PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେସିଙ୍ଗା : କେସିଙ୍ଗାରେ ବୃଦ୍ଧି ପାଇବାରେ ଲାଗିଛି ସଟ୍ଟା ଖେଳ ସହିତ ବେଆଇନ ମଦ ବିକ୍ରି, ୩ ଗିରଫ
  • ||
  • କଣ୍ଟାବାଞ୍ଜି : ରାଜ୍ୟ ବାହାରେ ଓଡ଼ିଆ ପରିବାରକୁ ନିର୍ମମ ହତ୍ୟା, ସ୍ଵାମୀ-ସ୍ତ୍ରୀ ସମେତ ଦୁଇ ଛୁଆ ମୃତ
  • ||
  • କଟକ : ବଢିବ ହାଇସିକ୍ୟୁରିଟି ନମ୍ଵର ପ୍ଲେଟ ଅବଧି, ମାସେ ସମୟସୀମା ବୃଦ୍ଧିକଲେ ସରକାର
  • ||

ଇଆରସିପି ଟେକ୍ନୋଲୋଜି ତାଲିମ ଦେଲା ସମ୍‌ ହସ୍ପିଟାଲ

ଭୁବନେଶ୍ୱର, ୧୩ ।୭ (ବ୍ୟୁରୋ): ସମ୍‌ ପେଟ ଓ ଯକୃତ ବିଭାଗ ପକ୍ଷରୁ ଜାତୀୟସ୍ତରୀୟ ଇଆରସିପି କର୍ମଶାଳା ଆୟୋଜିତ ହୋଇଛି । ଦେଶର ବିଭିନ୍ନ ପ୍ରାନ୍ତରୁ ଡାକ୍ତର ଏହି କର୍ମଶାଳାରେ ସାମିଲ ହୋଇ ଅତ୍ୟାଧୁନିକ ଇଆରସିପି ଟେକ୍ନୋଲୋଜି ସମ୍ପର୍କରେ ତାଲିମ ନେଇଥିଲେ । ଏଠାରୁ ତାଲିମ ନେଇଥିବା ଡାକ୍ତର ନିଜ ନିଜ ଅଞ୍ଚଳରେ ଏହାକୁ ଉପଯୋଗ କରିପାରିବେ ।

ଇଆରସିପି ହେଉଛି ଏଭଳି ଏକ ଟେକ୍ନୋଲୋଜି ଯାହା ବାଇଲ ଡକ୍‌, ଯକୃତ, ପାନକ୍ରିଆସ ଭିତରକୁ ଯାଇ ସର୍ଜରୀ କରି ପାରୁଛି । ତେବେ ସବୁଠୁ ବଡ଼ କଥା ହେଉଛି, ଏହି ଟେକ୍ନୋଲୋଜିରେ ରୋଗୀ ଆଡମିଶନ ହେବାର ଭୟ ନଥିବା ବେଳେ ରକ୍ତର ମଧ୍ୟ ଆବଶ୍ୟକତା ନଥିଲା । ଏମିତିକି ବାହାରୁ ଅସ୍ତ୍ରୋପଚାର ମଧ୍ୟ ଆବଶ୍ୟକତା ନାହିଁ । ରୋଗୀ ଯେଉଁଦିନ ଭର୍ତ୍ତି ହେବେ, ସେଇ ଦିନ ହସ୍ପିଟାଲରୁ ଡିସଚାର୍ଜ ମଧ୍ୟ ହୋଇ ପାରିବେ । ତେବେ ଏହି ଟେକ୍ନୋଲୋଜି ଏବେ ରାଜ୍ୟର ସବୁଠି ଉପଲବ୍ଧ ନାହିଁ । ଏହି ତିନି ଦିନିଆ କର୍ମଶାଳାରେ ସମ୍‌ ହସ୍ପିଟାଲରେ ୨୦ରୁ ଅଧିକ ରୋଗୀଙ୍କ ଇଆରସିପି ଟେକ୍ନୋଲୋଜିରେ ଚିକିତ୍ସା କରାଯାଇଛି ।

ହସ୍ପିଟାଲର ଅଧୀକ୍ଷକ ପ୍ରଫେସର ପୁଷ୍ପରାଜ ସାମନ୍ତସିଂହାର, ହସ୍ପିଟାଲର ମୁଖ୍ୟ ପ୍ରଫେସର ଡାକ୍ତର ମନୋଜ ସାହୁ, ଡାକ୍ତର ସି ଆର ପଣ୍ଡା, ଡାକ୍ତର ପି ସି ଦଳାଇ, ଅୟଶକାନ୍ତ ସିଂହ, ଡାକ୍ତର ମାନସ ବେହେରା, ଡାକ୍ତର ଗୀରିଶ ପତି ଓ ଡାକ୍ତର ଜିମି ନାରାୟଣ ପ୍ରମୁଖ ଉପସ୍ଥିତ ଥିଲେ ।