PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମହାରାଷ୍ଟ୍ର : ସିଏମ୍ ପଦରୁ ଉଦ୍ଧବ ଠାକରେଙ୍କ ଇସ୍ତଫା ପରେ କଣ ରହିଛି ବିଜେପିର ପ୍ଲାନ୍? ଫଡନବୀସ-ସିନ୍ଦେ ମେଣ୍ଟ ସରକାର ଗଠନ ନେଇ ଜୋରଦାର ଚର୍ଚ୍ଚା
  • ||
  • ‘ଦେଶରୁ କଂଗ୍ରେସ ମୂଳପୋଛ ହୋଇଯିବା ଉଚିତ, ଖାସ୍‌ ସେହି ଦଳ ପାଇଁ ଦୁଇଦୁଇ ଥର ପ୍ରଧାନମନ୍ତ୍ରୀ ହେଲେଣି ମୋଦି’: ଅସଦୁଦ୍ଦିନ ଓଓ୍ବେସୀ
  • ||
  • ମମିତା ମେହେର ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁକୁ ମିଳିଲା ଅନ୍ତରୀଣ ଜାମିନ
  • ||
  • ଅଗଷ୍ଟ ୬ରେ ଉପରାଷ୍ଟ୍ରପତି ନିର୍ବାଚନ, ଜୁଲାଇ ୧୭ ନାମାଙ୍କନର ଶେଷ ତାରିଖ : ଭାରତୀୟ ନିର୍ବାଚନ କମିଶନଙ୍କ ପକ୍ଷରୁ ବିଧିବଦ୍ଧ ଭାବେ ପ୍ରକାଶ ପାଇଲା ବିଜ୍ଞପ୍ତି
  • ||
  • ଡାବୁଗାଁ ବ୍ଲକ ଅନ୍ତର୍ଗତ ଯବାଗୁଡ଼ା ଗ୍ରାମରେ ପ୍ରେମୀଯୁଗଳଙ୍କ ଆତ୍ମହତ୍ୟା
  • ||
  • ପରକୀୟା ପ୍ରୀତି ସନ୍ଦେହ କରି ସ୍ତ୍ରୀକୁ ଟାଙ୍ଗିଆରେ ହାଣି ହତ୍ୟା କଲା ସ୍ବାମୀ
  • ||
  • ଭୁବନେଶ୍ୱର : ରାଜ୍ୟରେ ପୁଣି ବଢ଼ିଲା କରୋନା ମାମଲା, ୨୪ ଘଣ୍ଟାରେ ୧୬୧ କରୋନା ପଜିଟିଭ୍
  • ||
  • ନୟାଗଡ଼ : ଟ୍ରକ୍‌କୁ ପଛପଟୁ ପିଟିଲା କାର୍, ୮ ଆହତ
  • ||
  • କଟକ : ଭିଜିଲାନ୍ସ ପଞ୍ଝାରେ ସହକାରୀ ଯନ୍ତ୍ରୀ, ଏକକାଳୀନ ୪ଟି ସ୍ଥାନରେ ଚାଲିଛି ରେଡ୍
  • ||
  • ପାଟଣା : ଦୁଇ ଶିକ୍ଷକଙ୍କ ଘରେ କଳାକନା ବୁଲାଇଦେଲେ ଲୁଟେରା, ଝିଅ ବାହାଘର ପାଇଁ ରଖିଥିଲେ ସୁନାଗହଣା
  • ||
  • ମାଲକାନଗିରି : ବିଜାପୁରରେ ମାଓ ହିଂସା, ପୋଲିସ ଇନଫର୍ମର ସନ୍ଦେହରେ ସରପଞ୍ଚଙ୍କୁ ଗଳା କାଟି ହତ୍ୟା
  • ||

ରାଜସ୍ଥାନର ସୁମନ ରାଓ ହେଲେ ଫେମିନା ମିସ୍ ଇଣ୍ଡିଆ ୨୦୧୯

ନୂଆଦିଲ୍ଲୀ,୧୬।୬: ଫେମିନା ମିସ୍ ଇଣ୍ଡିଆ ୨୦୧୯ ଟାଇଟଲର ଅଧିକାରୀ ହୋଇଛନ୍ତି ରାଜସ୍ଥାନର ସୁମନ ରାଓ। ମୁମ୍ବାଇର ସରଦ୍ଦାର ବଲ୍ଲଭ ଭାଇ ପଟେଲ ଇନଡୋର ଷ୍ଟାଡିୟମରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସେ ୫୬ତମ ମିସ୍ ଇଣ୍ଡିଆ ପ୍ରତିଯୋଗିତାର ବିଜେତା ହୋଇଛନ୍ତି।୨୨ ବର୍ଷୀୟା ସୁମନ ଅନୁକୃତି ବାସଙ୍କ ପରେ ଏହି ଟାଇଟଲ ଅର୍ଜ୍ଜନ କରିଛନ୍ତି। ସୁମନ ଚାଟାର୍ଡ ଆକାଉଣ୍ଟାଟ ପାଇଁ ପ୍ରସ୍ତୁତି କରୁଛନ୍ତି। ଏହି ଟାଇଟଲ ବିଜୟୀ ହେବା ତାଙ୍କ ପାଇଁ ସବୁଠାରୁ ବଡ ଉପଲବ୍ଧି ବୋଲି ସେ କହିଛନ୍ତି। ଆଗାମୀ ଦିନରେ ମିସ୍ ୱାର୍ଲଡ୍ ହେବାକୁ ଲକ୍ଷ୍ୟ ରଖିଥିବା କଥା କହିଛନ୍ତି ସୁମନ। ଉଲ୍ଲେଖନୀୟ ଯେ, ଗତବର୍ଷ ସୁମନ ଫେମିନା ମିସ୍ ଇଣ୍ଡିଆ ରନର୍ସ ଅପ ହୋଇଥିଲେ। କିନ୍ତୁ ଏଥର ହୋଇଛନ୍ତି ବିଜୟୀନି।

ଫେମିନା ମିସ୍ ଇଣ୍ଡିଆ ୨୦୧୯ ପ୍ରତିଯୋଗିତାରେ ମୋଟ ୩୦ ଜଣ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ। ଏହି ସ୍ବତନ୍ତ୍ର ସନ୍ଧ୍ୟାକୁ କରନ୍ ଜୋହର, ମନିଷ ପଲ୍ ଏବଂ ପୂର୍ବତନ ମିସ୍ ଇଣ୍ଡିଆ ମାନୁଷି ଚ୍ଛିଲର ହୋଷ୍ଟ କରିଥିଲେ। ଏଥିରେ ବଲିଉଡ ଷ୍ଟାର କ୍ୟାଟ୍ରିନା କୈଫ, ବକ୍କି କୌଶଲ, ମୋନୀ ରାୟ ପ୍ରମୁଖ କଳାକାର ଉପସ୍ଥିତ ଥିଲେ । ଦିୟା ମିର୍ଜା ଏବଂ ଚିତ୍ରାଙ୍ଗଦା ସିଂହ, ରେମୋ ଡିସୁଜା, ଭିକି କୌଶଲ ଓ ଆୟୁଷ ଶର୍ମା, ମିସ୍ ଓ୍ବାଲ୍ର୍ଡ ୨୦୧୮ ଭେନେସା ପୋଁସୋ,  ଶହାନେ ପିଙ୍କକ, ମୁକେଶ ଛାବରା ପ୍ରମୁଖ  ସେଠାରେ ଉପସ୍ଥିତ ରହି ପ୍ରତିଯୋଗୀଙ୍କୁ ଉତ୍ସାହିତ କରିଥିଲେ। ସୁମନଙ୍କୁ ପୂର୍ବତନ ମିସ୍ ଇଣ୍ଡିଆ ଅନୁକୃତି ଦାସ ମୁକୁଟ ପିନ୍ଧାଇଥିଲେ।

ସମ୍ବନ୍ଧିତ ଖବର