ନୂଆଦିଲ୍ଲୀ : ନାସାର ଆଷ୍ଟ୍ରୋନାଟ ଓ  ଭାରତୀୟ ବଂଶୋଦ୍ଭବ ସୁନୀତା ୱିଲିୟମ୍ସ ଏବେ ପୃଥିବୀକୁ ଫେରିବାକୁ ଯାଉଛନ୍ତି। ତାଙ୍କ ସହ ମହାକାଶର ସାଥି ୱିଲମୋର ବୁଚ ମଧ୍ୟ ଫେରିବେ। ସୁନୀତା ଓ ୱିଲମୋର ୯ ମାସ ଯାଏ ମହାକାଶରେ ଫସି ରହି ଥିଲେ। ଏବେ ୧୯ ମାର୍ଚ୍ଚରେ ନାସା ଦୁହିଁଙ୍କୁ ପୃଥିବୀରୁ ଆଣିବ। ଏହି ମିଶନରେ ସ୍ପେସ୍ ଏଜେନ୍ସି ସହ ଅଛି ଏଲନ ମସ୍କଙ୍କ କମ୍ପାନୀ ସ୍ପେସ୍ଏକ୍ସ । ଏହାର ସ୍ପେସକ୍ରାଫ୍ଟରେ ସେମାନେ ପୃଥିବୀକୁ ଫେରୁଛନ୍ତି। ଏବେ ସୁନୀତା କହିଛନ୍ତି ଯେ ମହାକାଶରୁ ଫେରିବା ପରେ କଣ ମିସ୍‌ କରିବେ। 

ସାମ୍ୱାଦିକ ସମ୍ମିଳନୀକୁ ସମ୍ୱୋଧିତ କରି ସୁନୀତା ୱିଲିୟମ୍ସ କହିଛନ୍ତି ଯେ, ପୃଥିବୀକୁ ଫେରିବା ପରେ ସବୁଠୁ ଅଧିକ ସେ କଣ ମିସ୍‌ କରିବେ। ସେ ଏହାର ଜବାବ ଦେଇ କହିଛନ୍ତି , ସବୁକିଛି। ସୁନୀତା କହିଛନ୍ତି , ଏହା ବୁଚ ଓ ମୋର ଆଇଏସଏସର ୩ୟ ଉଡ଼ାଣ। ଆମେ ଏହାକୁ ଏକା ସାଥିରେ ତିଆରି କରିବାରେ ସାହାଯ୍ୟ କରିଛୁ , ଏବ ଆମେ ବର୍ଷ ବର୍ଷ ଧରି ଏହାକୁ ବଦଳିବାର ଦେଖିଛୁ। ଏଠାରେ ରହିବା ବେଳେ ଆମକୁ ଏକ ନିଆରା ଦୃଷ୍ଟିଭଙ୍ଗୀ ମିଳିଥାଏ- କେବଳ ଝରକାରେ ବାହାରକୁ ଦେଖିବା ନୁହେଁ , ବରଂ ସମସ୍ୟା ଗୁଡ଼ିକୁ ସମାଧାନ କରିବାର ତରିବାକୁ ମଧ୍ୟ । ମୁଁ ଯିବା ପରେ ପ୍ରେରଣା ଓ ଦୃଷ୍ଟିକୋଣର ଏହି ଝଲକକୁ ହରାଇବାକୁ ଚାହୁଁ ନାହିଁ , ଏଥିପାଇଁ ମୋତେ ଏହାକୁ କୌଣସି ପ୍ରକାରରେ ଦବାଇବାକୁ ହେବ। 

‘ବିଜନେସ୍‌ ଷ୍ଚାଣ୍ଡର୍ଡ’ ଅନୁସାରେ , ସୁନୀତା ୱିଲିୟମ୍ସ କହିଛନ୍ତି ଯେ, ତାଙ୍କୁ ମହାକାଶରେ ବିତାଇ ଥିବା ସମୟ ଖୁବ୍‌ ଭଲ ଲାଗିଲା। ଆମକୁ ପ୍ରତି ଦିନ ଏକ ମିଶନରେ ନିଜର ଧ୍ୟାନ କେନ୍ଦ୍ରିତ କରିବାକୁ ହେଉ ଥିଲା, କିନ୍ତୁ ଆମର ପରିବାର ଓ ସମର୍ଥକଙ୍କ ପାଇଁ ଏହା ଏକ କୌଣସି ରୋଲରକୋଷ୍ଟର ଠାରୁ କମ୍‌ ନଥିଲା। ସବୁଠୁ ମୁସ୍କିଲ ପାର୍ଟ ଏହା ଥିଲା ଯେ ଜଣା ନଥିଲା ଯେ, ଆମେ କେବେ ପୁଣି ଫେରିବୁ । ଏହି ଅନିଶ୍ଚିତତା ସବୁଠୁ କଠିନ ପାର୍ଟ ରହିଛି।

ସୁନୀତା ୱିଲିୟମ୍ସ ନିଜର ଲାବ୍ରୋଡୋର ରିଟ୍ରିକର୍ସଙ୍କୁ ମଧ୍ୟ ଭେଟିବାକୁ ବ୍ୟାକୁଳ। ସୁନୀତା କହିଛନ୍ତି , ଆମେ କେବଳ ତାହା କରୁଛୁ , ଯାହା ଆମେ ପ୍ରତିଦିନ କରୁ ଏବଂ ପ୍ରତିଦିନ ଖୁବ୍‌ ଉତ୍ସାହିତ , କାରଣ ଆମେ ମହାକାଶରେ ଅଛୁ ଏବଂ ଏହା ଖୁବ୍‌ ମଜାଦାର। ସୁନୀତା ଓ ୱିଲମୋର ଗତ ବର୍ଷ ଜୁନ୍‌ର ଆରମ୍ଭରେ ପାଖାପାଖି ସପ୍ତାହେ ପାଇଁ ସ୍ପେସ୍‌କୁ ଯାଇ ଥିଲେ , କିନ୍ତୁ ବୋଇଂ ଷ୍ଟାରଲାଇନରରେ ଟେକନିକ୍‌ ସମସ୍ୟା ଆସି ଥିଲା, ଯେଉଁଥି ପାଇଁ ସ୍ପେସ୍‌କ୍ରାଫ୍ଟକୁ ବିନା କୌଣସି ମହାକାଶ ଯାତ୍ରୀରେ ପୃଥିବୀକୁ ଫେରିବାକୁ ପଡ଼ିଲା। ଏହାପରେ ନାସାର ସାହାଯ୍ୟ କରିବା ପାଇ ଏଲନ ମସ୍କଙ୍କ କମ୍ପାନୀ ସ୍ପେସ୍‌ଏକ୍ସ ସାମନାକୁ ଆସିଛି ଏବଂ ଏବେ ଉଭୟ ତାଙ୍କର ସ୍ପେସ୍‌କ୍ରାଫ୍ଟରେ ଫେରିବାକୁ ଯାଉଛନ୍ତି।