PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୂଆପଡା ସାଲେଭଟା ଛକରେ ରକ୍ତାକ୍ତ ଅବସ୍ଥାରେ ଯୁବକ-ଯୁବତୀ ଉଦ୍ଧାର
  • ||
  • ହାଇଦ୍ରାବାଦ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସୁରକ୍ଷାରେ ଗୁରୁତର ତ୍ରୁଟି, ହେଲିକପ୍ଟର ଉଡାଣ ଭରିବା କ୍ଷଣି ମଝି ଆକାଶରେ ଦେଖାଗଲା କଳା ବେଲୁନ୍, ୪ କଂଗ୍ରେସ କର୍ମୀ ଗିରଫ
  • ||
  • ବିଧାନସଭା ଭିତରକୁ ଧସେଇ ପଶିବାକୁ ଉଦ୍ୟମ ବେଳେ ପୋଲିସ-ଛାତ୍ର କଂଗ୍ରେସ ମଧ୍ୟରେ ଧସ୍ତାଧସ୍ତି
  • ||
  • ନୂଆପଡା ଉଦ୍ୟାନବନ୍ଧ କ୍ରିଷ୍ଣା ଛକରେ ଟ୍ରକ ଧକ୍କାରେ ୪ ଜଣଙ୍କ ମୃତ୍ୟୁ
  • ||
  • ବୌଦ୍ଧ : କଣ୍ଟାମାଳ ବ୍ଲକ୍ ମନମୁଣ୍ଡା ରେଞ୍ଜ୍ ଅନ୍ତର୍ଗତ ରତାଖଣ୍ଡି ସଂରକ୍ଷିତ ଜଙ୍ଗଲରେ ଫାଶରେ ପଡ଼ି ଏକ ଭାଲୁର ମୃତ୍ୟୁ
  • ||
  • କୋଲକାତା : ମାତ୍ର ୭୫ ଟଙ୍କା ପାଉଣା ଫେରସ୍ତ ଦାବିରେ ଦେଖାଦେଇଥିଲା ଅଶାନ୍ତି, ନମାଜ ପଢ଼ି ଫେରିବା ବାଟରେ ବୃଦ୍ଧଙ୍କୁ ପିଟିପିଟି ହତ୍ୟା
  • ||
  • ଭୁବନେଶ୍ବର : ୨୦୧୯ ରୁ ୨୦୨୨ ମଧ୍ୟରେ ରାଜ୍ୟରେ ପଞ୍ଜିକୃତ ହୋଇଛି ୧୦ ହଜାର ୧୨୯ ଦୁଷ୍କର୍ମ ମାମଲା : ଗୃହରାଷ୍ଟ୍ର ମନ୍ତ୍ରୀ
  • ||
  • ଭୁବନେଶ୍ବର : ଜୁଲାଇ ୬ରେ ମାଟ୍ରିକ ପରୀକ୍ଷା ଫଳ ଘୋଷଣା । ଦିନ ୧ଟାରେ ପ୍ରକାଶ ପାଇପ ରେଜଲ୍ଟ । ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ ସୂଚନା ।
  • ||
  • ଗୋଚ୍ଛାପଡ଼ା/ଫୁଲବାଣୀ : ବହୁଚର୍ଚ୍ଚିତ ଯୋଡ଼ାମୁଣ୍ଡ ଶିଶୁ ଜଗାର ଖପୁରି ୩ ବର୍ଷ ମଧ୍ୟରେ ପ୍ରତିରୋପଣ କରାଯିବ । ଦିଲ୍ଲୀ ଏମସ୍‌ ନ୍ୟୁରୋ ସର୍ଜରୀ ଡାକ୍ତର ଦୀପକ ଗୁପ୍ତାଙ୍କ ସୂଚନା ।
  • ||
  • ନୂଆଦିଲ୍ଲୀ : ଆନ୍ଧ୍ରପ୍ରଦେଶ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଅଲ୍ଲୁରୀ ସୀତାରାମ ରାଜୁଙ୍କ ପ୍ରତିମୂର୍ତ୍ତି କରିବେ ଉନ୍ମୋଚନ
  • ||
  • କୋଟପାଡ଼ : କୋଟପାଡ଼ ମୀନାବଜାରରେ ଦୋଳି ଖେଳୁଥିବା ବେଳେ ଜଣେ ନାବଳିକାଙ୍କ ହୃଦ୍‌ଘାତରେ ମୃତ୍ୟୁ
  • ||
  • ମୁମ୍ବାଇ: ମହାରାଷ୍ଟ୍ର ରାଜନୀତିରେ ପୁଣିଥରେ ଏକନାଥଙ୍କ ବାଜିମାତ୍। ଫ୍ଳୋର ଟେଷ୍ଟରେ ବହୁମତ ହାସଲ କରିଛନ୍ତି ସିନ୍ଦେ। ସିନ୍ଦେଙ୍କୁ ୧୬୪ ସଦସ୍ୟ ସମର୍ଥନ କରିଥିବା ସୂଚନା।
  • ||
  • ଧର୍ମଗଡ଼ : କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଚଞ୍ଚରମୁଣ୍ଡା ଛକ ବିଜୁ ଏକ୍ସପ୍ରେସ୍ ରାସ୍ତା କଡ଼ରୁ ଜଣେ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • ନୂଆଦିଲ୍ଲୀ : ହିମାଚଳ ପ୍ରଦେଶର କୁଲ୍ଲୁରେ ବସ୍ ଦୁର୍ଘଟଣା, ସ୍କୁଲ ପିଲାଙ୍କ ସମେତ ୧୬ଜଣଙ୍କର ମୃତ୍ୟୁ ଆଶଙ୍କା
  • ||
  • ନୂଆଦିଲ୍ଲୀ : ମିସ୍ ଇଣ୍ଡିଆ ୱାର୍ଲ୍ଡ ୨୦୨୨ : ବିଜୟ ମୁକୁଟ ପିନ୍ଧିଲେ ସିନି ଶେଟ୍ଟୀ
  • ||
  • ନୂଆଦିଲ୍ଲୀ : ଭାଙ୍ଗିଗଲା ଆଲପାଇନ୍ ଗ୍ଲାସିୟରର ବିଶାଳ ଖଣ୍ଡ, ୫ ମୃତ
  • ||
  • ଭୁବନେଶ୍ବର : ମାଟ୍ରିକ୍ ରେଜଲ୍ଟ ପ୍ରକାଶ ନେଇ ବୋର୍ଡର ସମସ୍ତ ପ୍ରସ୍ତୁତି ଶେଷ, ସଚିବାଳୟରେ ଆଜି ନିଆଯିବ ଚୂଡ଼ାନ୍ତ ନିଷ୍ପତ୍ତି
  • ||
  • ବାଲିପାଟଣା : ବାଲିଘାଟକୁ କେନ୍ଦ୍ର କରି ଯୁବକଙ୍କୁ ଖଣ୍ଡାମାଡ଼, ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି
  • ||
  • ନୂଆଦିଲ୍ଲୀ : ଆଇସିୟୁରେ ଭର୍ତ୍ତି ହେଲେ ଲାଲୁ ଯାଦବ, ପଡ଼ିଯିବା କାରଣରୁ ହୋଇଥିଲେ ଆହତ
  • ||
  • ଡେନମାର୍କ : ଡେନମାର୍କର ସପିଂ ମଲରେ ଫୁଟିଲା ଗୁଳି, ୩ଜଣଙ୍କର ମୃତ୍ୟୁ
  • ||

ସୁନ୍ଦର କଣ୍ଠ ଶୁଣି ସୁନ୍ଦରୀଙ୍କ ଚିନ୍ତାରେ ବାଉଳା ହୋଇ ହେଉଛନ୍ତି ବରବାଦ୍, ବୟସ୍କ ବେଶି ଘାଇଲା…

online high take loot

ଅଶ୍ଳୀଳ ଚାଟିଂରୁ ବ୍ଲାକମେଲ୍

କଟକ,୨୧/୦୫ : ଫେସ୍‌ବୁକ୍‌ ମେସେଞ୍ଜର୍‌ରେ ଅଜଣା ଯୁବତୀଙ୍କ ସହ କଥା ହେଉଥିଲେ ସାବଧାନ । ଯଦି କଥା ଅତି ଅନ୍ତରଙ୍ଗ ହୋଇ ଭିଡିଓ କଲ୍‌ ପର୍ଯ୍ୟନ୍ତ ଯାଇଛି ତେବେ ଫସିବା ନିଶ୍ଚିତ । ଉକ୍ତ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ କଲ୍‌ ରେକର୍ଡିଂକୁ ନେଇ ବ୍ଲାକ୍‌ମେଲ୍‌ର ଶିକାର ହୋଇପାରନ୍ତି। ହଜାର ହଜାର କିମ୍ବା ଲକ୍ଷାଧିକ ଟଙ୍କା ଡିମାଣ୍ଡ୍‌ କରିପାରନ୍ତି । ଗତ କିଛି ଦିନ ଭିତରେ କଟକ ସହରରେ ଏଭଳି ଅନେକ ଘଟଣା ଘଟିଥିବା ବେଳେ ଲୋକଲଜ୍ଜା ଯୋଗୁଁ ସେସବୁକୁ ଚାପି ଦିଆଯାଉଛି । ସବୁଠାରୁ ସାଂଘାତିକ, ଏଭଳି ଘଟଣାରେ ବୟସାଧିକ ବ୍ୟକ୍ତି ବେଶୀ ଶିକାର ହେଉଛନ୍ତି ।

ନିକଟରେ ଜଣେ କର୍ପୋରେଟରଙ୍କ ସ୍ୱାମୀ ଏଭଳି ଅଭାବନୀୟ ସ୍ଥିତିର ସମ୍ମୁଖୀନ ହୋଇଥିଲେ । ଏହି ଭିଡିଓ ଏବେ ଭାଇରାଲ୍‌ ହେବାରେ ଲାଗିଥିବା ବେଳେ ଏଭଳି ଘଟଣାରେ ବିଡାନାସୀ, ସିଡିଏ, ରାଣୀହାଟ, ରାଜାବଗିଚା ଅଞ୍ଚଳର କିଛି ବ୍ୟକ୍ତି ମଧ୍ୟ ଫସିଛନ୍ତି । ଅଜଣା ଫେସ୍‌ବୁକ୍‌ ବନ୍ଧୁତା ହିଁ ବିପଦ ସାବ୍ୟସ୍ତ ହେଉଛି । ଏହା ପଛରେ ଏକ ବିରାଟ ର‌୍ୟାକେଟ୍‌ କାମ କରୁଛି । ରାଜ୍ୟ ବାହାରୁ ଏହାକୁ ଅପରେଟ୍‌ କରାଯାଉଛି । ପୂର୍ବରୁ ବ୍ୟାଙ୍କ୍‌ ଆକାଉଣ୍ଟ୍‌ ଜାଲିଆତିରେ ସାମିଲ୍‌ ଥିବା ଠକ ଏବେ ଏହି ନୂଆ ଉପାୟକୁ ବାଛିଛନ୍ତି ।

ତେବେ ସମ୍ପୃକ୍ତ ହାଇଟେକ୍‌ ଦଲାଲ୍‌ଙ୍କ ସହିତ କିଛି ପେସାଦାର ଦେହ ବ୍ୟବସାୟୀ ମଧ୍ୟ ଏଥିରେ ସାମିଲ୍‌ ହୋଇଛନ୍ତି ଯେଉଁମାନେ ଜାଲ ବିଛାଇ ଲୋକଙ୍କୁ ଲୁଟୁଛନ୍ତି । ଦେହ ବ୍ୟବସାୟ ନ କରି ଲୋକଙ୍କୁ ଠକି ବେଶ୍‌ ଭଲ ରୋଜଗାର କରୁଛନ୍ତି । ତେବେ ଏହାର ଟେର୍‌ ପାଇବା ପୁଲିସ୍‌ କିମ୍ବା ସାଇବର୍‌ ବିଶେଷଜ୍ଞଙ୍କ ପକ୍ଷେ ମଧ୍ୟ ସମ୍ଭବ ନୁହେଁ । ରାଜ୍ୟ ବାହାରୁ ଏଭଳି ର‌୍ୟାକେଟ୍‌କୁ ପରିଚାଳନା କରାଯାଉଥିବାରୁ ଏହାର ପର୍ଦ୍ଦଫାସ୍‌ ଏକରକମ ଅସମ୍ଭବ ବୋଲି କୁହାଯାଉଛି । ସାଇବର୍‌ ବିଶେଷଜ୍ଞଙ୍କ କହିବା କଥା, ସଚେତନ ଓ ସତର୍କ ରହିବା ଛଡ଼ା ଏଥିରୁ ବର୍ତ୍ତିବାକୁ ଆଉ କିଛି ଉପାୟ ନାହିଁ ।

ଏ ନେଇ ସାଇବର୍‌ ବିଶେଷଜ୍ଞ ପ୍ରଶାନ୍ତ ସାହୁଙ୍କୁ ପଚାରିବାରେ ସେ କହନ୍ତି, ଗତ ୨ବର୍ଷ ଧରି ସାଇବର୍‌ ଅପରାଧୀ ନିଧଡକ ଏ କାରବାର ଚଳାଇ ଆସିଛନ୍ତି । କିଛି ସୁନ୍ଦରୀ ଝିଅଙ୍କ ଫଟୋକୁ ଢାଲ କରି ପ୍ରଥମେ ଫେସ୍‌ବୁକ୍‌ରେ ଫ୍ରେଣ୍ଡ୍‌ ହେବାକୁ ଅନୁରୋଧ କରାଯାଉଛି । ବନ୍ଧୁ ହେବା ପରେ ମେସେଞ୍ଜରରେ କଥାବାର୍ତ୍ତା ଓ ଭିଡିିଓ କଲ୍‌ କରିବା ଲୋକଙ୍କ ପାଇଁ ଅଡୁଆ ବଢାଉଛି । ଦୁର୍ବଳ ମାନସିକତା ଏବଂ କାମନାପ୍ରିୟ ଲୋକେ ଏଥିରେ ବେଶୀ ହଇରାଣ ହେଉଛନ୍ତି । ତେଣୁ ଏ ସବୁରୁ ଦୂରେଇ ରହିବା ଏବଂ ଅଜଣା ଫ୍ରେଣ୍ଡ୍‌ ଅନୁରୋଧକୁ ଗ୍ରହଣ କରିବା ଆଦୌ ଉଚିତ୍‌ ନୁହେଁ । କାରଣ ଥରଟିଏ ମାୟାଜାଲରେ ଫସିଲେ ଏଥିରୁ ବର୍ତ୍ତିବା ମୁସ୍କିଲ୍‌ ।

କେମିତି ହେଉଛି କାରବାର

ଅଜଣା ସୁନ୍ଦରୀ ଝିଅଙ୍କ ପ୍ରତିଛବି ଥିବା ଫେସ୍‌ବୁକ୍‌ରେ ଫ୍ରେଣ୍ଡ୍‌ ରିକ୍ୱେଷ୍ଟ୍‌ ଆସୁଛି । ଏହାକୁ ଗ୍ରହଣ କରିଲେ ପ୍ରଥମେ ସେପଟୁ ‘ହାଏ’ ମେସେଜ୍‌ ଆସୁଛିି । ଏହାର ଉତ୍ତରରେ ଯଦି ‘ହେଲୋ’ କିମ୍ବା ‘ହାଓ ଆର୍‌ ୟୁ’ ପଚାରିଦେଲେ ଫେକ୍‌ ଆକାଉଣ୍ଟ୍‌ ପରିଚାଳନା କରୁଥିବା ସାଇବର୍‌ ଠକ ଜାଣୁଛି ଯେ, ଅପରପକ୍ଷରୁ ଏଥିରେ ଆଗ୍ରହ ରହିଛି । ତୁରନ୍ତ ଉଲଗ୍ନ ଭିଡ଼ିଓ କଲ୍‌ର ଅଫର୍‌ ଆସୁଛି । ଯଦି ସେଥିରେ ବି ରାଜି ହେଉଛନ୍ତି ତେବେ ସେପଟରୁ ଜଣେ ଝିଅ ଭିଡିଓ କଲ୍‌ କରି ଲୋକର ଆଗ୍ରହ ବଢ଼ାଇବାକୁ ଚେଷ୍ଟା କରୁଛି । ତେବେ ଏହି ସମୟରେ ସେମାନେ ‘ପ୍ରି-ଏଡିଟେଡ୍‌ ଭିଡିଓ’ ବ୍ୟବହାର କରୁଛନ୍ତି । ଅର୍ଥାତ୍‌ ଏ ଭିଡିିଓଟି ସେମାନେ ସୁଟିଂ କରି ବାରମ୍ବାର ଅନ୍ୟ ଲୋକଙ୍କ କ୍ଷେତ୍ରରେ ବ୍ୟବହାର କରିଆସିଛନ୍ତି । ତେବେ ଏହି ଭିଡିଓଟି ଦେଖି ଭିଡିିଓ କଲ୍‌ର ଏପଟରେ ଥିବା ଲୋକଟି ଉଲଗ୍ନ ହେଲେ କିମ୍ବା କୌଣସି ପ୍ରକାରର ଶାରୀରିକ କ୍ରିୟା କରିବାକୁ ଚେଷ୍ଟା କଲେ ସେ ସବୁର ଅନ୍‌ସ୍କ୍ରିନ୍‌ ରେକର୍ଡିଂ କରାଯାଉଛି ।

ତେବେ ଭିଡିଓ କଲ୍‌ କାଟିବାର କିଛି ସମୟ ବାଦ୍‌ ଅଚାନକ ସମ୍ପୃକ୍ତ ଆକାଉଣ୍ଟ୍‌ରୁ ଅନ୍‌ସ୍କ୍ରିନ୍‌ ରେକର୍ଡିଂ କରାଯାଇଥିବା ଭିଡିିଓକୁ ପଠାଯିବା ସହ ବ୍ଲାକ୍‌ମେଲ୍‌ କରାଯାଉଛି । ହଜାର ହଜାର ଟଙ୍କା ଡିମାଣ୍ଡ୍‌ କରାଯାଉଛି । ଯଦି ଟଙ୍କା ଦେବାରେ କୌଣସି ପ୍ରକାରର ଅବହେଳା ହେଉଛି ତେବେ ସମ୍ପୃକ୍ତ ବ୍ୟକ୍ତିଙ୍କ ଫେସ୍‌ବୁକ୍‌ ଆକାଉଣ୍ଟ୍‌ରେ ଥିବା ବନ୍ଧୁମାନଙ୍କୁ ସେହି ଭିଡିଓକୁ ପଠାଇ ଦିଆଯାଉଛି । ଯାହାଫଳରେ ଲୋକଲଜ୍ଜା ଯୋଗୁଁ ସମ୍ପୃକ୍ତ ବ୍ୟକ୍ତି ସଜହରେ ବ୍ଲାକ୍‌ମେଲ୍‌ର ଶିକାର ହେଉଛନ୍ତି ।

ଟାର୍ଗେଟ୍‌ରେ ବୟସ୍କ ବ୍ୟକ୍ତି

ଫେସ୍‌ବୁକ୍‌ରେ ଏଭଳି ଫେକ୍‌ ଆକାଉଣ୍ଟ୍‌ ଓ ବ୍ଲାକ୍‌ମେଲ୍‌ ସମ୍ପର୍କରେ ଯୁବଗୋଷ୍ଠୀ କିଛି ମାତ୍ରାରେ ସଚେତନ ହେଲେଣି । ତେଣୁ ସାଇବର୍‌ ଅପରାଧୀ ଏବେ ବୟସାଧିକ ଲୋକଙ୍କୁ ବେଶୀ ଶିକାର କରୁଛନ୍ତି । ସେମାନଙ୍କୁ ଫ୍ରେଣ୍ଡ୍‌ ଅନୁରୋଧ ପଠାଇ ଲୁଟୁଛନ୍ତି । ତେବେ ବୟସାଧିକ ବ୍ୟକ୍ତିମାନେ ଏ ସମ୍ପର୍କରେ ସଚେତନ ନ ଥିବା ବେଳେ ଅତି ସହଜରେ ସେମାନଙ୍କ ଜାଲରେ ପଡିଯାଉଛନ୍ତି । ଥରଟିଏ ଭିଡିଓ ରେକର୍ଡିଂ ହେଲେ ଲୋକଲଜ୍ଜାରୁ ବଞ୍ଚିବା ପାଇଁ ମାଗୁଥିବା ଟଙ୍କା ପଠାଉଛନ୍ତି । ତେବେ ଏହି ବ୍ୟକ୍ତିମାନେ ସତର୍କ ରହିବା ଦରକାର ବୋଲି ସାଇବର୍‌ ବିଶେଷଜ୍ଞ ଓ ପୁଲିସ୍‌ ପ୍ରଶାସନ ପକ୍ଷରୁ କୁହାଯାଉଛି । ଫେସ୍‌ବୁକ୍‌ରେ ଅଜଣା ବ୍ୟକ୍ତିଙ୍କ ସହ କଥାବାର୍ତ୍ତା କରିବା ପୂର୍ବରୁ ବାରମ୍ବାର ଯାଞ୍ଚ୍‌ କରିବାକୁ ଅନୁରୋଧ କରାଯାଇଛି । ଏହାଛଡ଼ା କୌଣସି ପ୍ରକାରର ଭିଡିଓ କଲ୍‌ ନ କରିବାକୁ ପରାମର୍ଶ ଦିଆଯାଇଛି ।