PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜସ୍ଥାନରେ ବଡ଼ ରାଜନୈତିକ ହଲଚଲ । ଇସ୍ତଫା ଦେଲେ ୯୨ ବିଧାୟକ । ରଦ୍ଦ ହେଲା କଂଗ୍ରେସ ବିଧାୟକ ଦଳ ବୈଠକ ।
  • ||
  • ଲମତାପୁଟ : ୮ଲକ୍ଷ ଟଙ୍କାର ଗଞ୍ଜେଇ ଵୋଝେଇ କାର ଜବତ, ମାଫିଆ ଫେରାର
  • ||
  • ଧର୍ମଗଡ଼ : ୩ କୁଇଣ୍ଟାଲ ୨୦ କେ.ଜିର ଜବତ, ଜଣେ ଗିରଫ
  • ||
  • ବାଲିଗୁଡ଼ା : ଆବାସିକ ବିଦ୍ୟାଳୟରେ ସପ୍ତମ ଶ୍ରେଣୀ ଛାତ୍ରୀ ଗର୍ଭବତୀ, ସନ୍ଦିଗ୍ଧ ଛାତ୍ର ଅଟକ
  • ||
  • କଣ୍ଟାବାଞ୍ଜି : ତ୍ରିନାଥ ମନ୍ଦିରରୁ ଚୋରି, ଦାନବାକ୍ସ ଭାଙ୍ଗି ଟଙ୍କା ଓ ରୂପାର ଝୁମର ଚୋରି କରିନେଲେ ଦୁର୍ବୃତ୍ତ
  • ||
  • ଢେଙ୍କାନାଳ : ଢେଙ୍କାନାଳ ସଦର ଥାନା କାଙ୍କଡ଼ପାଳ ଗ୍ରାମରେ ବଚସାକୁ ନେଇ ଫାଙ୍କା ଗୁଳିଚାଳନା, ଭୟରେ ଖସିପଡ଼ି ଜଣେ ଆହତ, ଘଟଣା ସ୍ଥଳରୁ ୩ ଖୋକା ଜବତ
  • ||

ରବିବାର ରାଶିଫଳ: ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ସ୍ୱଳ୍ପ ହେବ, କୃତିତ୍ବ ଅର୍ଜନ କରିବେ ବିଦ୍ୟାର୍ଥୀ

pic - internet

ମେଷଘାତବାର ଓ ଅଷ୍ଟମଚନ୍ଦ୍ର ହେତୁ ବାଦ ବିବାଦ, ସ୍ୱାସ୍ଥ୍ୟ, ଆର୍ଥିକ କାରବାର, ସ୍ୱଜନଙ୍କ ସହ କଥାବାର୍ତ୍ତା ଓ ଯାନବାହନ ଆରୋହଣ କାଳରେ ସତର୍କ ହେବେ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ସ୍ୱଳ୍ପ ହେବ ଏବଂ ଅଯଥା ଖର୍ଚ୍ଚ ଅଧିକ ହେବ । ମନରେ ଅସ୍ଥିରତା, ପରିବାରରେ ବିବାଦ ଓ ସାମାନ୍ୟ ଶାରୀରିକ ପୀଡ଼ା ଭୋଗିବେ । ଯେଉଁମାନଙ୍କର ଦ୍ୱିଜାମେଷ ସେମାନେ ସତର୍କ ହେବେ ।

ଶୁଭରଙ୍ଗଧଳା, ସଂଖ୍ୟା: ୧୧, ଆରାଧନା : ମାବଗଳାମୁଖୀ

ବୃଷ ମାନସିକ, ପାରିବାରିକ ଶାନ୍ତି, ଅପରିଚିତ ମହିଳାଙ୍କଠାରୁ ଧନ ପ୍ରାପ୍ତି, କୌଣସି ମାଙ୍ଗଳିକ କର୍ମରେ ଯୋଗଦାନ ଏବଂ ନିଜପୁତ୍ର କନ୍ୟାଙ୍କର କର୍ମର ଆୟୋଜନ କରିବେ । ମଉଜ ମସ୍ତିରେ ଅଧିକ ଆଗ୍ରହ ରହିବ ଏବଂ ପରିବାର ସଦସ୍ୟଙ୍କ ମଧ୍ୟରେ ଉତ୍ତମ ବୁଝାମଣା ରହିବ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଉତ୍ତମ ହେବ ଏବଂ ଦେହ ମନ ସୁସ୍ଥ ରହିବ । ଯେଉଁମାନଙ୍କର କୃତ୍ତିକା ଓ ମୃଗଶିରା ବୃଷ ସେମାନେ ସୁଫଳ ପାଇବେ । ଶୁଭରଙ୍ଗ : ସିଲ୍‌ଭର, ସଂଖ୍ୟା: ୬, ଆରାଧନା: ମା’ସମଲେଶ୍ୱରୀ ।

ମିଥୁନ : ମନରେ ପ୍ରସନ୍ନତା, ଶରୀରରେ ସୁସ୍ଥତା, ପରିବାରରେ ମିତ୍ରତା, ସମସ୍ତଙ୍କର ସହ ବନ୍ଧୁତା ଓ ସମସ୍ତ କର୍ମରେ ସ୍ୱଚ୍ଛତା ଆପଣେଇବେ । ଆପଣଙ୍କ ବକ୍ତବ୍ୟରେ ସମ୍ମୋହନର ଶକ୍ତି ରହିବ ଏବଂ ପରୋପକାର ଓ ସମାଜସେବାରେ ଅଧିକ ଆଗ୍ରହ ରଖିବେ ଏବଂ ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଉତ୍ତମ ହେବଏବଂ ଆର୍ଥିକ ସ୍ଥିତିରେ ସୁଧାର ଆସିବ । ଯେଉଁମାନଙ୍କର ମୃଗଶିରା ଓ ପୁନର୍ବସୁ ମିଥୁନ ସେମାନେ ସୁଫଳ ପାଇବେ ।

ଶୁଭରଙ୍ଗ: ସବୁଜ, ସଂଖ୍ୟା: ୪, ଆରାଧନା : ମା’ଛିନ୍ନମସ୍ତା

କର୍କଟ : ପଞ୍ଚମ ଚନ୍ଦ୍ର ଓ ଦିବା ୯ଟା ୫୫ ମିନିଟ୍‌ ପରେ ଘାତ ନକ୍ଷତ୍ର ହେତୁ ସମସ୍ତ କର୍ମରେ ଶୁଭଫଳ ମିଳିଲେ ମଧ୍ୟ ମନ ବିଷାଦଗ୍ରସ୍ତ ଓ ଚାପଗ୍ରସ୍ତ ରହିବ । ବିଦ୍ୟା, ବୁଦ୍ଧି, ଜ୍ଞାନ, ଗରିମାର ବିକାଶ ଘଟିବ ଏବଂ ପୈତୃକ ସମ୍ପତ୍ତି ହେତୁକ ବିବାଦର ସମାଧାନ ହେବ ଏବଂ ପିତାମାତାଙ୍କ କୃପା ଲାଭ କରିବେ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଉତ୍ତମ ହେବ ଏବଂ ସମସ୍ତଙ୍କର ସ୍ନେହ, ଶ୍ରଦ୍ଧାର ପାତ୍ର ହେବେ । ଯେଉଁମାନଙ୍କର ପୁନର୍ବସୁ ଓ ଅଶ୍ଳେଷା କର୍କଟ ସେମାନେ ସୁଫଳ ପାଇବେ ।

ଶୁଭରଙ୍ଗ: ହଳଦିଆ, ସଂଖ୍ୟା: , ଆରାଧନା: ମାଭୁବନେଶ୍ୱରୀ

ସିଂହ : ଆର୍ଥିକ କ୍ଷତି, ଆର୍ଥିକ ଠକାମି, ପରିବାରରେ ବିବାଦ, ଶାରୀରିକ ପୀଡ଼ା, ଯାନବାହନରେ ଖର୍ଚ୍ଚାନ୍ତ, ସ୍ୱଜନରେ ମତାନ୍ତର ଏବଂ ମୂଲ୍ୟବାନ ପଦାର୍ଥ ନଷ୍ଟ କିମ୍ବା ହଜି ଯାଇପାରେ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ କ୍ଷତି ଦେଖାଦେବ । ବିଶେଷ କରି ପରିବହନ ବ୍ୟବସାୟରେ ଅଧିକ କ୍ଷତି ଘଟିବ । ଯେଉଁମାନଙ୍କର ପୂର୍ବା ଫାଲଗୁନୀ ସିଂହ ସେମାନେ ସତର୍କ ହେବେ ।

ଶୁଭରଙ୍ଗ: ଲାଲ୍‌, ସଂଖ୍ୟା: , ଆରାଧନା: ଭଗବାନ ବିଷ୍ଣୁ

କନ୍ୟା : ମନରେ ଉତ୍ସାହ, ଉଦ୍ଦୀପନା, ପରିବାରରେ ସୁଖ ଶାନ୍ତି, ଦାମ୍ପତ୍ୟ ଜୀବନରେ ମଧୁରତା, ଭାଇ ଭଉଣୀଙ୍କ ପ୍ରତି ସ୍ନେହ, ଶ୍ରଦ୍ଧା ଏବଂ ଚାଲି ଚଳନ ବ୍ୟବହାର ମାର୍ଜିତ ହେବ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଉତ୍ତମ ହେବ ଏବଂ ନୂତନ ବ୍ୟବସାୟ କିମ୍ବା ବ୍ୟବସାୟର ନୂତନ ଶାଖା ବଢ଼ାଇବା ପାଇଁ ଯୋଜନା କରିବେ । ଯେଉଁ ମାନଙ୍କର ଉତ୍ତରା ଫାଲଗୁନୀ ଓ ଚିତ୍ରାକନ୍ୟା ସେମାନେ ସୁଫଳ ପାଇବେ ।

ଶୁଭରଙ୍ଗ: କଫି, ସଂଖ୍ୟା: ୧୨, ଆରାଧନା : ମା’ତ୍ରିପୁର ସୁନ୍ଦରୀ

ତୁଳା : ଆର୍ଥିକ ଅବସ୍ଥାରେ ଉନ୍ନତି, ଆକସ୍ମିକ ଧନଲାଭ, କୌଣସି ବିଶେଷ ସୂତ୍ରରୁ ଧନ ପ୍ରାପ୍ତି ଏବଂ ଅନ୍ୟକୁ ଦେଇଥିବା ଧନ ଫେରିପାଇବେ । ଅପରାହ୍ନ ୨ଟା ୧୪ ମିନିଟ୍‌ ପରେ ଘାତ ତିଥି ହେତୁ ସମସ୍ତ କର୍ମରେ ଶୁଭଫଳ ମିଳିଲେ ମଧ୍ୟ ଅପରାହ୍ନ ପରେ ମନରେ ଅସ୍ଥିରତା ଭାବ ଓ ଦୁଶ୍ଚିନ୍ତା ଦେଖାଦେବ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଉତ୍ତମ ହେବ ଏବଂ ଧନର ସତ୍‌ ବିନିଯୋଗ କରିବେ । ଯେଉଁମାନଙ୍କର ଚିତ୍ରା ତୁଳା ସେମାନେ ସୁଫଳ ପାଇବେ। ଶୁଭରଙ୍ଗ: ନୀଳ, ସଂଖ୍ୟା: ୪, ଆରାଧନା: ମା’କମଳା

ବିଛାଶ୍ରୀଚନ୍ଦ୍ର ହେତୁ ସ୍ୱଜନ, ପ୍ରିୟଜନ, ବନ୍ଧୁ ଓ ପରିଜନଙ୍କ ସହ ସୁସମ୍ପର୍କ, ପରିବାରରେ ସୁଖ ଶାନ୍ତି ଏବଂ ସୁଖାଦ୍ୟ, ସୁବସନ ପ୍ରାପ୍ତି ହେବ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଯାହାହେଲେ ମଧ୍ୟ ମନରେ ଆତ୍ମତୃପ୍ତି ଓ ଆତ୍ମ ସନ୍ତୋଷ ମିଳିବ । ପରିବାର ସହ କୌଣସି ମାଙ୍ଗଳିକ କର୍ମରେ ଯୋଗଦେବେ ଏବଂ ଦେହ, ମନ ସୁସ୍ଥ ରହିବ । ଯେଉଁ ମାନଙ୍କର ଜ୍ୟେଷ୍ଠା ବିଛା ସେମାନେ ସୁଫଳ ପାଇବେ ।

ଶୁଭରଙ୍ଗ: ଧଳା, ସଂଖ୍ୟା: ୧୧, ଆରାଧନା: ପ୍ରଭୁସ୍କନ୍ଦ

ଧନୁ : ଦ୍ୱାଦଶ ଚନ୍ଦ୍ର ଏବଂ ଅପରାହ୍ନ ୨ଟା ୧୪ ମିନିଟ୍‌ ପରେ ଘାତ ତିଥି ହେତୁ ଅଯଥା ଖର୍ଚ୍ଚ, ବଦ୍‌ଖର୍ଚ୍ଚ ଓ ପରିବାରର ଖର୍ଚ୍ଚ ଭାର ଅହେତୁକ ଭାବେ ବଢ଼ି ଚାଲିବ ଏବଂ ଖର୍ଚ୍ଚ ଭାରରେ ଅତିଷ୍ଠ ହୋଇ ଋଣ କରିବାକୁ ପଡ଼ିପାରେ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଅପେକ୍ଷାବ୍ୟୟ ଅଧିକ ରହିବ ଏବଂ ମନରେ ଦୁଶ୍ଚିନ୍ତା, ଦୁର୍ଭାବନା ଓ ହତୋତ୍ସାହ ଭାବ ବଢ଼ି ଚାଲିବ । ଯେଉଁମାନଙ୍କର ପୂର୍ବାଷାଢ଼ା ଧନୁ ସେମାନେ ସତର୍କ ହେବେ ।

ଶୁଭରଙ୍ଗ: ଲାଲ, ସଂଖ୍ୟା: , ଆରାଧନା: ପ୍ରଭୁ ଶ୍ରୀ ଜଗନ୍ନାଥ

ମକର : ଏକାଦଶଚନ୍ଦ୍ର ଓ ଘାତତିଥି ହେତୁ ଘାତ ତିଥିର ପ୍ରଭାବ କମ୍‌ ରହିବ । ଆକସ୍ମିକ ଧନ ଲାଭ, କୌଣସି ବିଶେଷ ସୂତ୍ରରୁ ଧନ ପ୍ରାପ୍ତି ଏବଂ ଆର୍ଥିକ ସ୍ଥିତିରେ ଉନ୍ନତି ଆସିବ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଉତ୍ତମ ହେବ ଏବଂ ଅର୍ଜିତ ଆୟର ସତ୍‌ ବିନିଯୋଗ କରିବେ । ଖର୍ଚ୍ଚ ଅପେକ୍ଷା ସଞ୍ଚୟରେ ଅଧିକ ଆଗ୍ରହ ରଖିବେ ଏବଂ ଉନ୍ନତିମୂଳକ କର୍ମରେ ଅଧିକ ଧ୍ୟାନ ରହିବ । ଯେଉଁମାନଙ୍କର ଉତ୍ତରା ଷାଢ଼ା ଓ ଧନିଷ୍ଠା ମକର ସେମାନେ ସୁଫଳ ପାଇବେ ।

ଶୁଭରଙ୍ଗ: ବାଇଗଣୀ, ସଂଖ୍ୟା : ୧୧, ଆରାଧନା : ମାଭୈରବୀ

କୁମ୍ଭ : କର୍ମ କରିବାର ଶୈଳୀରେ ଉନ୍ନତି ଆସିବ ଏବଂ ସମସ୍ତ କର୍ମରେ ସମୟାନୁ ବର୍ତ୍ତିତା ରହିବ । ମନରେ ସତ୍‌ଚିନ୍ତା, ସତ୍‌ ଭାବନା ପ୍ରକାଶ ପାଇବ ଏବଂ ସତ୍‌ କର୍ମ ପ୍ରତି ଅଧିକ ଆଗ୍ରହ ରହିବ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଉତ୍ତମ ହେବ ଏବଂ ସ୍ୱାସ୍ଥ୍ୟ ଉତ୍ତମ ରହିବ । ଯେଉଁମାନଙ୍କର ଧନିଷ୍ଠା ଓ ପୂର୍ବଭାଦ୍ରକୁମ୍ଭ ସେମାନେ ସୁଫଳପାଇବେ ।

ଶୁଭରଙ୍ଗ: କଳା, ସଂଖ୍ୟା : , ଆରାଧନା : ମାଦୁର୍ଗା

ମୀନଭାଗ୍ୟୋଦୟ ଘଟିବ ଏବଂ ଆର୍ଥିକ ଅବସ୍ଥାରେ ଉନ୍ନତି ଆସିବ । ଧନ, ସମ୍ପତ୍ତି, ପ୍ରାଚୁର୍ଯ୍ୟ, ପ୍ରତିପତ୍ତି ବୃଦ୍ଧିପାଇବ । ଧାର୍ମିକ କାର୍ଯ୍ୟରେ ଓ ଗୁରୁଜନଙ୍କ ସେବାରେ ଅଧିକ ଆଗ୍ରହ ରହିବ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଉତ୍ତମ ହେବ ଏବଂ ନୂତନ ବ୍ୟବସାୟର ସୁଯୋଗ ଜୁଟିବ । କୌଣସି ସଭା କିମ୍ବା ସଙ୍ଗଠନର ନେତୃତ୍ୱ ନେବେ । ଗୁରୁଜନଙ୍କ କୃପା ଲାଭ କରିବେ । ଯେଉଁମାନଙ୍କର ପୂର୍ବଭାଦ୍ର ଓ ରେବତୀମୀନ ସେମାନେ ସୁଫଳ ପାଇବେ ।

ଶୁଭରଙ୍ଗ: ହଳଦିଆ, ସଂଖ୍ୟା: , ଆରାଧନା: ମାଧୂମାବତୀ