PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ବିଜେବି କଲେଜ ହଷ୍ଟେଲରୁ ଛାତ୍ରୀଙ୍କ ମୃତଦେହ ଉଦ୍ଧାର
  • ||
  • ୨୦୨୨-୨୩ ବଜେଟ୍‌ : ଶିକ୍ଷା ଓ ଦକ୍ଷତା ବିକାଶ କ୍ଷେତ୍ର ପାଇଁ ୨୭,୩୨୪କୋଟି ଟଙ୍କା ଆବଣ୍ଟନ
  • ||
  • ଉଦୟପୁର ହତ୍ୟାକାଣ୍ଡ ଘଟଣା : କୋର୍ଟ ୪ ଅଭିଯୁକ୍ତଙ୍କୁ ୧୦ଦିନର NIA ରିମାଣ୍ଡରେ ପଠାଇଲେ
  • ||
  • ଭୁବନେଶ୍ବର ପରେ କଟକରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ
  • ||
  • ପୁରୀ : ଗୁଣ୍ଡିଚା ମନ୍ଦିର ରୋଷଘର ଚୁଲି ଭାଙ୍ଗିଲେ ଦୁର୍ବୃତ୍ତ, ୨୦ରୁ ଅଧିକ ଚୁଲି ଭାଙ୍ଗି ଥିବା ସୂଚନା
  • ||
  • ଭୁବନେଶ୍ୱର: ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ: ପ୍ରଥମ ଦିନରେ ଶୋକ ପ୍ରସ୍ତାବ ପାରିତ, ଆସିବ ପୂର୍ଣ୍ଣାଙ୍ଗ ବଜେଟ୍
  • ||
  • ନୂଆଦିଲ୍ଲୀ; ଫୁଟ୍‌ ଉପରେ ବିମାନ କ୍ୟାବିନରେ ଦେଖିବାକୁ ମିଳିଲା ଧୁଆଁ; ଦିଲ୍ଲୀ ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ କଲା ସ୍ପାଇସଜେଟ୍‌
  • ||
  • ଭୁବନେଶ୍ୱର: ୪ରେ ଲଘୁଚାପ, ଆଜିଠୁ ବଢ଼ିବ ବର୍ଷା
  • ||
  • ଚୌଦ୍ୱାର : ଜଗା ଦର୍ଶନ ସାରି ଘରକୁ ଫେରୁଥିବା ବେଳେ ବୋଲେରୋକୁ ପିଟିଲା ଟ୍ରକ: ଜଣେ ମୃତ, ୯ ଗୁରୁତର
  • ||
  • ପୁରୀ: ଦାରୁବ୍ରହ୍ମଙ୍କ ପତିତପାବନ ଯାତ୍ରା: ଆଜି ଜନ୍ମବେଦିକୁ ବିଜେ କରିବେ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବାରିପଦା: ଆଜି ଗଡ଼ିବ ଦ୍ୱିତୀୟ ଶ୍ରୀକ୍ଷେତ୍ର ରଥ, ସୁଭଦ୍ରାଙ୍କ ରଥକୁ ଟାଣିବେ ମହିଳା ଶ୍ରଦ୍ଧାଳୁ
  • ||
  • କଟକ: ଆଜିଠୁ ମିଳିତ ପୁଲିସ୍‌ ସେବା ପରୀକ୍ଷା, ୩୪ କେନ୍ଦ୍ରରେ ପରୀକ୍ଷା ଦେବେ ୨୯ ହଜାର ୬୪୪ ପରୀକ୍ଷାର୍ଥୀ
  • ||

ମେ’ ୩୦ରୁ ଜୀ ସାର୍ଥକରେ ନୂଆ ମେଗା ସିରିୟଲ୍‌ ‘ସୁନାଝିଅ’, ସନ୍ଧ୍ୟା ସାଢ଼େ ୭ଟାରେ ହେବ ପ୍ରସାରିତ

ଭୁବନେଶ୍ୱର,୨୩/୦୫: ଜୀ ସାର୍ଥକରେ ପୁଣି ଥରେ ଏକ ନୂଆ ସିରିୟଲ ‘ସୁନା ଝିଅ’ ଚଳିତ ମାସ ୩୦ରୁ ଆରମ୍ଭ ହେବାକୁ ଯାଉଛି । ଏହା ପ୍ରତ୍ୟେକ ଦିନ ସଂଧ୍ୟା ୭.୩୦ରେ ପ୍ରସାରିତ ହେବ । ଏଥିରେ ଓଡ଼ିଆ ଘରର ନିଛକ କାହାଣୀକୁ ସ୍ଥାନିତ କରାଯାଇଛି । ମା’ର ସୁରକ୍ଷା ଏବଂ ସମ୍ମାନ ପାଇଁ ଝିଅ କିଭଳି ନିଜକୁ ପ୍ରସ୍ତୁତ କରିଛି ତାର ଝଲକ ଏହି ମେଗା ଧାରାବାହିକରେ ଦର୍ଶକ ଦେଖିପାରିବେ । ମଧ୍ୟବିତ୍ତ ପରିବାରରେ ଜନ୍ମ ହୋଇ କଠିନ ପରିଶ୍ରମ ବଳରେ ଝିଅଟିଏ ନିଜ ସ୍ୱପ୍ନ ପୂରଣ କରିବା ସହ ଗୃହିଣୀ ମାଆ ପାଇଁ ଓ ସମାଜ ପାଇଁ ସୁନାଝିଅ ହେବା ଛୋଟିଆ କଥା ନୁହେଁ ।

ଯାହା କରିବାକୁ ଚେଷ୍ଟା କରିଛି ଝିଅଟିଏ । ପ୍ରକୃତରେ ଝିଅଟି ସୁନାଝିଅ ହୋଇପାରିଛି କି ନାହିଁ ତାହା ଏଥିରେ ଦେଖିବାକୁ ମିଳିବ । ଧାରାବାହିକରେ ଅର୍ପିତା କରଙ୍କୁ ମାଆ ଭୂମିକାରେ ଦେଖିବାକୁ ମିଳିବ । ଝିଅ ଭୂମିକାରେ ରଜ କୁଇନ ୨୦୨୨ ପ୍ରତିଯୋଗୀ ଅଙ୍କିତା ନଜର ଆସିବେ । ଅନ୍ୟ ପଟେ ମଡେଲ ମାନସଙ୍କୁ ମଧ୍ୟ ଏକ ଭିନ୍ନ ଭୂମିକାରେ ଦେଖିବାକୁ ମିଳିବ । ଜୀ ସାର୍ଥକ ପୂର୍ବରୁ ଓଡ଼ିଆ ଦର୍ଶକଙ୍କୁ ଅନେକ ମେଗା ସିରିୟଲ ଭେଟି ଦେଇଛି । ନୂଆ ସିରିୟଲଟି ଟେଲିଦୁନିଆରେ ଧମାକା କରିବ ବୋଲି କମ୍ପାନି ପକ୍ଷରୁ ଆଶା ରଖାଯାଇଛି ।

ସମ୍ବନ୍ଧିତ ଖବର