PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସମ୍ବଲପୁର: ଶେଷରେ ଚେତିଲେ ସମ୍ବଲପୁର ପୁଲିସ, ଭାଙ୍ଗିଲା କୋରେକ୍ସ ମାଫିଆଙ୍କ ଘର
  • ||
  • ବଲାଙ୍ଗୀର: ରାସ୍ତା ଉପରେ ଜଳିଗଲା ଚଳନ୍ତା କାର୍, ନିଆଁକୁ ଆୟତ୍ତ କଲେ ଅଗ୍ନିଶମ ଟିମ୍
  • ||
  • ନୂଆପଡ଼ା : ଘର ଭିତରୁ ବୃଦ୍ଧାଙ୍କୁ ଟାଣିନେଲା ମହାବଳ ବାଘ, ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ
  • ||
  • ବିଶ୍ୱ ଘରଚଟିଆ ଦିବସ, ଏ ବର୍ଷର ଥିମ୍ ‘ଆଇ ଲଭ୍‌ ସ୍ପାରୋ’..
  • ||
  • ଭୁବନେଶ୍ଵର : ଆଜି ବିଶ୍ୱ ପଖାଳ ଦିବସ, ପାଗ ଖରାପ ଲାଗି ଟିକେ ମାନ୍ଦା, ଆଗୁଆ ପାଳିଲେ ଆମିଷ ପ୍ରେମୀ
  • ||
  • କେନ୍ଦୁଝର ସଦର : ଥାନାରେ ପହଞ୍ଚିଲା ସ୍ଵାମୀ-ସ୍ତ୍ରୀଙ୍କ କଳି, ଫାଶୀ ଲଗାଇ ଆତ୍ମହତ୍ୟା କଲା ସ୍ଵାମୀ
  • ||
  • ବୌଦ୍ଧ : କେନ୍ଦୁକାଠ ବୋଝେଇ ଟ୍ରକ୍ ଜବତ, ୩ ଗିରଫ
  • ||

ଟାଇମ୍ସ ହେଲ୍‌ଥ ସର୍ଭେ: ସମ୍‌ ହସ୍ପିଟାଲର ୫ ବିଭାଗକୁ ୧ ନମ୍ବର ମାନ୍ୟତା

source:www.telegraphindia.com

ଭୁବନେଶ୍ୱର,୬ ।୨(ବ୍ୟୁରୋ): ଶିକ୍ଷା ଓ ଅନୁସନ୍ଧାନ (ଡିମ୍‌ଡ ଟୁ ବି ୟୁନିଭର୍ସିଟି) ଅଧୀନରେ ଥିବା ସମ୍‌ ହସ୍ପିଟାଲର ସ୍ତ୍ରୀ ରୋଗ ଓ ପ୍ରସୂତି, ପେଟ ଓ ଯକୃତ,ୟୁରୋଲୋଜି, ନ୍ୟୁରୋ ସାଇନ୍ସ ଓ ଏମରଜେନ୍ସି ଆଣ୍ଡ ଟ୍ରମାକେୟାର ବିଭାଗ ରାଜ୍ୟରେ ସବୁଠୁ ଭଲ । ବଡ଼ କର୍ପୋରେଟ ହସ୍ପିଟାଲକୁ ପଛରେ ପକାଇ ସମ୍‌ ଏହି ସଫଳତା ପାଇଛି । ସର୍ଭେରେ ସମ୍‌ର ୫ ବିଭାଗକୁ ୧ ନମ୍ବର ମାନ୍ୟତା ମିଳିଛି ।
ବଡ଼ କର୍ପୋରେଟ ହସ୍ପିଟାଲରେ ଏ ୫ ବିଭାଗରେ ଯେଉଁ ମାନର ଚିକିତ୍ସା ମିଳୁଛି । ସମ୍‌ରେ ଚିକିତ୍ସା ତାହାଠୁ ଭଲ । ଟାଇମ୍ସ ହେଲଥ୍‌ ସର୍ଭେ ଏମିତି ର‌୍ୟାଙ୍କ ଦେଇଛି ସମ୍‌ ହସ୍ପିଟାଲକୁ । କର୍କଟ, ହୃଦ୍‌ ବିଭାଗ ଓ ଶିଶୁ ବିଭାଗକୁ ମଧ୍ୟ ଦୁଇ ନମ୍ବର ମାନ୍ୟତା ମିଳିଛି ।
୯ଟି ବିଭାଗକୁ ନେଇ ପ୍ରାଇଭେଟ୍‌ ଓ କର୍ପୋରେଟ୍‌ ହସ୍ପିଟାଲକୁ ନେଇ ଟାଇମ୍ସ ହେଲଥ୍‌ ସର୍ଭେ କରାଯାଇଛି । ଜାତୀୟ, ଆଞ୍ଚଳିକ ଓ ରାଜ୍ୟକୁ ନେଇ ତିନୋଟି ଶ୍ରେଣୀରେ ସର୍ଭେ କରାଯାଇଛି । ପୂର୍ବାଞ୍ଚଳ ର‌୍ୟାଙ୍କିିଂରେ ସମ୍‌ର ୬ଟି ବିଭାଗ ଶ୍ରେଷ୍ଠ ୧୦ ତାଲିକା ମଧ୍ୟରେ ରହିଛି । ସେହିଭଳି ଜାତୀୟସ୍ତରର ଶ୍ରେଷ୍ଠ ୨୦ ଟି ବିଭାଗ ମଧ୍ୟରେ ତିନୋଟି ବିଭାଗ ରହିଛି । ଜାତୀୟସ୍ତରରେ ଶିଶୁ ବିଭାଗ ୧୪ ତମ, ନ୍ୟୁରୋ ସାଇନ୍ସ ବିଭାଗ ୧୭ ତମ ଓ ୟୁରୋଲୋଜି ବିଭାଗ ୧୯ ତମ ସ୍ଥାନ ହାସଲ କରିଛି । ପୂର୍ବାଞ୍ଚଳ ର‌୍ୟାଙ୍କିଂରେ ଶିଶୁ ବିଭାଗ ତୃତୀୟ,କର୍କଟ, ନ୍ୟୁରୋ ସାଇନ୍ସ, ପେଟ ଓ ଯକୃତ ଓ ଟ୍ରମା କେୟାର ବିଭାଗକୁ ୪ ନମ୍ବର ମାନ୍ୟତା ମିଳିଛି ।
ଏହି ସଫଳତା ସମ୍‌ ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ଅଧିକ ଉତ୍ସାହିତ କରିଛି । ଆଗକୁ ଭଲ କାମ କରିବା ସହ ନୂଆ ନୂଆ ଟେକ୍ନୋଲୋଜିରେ ରୋଗୀଙ୍କୁ ଚିକିତ୍ସା ଦେବାକୁ ସମ୍‌ କାର୍ଯ୍ୟ କରିବ ବୋଲି କୁହାଯାଇଛି ।

ସମ୍ବନ୍ଧିତ ଖବର