ଭୁବନେଶ୍ୱର ୯/୪: କଂଗ୍ରେସରୁ ଇସ୍ତଫା ଦେଲେ ସୁମିତ୍ରା । ମହିଳା କଂଗ୍ରେସ ସଭାନେତ୍ରୀ ସୁମିତ୍ରା ଜେନା ଆଜି ଦଳ ଛାଡିଛନ୍ତି । ଟିକେଟ ବଣ୍ଟାକୁ ନେଇ ଅସନ୍ତୁଷ୍ଟ ଥିଲେ ସୁମିତ୍ରା । ଭଦ୍ରକ ବିଧାନସଭା ଆସନରୁ ଟିକେଟ ଆଶାୟୀ ଥିଲେ ସୁମିତ୍ରା । ମାତ୍ର ନଳୀନିକାନ୍ତ ମହାନ୍ତିଙ୍କୁ ଟିକେଟ ଦେଇଥିଲା ଦଳ । ଟିକେଟ ନପାଇବାରୁ ଅସନ୍ତୁଷ୍ଟ ଥିଲେ ସୁମିତ୍ରା । ଆଜି ଏକ ସାମ୍ବାଦିକ ସମ୍ମିଳନାରେ ଦଳ ଛାଡିବା ନେଇ ସେ ସୂଚନା ଦେଇଛନ୍ତି ।
ପୂର୍ବରୁ ରାହୁଲ ଗାନ୍ଧୀ ଅଧିକ ମହିଳା ପ୍ରାର୍ଥୀଙ୍କୁ ଗୁରୁତ୍ୱ ଦେବାପାଇଁ ପିସିସିକୁ ପରାମର୍ଶ ଦେଇଥିଲେ । ତେବେ ମହିଳାଙ୍କୁ ଅଧିକ ଗୁରୁତ୍ୱ ଦିଆଯାଉନଥିବାରୁ ନିରାଶ ଥିଲେ ସୁମିତ୍ରା । ଏହା ବିରୋଧରେ କଂଗ୍ରେସ ଭବନ ଆଗରେ ଧାରଣାରେ ବସିଥିଲା ମହିଳା କଂଗ୍ରେସ । ସୁମିତ୍ରା ଜେନାଙ୍କୁ କଂଗ୍ରେସ ଭବନରେ ଆକ୍ରମଣ ମଧ୍ୟ କରାଯାଇଥିଲା । ଗତକାଲି ସେ ନିରାଶ ହୋଇ ପିସିସି ସଭାପତିଙ୍କୁ ଶକୁନି ବୋଲି କହିଥିଲେ । ସେ ଏହାମଧ୍ଯ କହିଥିଲେ ଯେ ମହିଳାଙ୍କ ଲୁହରେ ନିରଞ୍ଜନ ଭାସିଯିବେ । ଦଳ ପାଇଁ କ୍ଷୋଭ ପ୍ରକାଶ କରିଥିଲେ ସୁମିତ୍ରା । ତେବେ ଟିକେଟ ନମିଳିବାରୁ ନିରାଶ ହୋଇ ସେ ଆଜି ଦଳ ଛାଡିଛନ୍ତି । ତେବେ ସେ ବିଜେଡିରେ ଯୋଗଦେଇ ପାରନ୍ତି ।