କଟକ ହରିଣ ପାର୍କ ନିକଟରେ ମହାନଦୀକୁ ଡେଇଁ ଯୁବତୀଙ୍କ ମୃତ୍ୟୁ

କଟକ ୨୭/୧: ମହାନଦୀକୁ ଡେଇଁ ଯୁବତୀଙ୍କ ମୃତ୍ୟୁ । କଟକ ହରିଣ ପାର୍କ ନିକଟସ୍ଥ ମହାନଦୀ ଘାଟରେ ଜଣେ ଯୁବତୀ ନଦୀକୁ ହଠାତ୍ ଡେଇଁ ପଡିଥିଲେ । ସ୍ଥାନୀୟ ଲୋକେ ଏହା ଦେଖି ଅଗ୍ନିଶମ ବିଭାଗ କୁ ଖବର ଦେଇଥିଲେ । ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ଯୁବତୀ ଜଣଙ୍କୁ ଉଦ୍ଧାର କରି କଟକ ବଡ଼ ମେଡ଼ିକାଲରେ ଭର୍ତ୍ତି କରିଥିଲା । ତେବେ ମେଡିକାଲରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଯୁବତୀ ଜଣକ ପରିଚୟ ମିଳିପାରିନଥିବା ବେଳେ ମହାନଦୀ କୁ ଡେଇଁବାର କାରଣ ଅସ୍ପଷ୍ଟ ରହିଛି ।