ନୂଆଦିଲ୍ଲୀ, ୧୨/୦୬ : ଅଜବ ଦେଶ, ଗଜବ ନିୟମ। ଡ୍ରେସ୍ ସଫା କଲେ ଜେଲ୍। ଗୀତ ଶୁଣିଲେ ଉଠାଇ ନିଏ ପୁଲିସ। ଟିଭି ଲଗାଇଲେ ବି ଭରିବାକୁ ପଡିବ ଜରିମାନା। ରବିବାର ଏଠି ୱାଶିଂ ମେସିନ୍ ଚଲାଇବା ମନା। ତେବେ ଛୁଟି ଦିନରେ ଆପଣ ନିଜ ଘରେ ଯାହା ଇଚ୍ଛା କରିପାରିବେ। ଏଥିପାଇଁ ମନା ନାହିଁ। ହେଲେ ପଡୋଶୀ ଘରକୁ ଶବ୍ଦ ଗଲେ ପସ୍ତେଇବେ। ଜର୍ମାନୀ ଓ ସ୍ଵିଜରଲ୍ୟାଣ୍ଡରେ ଏଭଳି ବିରଳ ନିୟମକୁ ନେଇ ଏବେ ସବୁଠି ଚର୍ଚ୍ଚା।
ସପ୍ତାହର ୬ ଦିନ ଯାକର ବିଜି ସିଡ୍ୟୁଲ୍ ଭିତରେ ରବିବାରକୁ ଅପେକ୍ଷା କରନ୍ତି ସମସ୍ତେ। ଘର ସଫା କରିବାଠୁ ନେଇ ଡ୍ରେସ୍ ସଫା ଯାଏଁ ସବୁକିଛି ଛୁଟିଦିନରେ କରିବାକୁ ଟାଇମ୍ ମିଳେ। ନିଜ ସହ ସମୟ ବିତାଇବାକୁ ସନଡେ ସବୁଠୁ ବେଷ୍ଟ। ହେଲେ ଜର୍ମାନୀ ଓ ସ୍ଵିଜରଲ୍ୟାଣ୍ଡରେ ନିୟମ ଭିନ୍ନ। ଏଠାରେ ରବିବାରକୁ ଖାସ୍ ଦିନ ବୋଲି ମାନନ୍ତି। କାରଣ ଏହି ଦିନ ଆରାମ କରିବାକୁ ଏବଂ ପରିବାର ସହ ସମୟ ବିତାଇବାକୁ ଟାଇମ୍ ମିଳେ। ତେଣୁ ଅନ୍ୟ ପାଇଁ ଯେମିତି ଏହି ଦିନଟି ଡିଷ୍ଟର୍ବ ନହୁଏ ସେଥିପାଇଁ ସରକାର ଏଭଳି ନିୟମ ଲାଗୁ କରିଛନ୍ତି। ଏହି ନିୟମ କେବଳ ଡ୍ରେସ୍ ସଫା କରିବା ଏବଂ ଗୀତ ଶୁଣିବା ଯାଏଁ ସୀମିତ ନାହିଁ। ଜର୍ମାନୀର କିଛି ଅଞ୍ଚଳରେ ଘରର ଲନରେ ଘାସ କାଟିବା, କାନ୍ଥରେ ଡ୍ରିଲ୍ କରିବା, ହାତୁଡ଼ା ସାହାଯ୍ୟରେ ପର୍ଣ୍ଣିଚର କାମ କରିବା, କାର୍ ଧୋଇବା ଏବଂ ରିସାକେଲିଂ କଣ୍ଟେନରରେ କାଚ ବୋତଲ ପକାଇବା ଭଳି ଗତିବିଧି ଉପରେ ମଧ୍ୟ କଟକଣା ରହିଛି। ଏପରିକି କିଛି ଆପାର୍ଟମେଣ୍ଟରେ ନୋ ନଏଜ୍ ଆୱାର ବି ରହିଛି। ଏହି ସମୟ ମଧ୍ୟରେ ସାଉଣ୍ଡ୍ କଲା ଭଳି କୌଣସି ଉପକରଣ ଚାଲୁ କଲେ, ପଡୋଶୀ ଅଭିଯୋଗ କରିଦିଅନ୍ତି। ଏହାପରେ ପୁଲିସ ଆସି ଘରୁ ଉଠାଇ ନିଅନ୍ତି।
ତେବେ ଜର୍ମାନୀରେ ଏହି ନିୟମ ଉଲ୍ଲଙ୍ଘନ କଲେ ୫୦ ୟୁରୋ ରୁ ୨୫୦୦ ୟୁରୋ ପର୍ଯ୍ୟନ୍ତ ଜରିମାନା ଭରିବାକୁ ପଡିବ। ଯଦି କୌଣସି ଭଡାଟିଆ ବାରମ୍ବାର ନିୟମ ଉଲ୍ଲଙ୍ଘନ କରେ ତାହେଲେ ଘର ମାଲିକ କିମ୍ଵା ଆବାସ ସଙ୍ଘ ଭଡାଟିଆ ଚୁକ୍ତିକୁ ରଦ୍ଦ କରିଦିଅନ୍ତି। ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ବି ହୋଇପାରେ। ଜର୍ମାନୀରେ ଏଭଳି ନିୟମ ପଛରେ ଏକ ବଡ଼ ଉଦ୍ଦେଶ୍ୟ ରହିଛି। ସମସ୍ତଙ୍କୁ ଶାନ୍ତିରେ ରହିବାର ଅଧିକାର ଅଛି। ଏଥିପାଇଁ ରବିବାର ହେଉଛି ସବୁଠୁ ଉତ୍କୃଷ୍ଟ ସମୟ।
ଆହୁରି ପଢନ୍ତୁ- ଅଫିସ୍ରେ ଅଧିକ କାମ କରି ଗାଳି ଶୁଣିଲେ କର୍ମଚାରୀ, ମ୍ୟାନେଜର୍ କହିଲେ ଏମିତି କିଛି