ନୂଆଦିଲ୍ଲୀ : ଟିମ୍ ଇଣ୍ଡିଆର ପୂର୍ବତନ କ୍ରିକେଟର ଲିଟିଲ ମାଷ୍ଟର ଭାବେ ଜଣାଶୁଣା ସୁନୀଲ ଗାଭାସ୍କର ସନରାଇଜର୍ସ ହାଇଦ୍ରାବାଦର ମାଲିକାଣି କ୍ୟାବାଙ୍କ ଉପରେ ବର୍ଷିଛନ୍ତି । ଇଂଲଣ୍ଡର ଦି ହଣ୍ଡେ୍ରଡରେ ସନରାଇଜର୍ସ ଲିଡ୍ସର ମାଲିକାଣି ଥିବା କାବ୍ୟା ପାକିସ୍ତାନୀ ସ୍ପିନର ଅବରାର ଅହମ୍ମଦଙ୍କୁ ଦଳରେ ସାମିଲ କରିବା ପରେ ଭାରତରେ ସମାଲୋଚନାର ଶିକାର ହେଉଛନ୍ତି । ଯେଉଁଥିରେ ସାମିଲ ହୋଇଛନ୍ତି ଗାଭାସ୍କର । ସେ ମିଡ୍-ଡେ’ରେ ଏକ ସ୍ତମ୍ଭ ଲେଖିଛନ୍ତି । ଯେଉଁଥିରେ ସେ କାବ୍ୟାଙ୍କୁ କଡ଼ା ସମାଲୋଚନା କରିଥିବା ଦେଖିବାକୁ ମିଳିଛି ।
ଗାଭାସ୍କର ନିଜର ସ୍ତମ୍ଭରେ ଲେଖିଛନ୍ତି କି, ଭାରତ-ପାକିସ୍ତାନ ମଦ୍ୟରେ ଦୀର୍ଘବର୍ଷ ଧରି ଚାଲିଥିବା ଘଟଣାବଳୀକୁ ଭୁଲିଗଲେ କି କାବ୍ୟା ? ୨୦୦୮ ମସିହାର ମୁମ୍ବାଇ ଆକ୍ରମଣ ଘଟଣା ପରେ ପାକିସ୍ତାନୀ ଖେଳାଳିଙ୍କୁ ଆଇପିଏଲ ବ୍ୟାନ୍ ହୋଇଛି । ଏହାପରେ ୨୦୧୯ର ପୁଲଓ୍ବାମା ଏବଂ ୨୦୨୫ରେ ଘଟିଥିବା ପହଲଗାମ ଆତଙ୍କବାଦୀ ଆକ୍ରମଣକୁ କେମିତି ଭୁଲିଗଲେ । ଭାରତୀୟ ମାଲିକାନାରେ ଥିବା ଫ୍ରାଞ୍ଚାଇଜ ଯଦି ପାକିସ୍ତାନୀ ଖେଳାଳିଙ୍କୁ କିଣେ ଏବଂ ଟଙ୍କା ଦିଏ ଏହା ପାକିସ୍ତାନ ସରକାର ଟିକସ ପାଇବେ ।
ପାକିସ୍ତାନ ସରକାର ଏଭଳି ଟିକସ ପାଉଥିବାବେଳେ ସେ ଏହି ଟଙ୍କାରେ ଗୁଳି ବାରୁଦ କିଣିବା ସହ ଆତଙ୍କବାଦୀଙ୍କୁ ପ୍ରୋତ୍ସାହନରେ ବିନିଯୋଗ କରିବେ । ଯଦି ପରୋକ୍ଷରେ ଏଭଳି ଟଙ୍କା ପ୍ରଦାନ କରୁଛନ୍ତି ତାହେଲେ ଭାରତୀୟ ସେନାକୁ ଟଙ୍କା ଦିଅନ୍ତୁ । ଭାରତୀୟଙ୍କ ଧନ ପାକିସ୍ତାନ ସରକାରଙ୍କ କାମରେ କାହିଁକି ଲଗାଉଛନ୍ତି। ଏଭଳି ଏକ ଟୁର୍ଣ୍ଣାମେଣ୍ଟ ଜିତିବା କଣ ଏମିତି କରିବେ । ଯେଉଁଥିରେ ଭାରତୀୟ ଖେଳାଳିମାନେ ଖେଳୁ ନାହାନ୍ତି। ଏତେ ଗୁରୁତର ପାକିସ୍ତାନୀ ଖେଳାଳିଙ୍କ କାହିଁକି ସାମିଲ କଲ ବୋଲି ମଧ୍ୟ ପ୍ରଶ୍ନ କରିଛନ୍ତି ।
ସେପଟେ କାବ୍ୟାଙ୍କ ଘଟଣାରେ ବିସିସିଆଇ ନିଜର ପ୍ରତିକ୍ରିୟା ରଖିସାରିଛି । ବିଦେଶୀ ଲିଗରେ ପାକିସ୍ତାନୀ ଖେଳାଳିଙ୍କୁ କିଣିଲେ ଏଥିରେ ଆମେ କୌଣସି ପ୪କ୍ଷେପ କରିପାରିବୁ ନାହିଁ । ଆମର ଏଥିରେ କୌଣସି କଥା କହିବାର ନାହିଁ । ଏହା ଆମ ଅଧନରେ ଆସୁନାହିଁ ବୋଲି ବିସିସିଆଇ ଉପାଧ୍ୟକ୍ଷ ରାଜୀବ ଶୁକ୍ଲା କହିଛନ୍ତି । ସେପଟେ ଏହି ଲିଗରେ ଅନ୍ୟ ଭାରତୀୟ ଫାଞ୍ଚାଇଜ୍ ଥିଲେ ମଧ୍ୟ କେହି ପାକିସ୍ତାନୀ ଖେଳାଳିଙ୍କୁ ଦଳରେ ସାମିଲ କରିନାହାନ୍ତି ।
ଏହାସହ ପଢ଼ନ୍ତୁ : ଇଛାମୃତ୍ୟୁ କେତେ କଷ୍ଟଦାୟକ, କେମିତି ରହିଥାଏ ଏହାର ପ୍ରକ୍ରିୟା ?