PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପାଟଣା : କେନ୍ଦୁଝର ଜିଲ୍ଲା ପାଟଣା ଥାନା ଗଣ୍ଡବେଡ଼ା ଗାଁରେ ଶ୍ୱଶୁର ଘର ପଛପଟୁ ଜ୍ୱାଇଁର ଝୁଲନ୍ତା ମୃତଦେହ ଉଦ୍ଧାର
  • ||
  • ବସ୍ତା : ବାଲେଶ୍ଵର ଜିଲ୍ଲା ବସ୍ତା-ଅମର୍ଦା ରୋଡ ରେଳ ଷ୍ଟେସନ ମଧ୍ୟବର୍ତ୍ତୀ ବ୍ରାହ୍ମଣଦା ଗ୍ରାମ ନିକଟ ରେଳ ଧାରଣା ପାର୍ଶ୍ଵରୁ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର
  • ||
  • ଆଠମଲ୍ଲିକ : ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ହଣ୍ଡପା ଥାନା ଅନ୍ତର୍ଗତ ରଘୁନାଥପୁର ଗାଁ ପଡ଼ିଆରେ କ୍ରିକେଟ ଖେଳିବା ବେଳେ ପଡ଼ିଲା ଚଡ଼କ, ଜଣେ ମୃତ ଅନ୍ୟ ଜଣେ ଗୁରୁତର
  • ||
  • ଢେଙ୍କାନାଳ : ଢେଙ୍କାନାଳ ସଦର ଥାନା ଭାପୁର ଫାଣ୍ଡି ଗଙ୍ଗାଧର ପ୍ରସାଦ ଗାଁ ପଶ୍ଚିମେଶ୍ୱର ମନ୍ଦିର ନିକଟରେ ପିକଅପ୍ ଭ୍ୟାନ ଓ ଟ୍ରକ୍ ମୁହାଁମୁହିଁ ଧକ୍କା, ଡ୍ରାଇଭର୍ ଗୁରୁତର
  • ||
  • ଭୁବନେଶ୍ଵର : ଦୁଇ ଆଇଏଏସ୍‌ଙ୍କୁ ହକି ବିଶ୍ୱକପ୍‌ ପରିଚାଳନା ଦାୟିତ୍ୱ, ରାଉରକେଲା ପାଇଁ ଭୂପେନ୍ଦ୍ର ସିଂ ପୁନିଆ, ଭୁବନେଶ୍ଵରରେ ରଘୁ ଜି
  • ||
  • ବଲାଙ୍ଗୀର : ଧୁମ୍‌ଧାମ୍‌ରେ ପାଳିତ ହେଲା ବଲାଙ୍ଗୀରର ବଏଲ ଯାତ୍ରା, ସମାଜର ମଙ୍ଗଳ ଉଦ୍ଦେଶ୍ୟରେ ଦେବୀଙ୍କ ଆରାଧନା କଲେ ଶ୍ରଦ୍ଧାଳୁ
  • ||
  • ମୁନିଗୁଡ଼ା : ରାୟଗଡ଼ା ଜିଲ୍ଲା ଅମ୍ବାଦଳା ଥାନା ଅନ୍ତର୍ଗତ କାମାରି ଗାଁ ନିକଟ ଜଙ୍ଗଲରୁ ଝୁଲନ୍ତା ଅବସ୍ଥାରେ ନିଖୋଜ ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ୱର : ଉପକୂଳରେ ନବମୀ ଓ ଦଶମୀରେ ବର୍ଷିବ ବୋଲି ଆକଳନ କରିଛନ୍ତି ପାଣିପାଗ ବିଶେଷଜ୍ଞ
  • ||
  • ଭୁବନେଶ୍ଵର : ଆଜି ପୀଠରେ ଦଶମୀ ; ମଣ୍ଡପରେ ମହାନବମୀ, ଚଣ୍ଡୀପାଠରେ କମ୍ପୁଛି ପୂଜା ମଣ୍ଡପ
  • ||
  • କୋଣାର୍କ : ଲଘୁଚାପ ପ୍ରଭାବରେ ସୋମବାର ରାତିରୁ କୋଣାର୍କରେ ପ୍ରବଳ ବର୍ଷା ହୋଇ ସୂର୍ଯ୍ୟମନ୍ଦିରରେ ଜମିଲା ପାଣି, ପର୍ଯ୍ୟଟକ ନିରାଶ
  • ||

ଆଜି ସୁନାବେଶ; କଡ଼ା ସୁରକ୍ଷା ବଳୟରେ ତିନି ରଥ

ପୁରୀ,୧୨ା୭(ବ୍ୟୁରୋ): ଉତ୍କଳ ସମ୍ରାଟ ଓଡ଼ିଆଙ୍କ ରାଷ୍ଟ୍ରଦେବତା ମହାପ୍ରଭୁ ଶ୍ରୀଜଗନ୍ନାଥ ଶନିବାର ରଥ ଉପରେ ସୁନାବେଶ ବା ବଡ଼ତଢ଼ାଉ ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ । ବାହୁଡା ଯାତ୍ରାରେ ତିନି ରଥ ସିଂହଦ୍ୱାର ଲାଗିବା ପରେ ସୁନାବେଶ ଦର୍ଶନ ପାଇଁ ପ୍ରସ୍ତୁତି ଆଜି ସନ୍ଧ୍ୟାରୁ ଆରମ୍ଭ ହୋଇଯାଇଛି । ସୁନାବେଶରେ ବାହାର ରତ୍ନଭଣ୍ଡାରରୁ ଦୁର୍ମୂଲ୍ୟ ରତ୍ନଖଚିତ ସୁବର୍ଣ୍ଣ ଅଳଙ୍କାର ମଣତିରେ ଅଣାଯିବ । ଏହି ସୁବର୍ଣ୍ଣ ଆଭୂଷଣକୁ ତିନି ରଥରେ ବିଜେ ଠାକୁରମାନଙ୍କୁ ଲାଗି କରାଯିବ । ସୁନାବେଶ ପଛରେ ଗଜପତି ମହାରାଜାଙ୍କ ଦାକ୍ଷିଣାତ୍ୟ ବିଜୟର ଇତିହାସ ଯୋଡ଼ି ରହିଛି ।

ରଥ ଉପରେ ମେକାପ ସର୍ବାଙ୍ଗ ପରେ ଅପରାହ୍ନ ୪ଟାରୁ ସାଢ଼େ ୫ଟା ମଧ୍ୟରେ ମହାପ୍ରଭୁଙ୍କୁ ସୁନାବେଶ ଆଭୂଷଣ ଲାଗି ହେବ । ବେଶ ଆରମ୍ଭ ପରଠାରୁ ଭକ୍ତମାନେ ସୁନାବେଶ ଦର୍ଶନର ସୁଯୋଗ ପାଇପାରିବେ । ସୁନାବେଶ ବେଶରେ ଶ୍ରୀବିଗ୍ରହ ରଥ ଉପରେ ଝଲସି ଉଠିବେ । ରଥ ଉପରେ ମହାପ୍ରଭୁଙ୍କ ଏହି ଅଲଭ୍ୟ ଦର୍ଶନରେ ବାଧା ସୃଷ୍ଟି ନ କରିବାକୁ ପ୍ରଶାସନ ପକ୍ଷରୁ ସେବାୟତମାନଙ୍କୁ ପରାମର୍ଶ ଦିଆଯାଇଛି । ସୁନାବେଶ ଦର୍ଶନରେ ଅବରୋଧ କରିବା ସେବକଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ ବୋଲି ମଧ୍ୟ ରଥଯାତ୍ରା ବ୍ୟବସ୍ଥାବଳୀରେ ସୂଚନା ରହିଛି । ସଅଳ ନୀତି ଯୋଗୁ ବାହୁଡ଼ା ରଥ ଟାଣି ପାରି ନ ଥିବା ଭକ୍ତମାନେ ଆଜି ପୁରୀରେ ଅଟକି ରହିଛନ୍ତି । ପାଗ ଅନୁକୂଳ ରହିଲେ ଦର୍ଶନାର୍ଥୀଙ୍କ ସଂଖ୍ୟା ଆସନ୍ତାକାଲି ବଢ଼ିବାର ଆଶା କରାଯାଉଛି । ଏହି ପୃଷ୍ଠଭୂମିକୁ ଆଧାର କରି ପାଖାପାଖି ୧୦ ଲକ୍ଷ ଭକ୍ତ ମହାପ୍ରଭୁଙ୍କ ସୁନାବେଶ ଦର୍ଶନ ପାଇଁ ଆସିବା ନେଇ ପୁଲିସ ଏବଂ ପ୍ରଶାସନ ଆକଳନ କରିଛି ।

ଏହି ଭିଡ଼କୁ ଦୃଷ୍ଟିରେ ରଖି ଦର୍ଶନ ବ୍ୟବସ୍ଥା କରାଯାଉଛି । ଯାନବାହାନ ଭିଡ଼ ପରିପ୍ରେକ୍ଷୀରେ ଟ୍ରାଫିକ୍‌ କଟକଣା କଡ଼ାକଡ଼ି କରାଯାଇଛି । ସହରର ବିଭିନ୍ନ ତଳି ଅଞ୍ଚଳରେ ଦୁଇ ଚକିଆ ଏବଂ ଚାରି ଚକିଆ ଯାନ ପାର୍କିଂ ବ୍ୟବସ୍ଥା ହୋଇଛି । ସୁନାବେଶ ଦର୍ଶନ ବେଳେ ବଡ଼ଦାଣ୍ଡକୁ ସଂଯୋଗ କରୁଥିବା ସମସ୍ତ ଗଳିକୁ ସିଲ୍‌ କରିବାକୁ ପୁଲିସ ପ୍ରସ୍ତୁତି କରୁଛି । ସେହିଭଳି ସମଗ୍ର ସହରକୁ ସିସିଟିଭି କ୍ୟାମେରା ନଜର ରଖାଯିବ ।

ରଥ ଉପରେ ମଧ୍ୟାହ୍ନ ଧୂପ ବଢ଼ିବା ପରେ ସନ୍ଧ୍ୟା ଆଳତି ପ୍ରସ୍ତୁତି ହେବ । ଏହି ନୀତି ଶେଷ ହେବା ପରେ ଅପରାହ୍ନ ୪ଟାରେ ଶ୍ରୀଜିଉଙ୍କ ସୁନାବେଶ ଆଭୂଷଣ ଲାଗି ଆରମ୍ଭ ହେବ । ଦେଢ଼ ଘଣ୍ଟା ମଧ୍ୟରେ ସୁନାବେଶ ଅଳଙ୍କାର ଆଭୂଷଣ ଲାଗି ଶେଷ ହେବ । ରଥ ଉପରେ ସନ୍ଧ୍ୟା ଧୂପବଢ଼ିବା ପରେ ରାତି ୧୧ଟାରେ ସୁନାବେଶ ଓଲାଗି ଅ।।ରମ୍ଭ ହେବ । ପ୍ରଶାସନର ଏହି ସୂଚନା ମୁତାବକ ରାତି ୧୧ଟା ପର୍ଯ୍ୟନ୍ତ ପ୍ରଭୁଙ୍କ ସୁନାଦେଶକୁ ଭକ୍ତମାନେ ଦର୍ଶନ କରି ପାରିବେ । ରଥ ଉପରେ ଶୁକ୍ରବାର ରାତିରେ ହରିଶୟନ ନୀତି ସମ୍ପନ୍ନ ହୋଇଛି ।