ଅଲ୍ ଇଣ୍ଡିଆ ସିଭିଲ୍ ସର୍ଭିସ୍ ଚେସ୍ ଟୁର୍ଣ୍ଣାମେଣ୍ଟ ୨୦୨୨-୨୩: ସିଲଭର ପଦକ ପାଇଲେ କଳାହାଣ୍ଡିର ଶିକ୍ଷକ ସୁଧୀର ବେହେରା

ଜୁନାଗଡ଼ ୨୩/୩: ଡିପାର୍ଟମେଣ୍ଟ ଅଫ ସ୍ପୋର୍ଟ୍ସ ଏଣ୍ଡ ୟୁଥ ସର୍ଭିସ ଓଡିଶା ଏବଂ ସେଣ୍ଟ୍ରାଲ ସିଭିଲ ସର୍ଭିସ କଲଚୁରାଲ ଏଣ୍ଡ ସ୍ପୋର୍ଟ୍ସ ବୋର୍ଡର ମିଳିତ ଆୟୋଜନରେ ଭୁବନେଶ୍ୱର କିଟ ଓ କିସ କ୍ୟାମ୍ପସଠାରେ ଅଲ ଇଣ୍ଡିଆ ସିଭିଲ ସର୍ଭିସ ଚେସ ଟୁର୍ନାମେଣ୍ଟ ୨୦୨୨-୨୩ ଅନୁଷ୍ଠିତ ହୋଇଥିଲା l ଏହି ଟୁର୍ଣ୍ଣାମେଣ୍ଟ ୯ ଦିନ ଧରି ଅନୁଷ୍ଠିତ ହୋଇଥିଲା l ଏହି ଅଲ ଇଣ୍ଡିଆ ଚେସ ଟୁର୍ନାମେଣ୍ଟରେ ସର୍ବଭାରତୀୟ ସ୍ତରରୁ ସର୍ବ ମୋଟ ୩୨ ଗୋଟି ଦଳ ଅଂଶ ଗ୍ରହଣ କରିଥିଲେ l ଏଥି ମଧ୍ୟରୁ ପୁରୁଷ ବିଭାଗର ବରିଷ୍ଠ ବିଭାଗ (୫୫ ବର୍ଷ ବୟସରୁ ଉର୍ଦ୍ଧ୍ୱ) କେଟାଗୋରିରେ କଳାହାଣ୍ଡି ଜୁନାଗଡ଼ ହାଇସ୍କୁଲର ବରିଷ୍ଠ ଶିକ୍ଷକ ସୁଧୀର କୁମାର ବେହେରା ମଧ୍ୟ ଚେସ ଖେଳାଳି ଭାବେ ଅଂଶ ଗ୍ରହଣ କରିଥିଲେ l ୯ ଦିନ ଧରି ଚାଲିଥିବା ଏହି ଅଲ ଇଣ୍ଡିଆ ସିଭିଲ ସର୍ଭିସ ଚେସ ଟୁର୍ଣ୍ଣାମେଣ୍ଟରେ ବରିଷ୍ଠ ବିଭାଗରେ ସୁଧୀର କୁମାର ବେହେରା ସିଲଭର ମେଡାଲ ପାଇ ବିଜେତା ଘୋଷିତ ହୋଇ ଥିବାରୁ ତାଙ୍କୁ ବିଭିନ୍ନ ମହଲରେ ତାଙ୍କୁ ଶୁଭେଚ୍ଛାର ବାର୍ତ୍ତା ଛୁଟୁଛି l
ସେହିଭଳି ଜୁନାଗଡ଼ ହାଇସ୍କୁଲର ପ୍ରଧାନ ଶିକ୍ଷକ ନେପାଳ ଚନ୍ଦ୍ର ବାଗ, ବରିଷ୍ଠ ଶିକ୍ଷକ ମଳୟ ମୁଣ୍ଡ, ବିଭୁ ପଣ୍ଡା ଓ ପୁରାତନ ଛାତ୍ର ସଂସଦ ସଭାପତି ସନ୍ତୋଷ କୁମାର ସିଂହ ଦେଓ, ଜୁନାଗଡ଼ ସହରର ଓ ଭବାନୀପାଟଣା ସହରର ବୁଦ୍ଧିଜୀବୀ ପ୍ରମୁଖ ସୁଧୀର ବେହେରାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି l ଏହି ଟୁର୍ଣ୍ଣାମେଣ୍ଟରେ ମୁଖ୍ୟ ଅତିଥି ଭାବେ ଦିବେନ୍ଦୁ ବରୁଆ (ଗ୍ରାଣ୍ଡ ମାଷ୍ଟର )ପଶ୍ଚିମବଙ୍ଗ ଯୋଗଦାନ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ କିଟ ଓ କିସର ପ୍ରତିଷ୍ଠାତା ଡ଼. ଅଚ୍ୟୁତ ସାମନ୍ତ, ଶ୍ରୀ ତୁଷାରକାନ୍ତି ବେହେରା (ମାନ୍ୟବର ଯୁବ ଓ କ୍ରୀଡା ବିଭାଗ ମନ୍ତ୍ରୀ, ଓଡିଶା ), ରଞ୍ଜନ ମହାନ୍ତି ଯୁଗ୍ମ ସଚିବ, ଅଲ ଇଣ୍ଡିଆ ଚେସ ଫେଡେରେସନ ), ଅତୁଳ ମିଶ୍ର (ଆବାହକ, କେନ୍ଦ୍ରୀୟ ନାଗରିକ ସେବା ସାଂସ୍କୃତିକ ଓ କ୍ରୀଡା ବୋର୍ଡ, ନୂଆଦିଲ୍ଲୀ ), ଶୁଭ୍ରାଂଶୁ ମିଶ୍ର (ଯୁଗ୍ମ ସଚିବ, କ୍ରୀଡା ଓ ଯୁବ ବ୍ୟାପାର ବିଭାଗ, ଓଡିଶା )ପ୍ରମୁଖ ଯୋଗଦାନ କରିଥିଲେ l