାଲିରେ କୋଣାର୍କ ଚକ କଲେ ସୁଦର୍ଶନ

ଭୁବନେଶ୍ୱର,୨୭ା୩(ବ୍ୟୁରୋ): ଆଶ୍ଚର୍ଯ୍ୟ ବିଶ୍ୱବାସୀ । ପୁଣି ଥରେ ନିଜ ଦକ୍ଷତା ବଳରେ ବାଲିରେ ବିସ୍ମିତ କଲାଭଳି କଳାକୃତି ପ୍ରଦର୍ଶନୀ ପ୍ରସ୍ତୁତ କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ଓଡ଼ିଆପୁଅ ପଦ୍ମଶ୍ରୀ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ଜାପାନ ସ୍ୟାଣ୍ଡ୍‌ ମ୍ୟୁଜିୟମ୍‌ଠାରେ ଅନୁଷ୍ଠିତ ଜାପାନ ଇଣ୍ଟରନ୍ୟାସନାଲ୍‌ ସ୍ୟାଣ୍ଡ୍‌ ଆର୍ଟ ଫେଷ୍ଟିଭାଲ୍‌-୨୦୧୯ରେ ସୁଦର୍ଶନ ପଟ୍ଟନାୟକ ବାଲୁକା କଳାରେ କୋଣାର୍କ ଚକ ପ୍ରସ୍ତୁତ କରି ନିଜର ନୁହେଁ ବରଂ ଓଡ଼ିଶାକୁ ଗର୍ବତି କରଛନ୍ତି । ଦେଖାଇଦେଇଛନ୍ତି ପଥର ନୁହେଁ ବାଲିରେ ବି କୋଣାର୍କ ଗଢିବାର ଦକ୍ଷତା ରଖିଛି ଓଡ଼ିଆ ଶିଳ୍ପୀ । ସେ ଏତେ ସୁନ୍ଦର ଭାବେ ବାଲିରେ କଳାକୃତି ପ୍ରସ୍ତୁତ କରିଛନ୍ତି, ଯେ କେହି ଦେଖୁଛି ଅଟକି ରହିଯାଉଛି ଏବଂ ପ୍ରଶଂସା ପରେ ପ୍ରଶଂସା କରି ଚାଲିଛି । ସୋସିଆଲ୍‌ ମିଡିଆରେ ବି ସୁଦର୍ଶନଙ୍କ ଏହି କଳାକୃତିକୁ ନେଇ ଢ଼େର ଚର୍ଚ୍ଚା । ଏହି ଫେଷ୍ଟିଭାଲ୍‌ରେ ସମଗ୍ର ବିଶ୍ୱରୁ ୨୧ଜଣ ଶିଳ୍ପୀ ଭାଗ ନେଇଛନ୍ତି ।