ନୂଆଦିଲ୍ଲୀ – ବିଶ୍ୱର ଉପରେ ଭାଗ ଅର୍ଥାତ୍ ଆର୍କଟିକ୍ ସର୍କଲରେ ଏକ ଏମିତି ଦେଶ ଅଛି ,ଯେଉଁଠି ଦୁଇ ମାସ ସୂର୍ଯ୍ୟ ଅସ୍ତ ହୁଅନ୍ତି ନାହିଁ । କେବଳ ରାଶି ( Horizon) ରେ ଯାଇ ରହି ଯାଆନ୍ତି । ରାତି ୧୨ଟାରେ ବି ସେମିତି ସ୍ଥିତି ରହିଥାଏ । ଏଥିପାଇଁ ଏହି ଦେଶକୁ ଲ୍ୟାଣ୍ଡ ଅଫ୍ ମିଡନାଇଟ୍ ସନ୍ ମଧ୍ୟ କୁହାଯାଏ । ଆପଣ ନିଶ୍ଚୟ ଏହାକୁ ଜାଣି ଆଶ୍ଚର୍ଯ୍ୟ ହେଉଥିବେ । ତାହେଲେ ଏହି ଦେଶର ଲୋକେ କଣ ୨ ମାସ ଧରି ଶୁଅନ୍ତି ନାହିଁ ? ଦିନ ଓ ରାତି ବିଷୟରେ କେମିତି ଜାଣିହୁଏ ?

ଏହି ଦେଶର ନାଁ ନରୱେ । ମଇ ମାସରୁ ନେଇ ଜୁଲାଇ ମଧ୍ୟରେ ପାଖାପାଖି ୭୬ ଦିନ ଯାଏ ସୂର୍ଯ୍ୟ ଏଠାରେ ଅସ୍ତ ହୁ୍ଅନ୍ତି ନାହିଁ । ପ୍ରକୃତ କଥା ହେଲା ନରୱେ ପୃଥିବୀର ଏମିତି ସ୍ଥାନରେ ଅଛି, ଯାହା ପୃଥିବୀର ଉତ୍ତରୀ ଧ୍ରୁବ ପାଖରେ ଅଛି । ପୃଥିବୀରେ ନିଜର ଅକ୍ଷ ଚାରିପାଖେ ଘୂରିଥାଏ , ସେତେବେଳେ ସୂର୍ଯ୍ୟଙ୍କର ବିପରୀତ ଦିଗରେ ଥିବା ସ୍ଥାନରେ ଅନ୍ଧକାର ହୋଇଥାଏ ।

ନରୱେ କେବଳ ଗୋଟିଏ ଦେଶ ନୁହେଁ , ଯେଉଁଠି ଏମିତି ହୋଇଥାଏ । ଆର୍କଟିକ୍ ସର୍କଲର ନରୱେ , ଫିନଲ୍ୟାଣ୍ଡ ,ସ୍ୱିଡେନ , କାନାଡାର ନୁନାବୃତ, ଆଇସଲ୍ୟାଣ୍ଡ ଓ ଅଲସ୍କାର ବରୋରେ ମଧ୍ୟ ଏମିତି ହୋଇଥାଏ । ଯଦି ସମୁଦ୍ର କିନାରେ ଆପଣ ଠିଆ ହୋଇ ଦେଖିବେ ତ ସୂର୍ଯ୍ୟ ଆପଣଙ୍କୁ ରାଶି ( Horizon) ରେ ଅଟକି ଯାଇଥିବାର ନଜର ଆସିବ । ଜୁନ୍ରେ ଅଧିକତମ ୪୦ ମିନିଟର ରାତି ହୋଇଥାଏ । କାରଣ ଏହି ସମୟରେ ପୃଥିବୀର ଉତ୍ତରୀ ଭାଗ ୬୬ ଡିଗ୍ରୀରୁ ୯୦ ଡିଗ୍ରୀ ଲାଟିଚ୍ୟୁଡ୍ ମଧ୍ୟରେ ରହିଥାଏ ।
ମଇ ମାସରୁ ଜୁଲାଇ ଯାଏ ନରୱେ ରେ ଦିନ ୨୦ ଘଣ୍ଟା ହୋଇଥାଏ । ଅର୍ଥାତ୍ ସୂର୍ଯ୍ୟଙ୍କର ରଶ୍ମୀ ରହିଥାଏ । କିନ୍ତୁ ଏହାପରେ ପରିସ୍ଥିତି ବଦଳି ଯାଏ। ନରୱେରେ ନଭେମ୍ୱର , ଡିସେମ୍ୱର ଓ ଜାନୁୟାରୀରେ ପୂରା ଅନ୍ଧକାର ରହିଥାଏ । ଏହି ୩ମାସ ସୂର୍ଯ୍ୟ ବାହାରି ନଥାନ୍ତି ।