ନୂଆଦିଲ୍ଲୀ, ୨୪/୧ : ଚର୍ଚ୍ଚାରେ ‘ବର୍ଡର-୨’। ସିନେମା ହଲରେ କମାଲ କରୁଛି ଏହି ଫିଲ୍ମ । ମଲ୍ଟି ଷ୍ଟାର ଥିବା ସୈନିକଙ୍କ ଜୀବନ ଉପରେ ଆଧାରିତ ଫିଲ୍ମକୁ ଦର୍ଶକେ ବେଶ ଭଲ ପାଇବା ଦେଉଛନ୍ତି । ତେବେ ରିଲିଜ୍ ହେବା ପରେ ଫିଲ୍ମର ଆରମ୍ଭରୁ ଦିଆଯାଇଥିବା ଗୋଟିଏ ଟ୍ୟାଗ୍ ଲାଇନ ଦର୍ଶକଙ୍କ ଭଲ ପାଇବାକୁ ଦୁଇଗୁଣା ବଢ଼ାଇ ଦେଇଛି । ଯେଉଁଥିରେ ଭେଟେରାନ ଅଭିନେତା ଧର୍ମେନ୍ଦ୍ରଙ୍କୁ ଶ୍ରଦ୍ଧାଞ୍ଜଳି ଜଣା ଯାଇଛି ।
ଜାନୁଆରୀ ୨୩ ତାରିଖ ଶୁକ୍ରବାର ବିଶ୍ବବ୍ୟାପି ଏହି ଫିଲ୍ମ ରିଲିଜ୍ ହୋଇଛି । ତେବେ ଫିଲ୍ମରେ ସନ୍ନି ଦେଓଲଙ୍କ ନାଁରେ ଲେଖାଯାଇଛି କି, ଧର୍ମେନ୍ଦ୍ରଙ୍କ ପୁଅ । ଯାହାକି ଦର୍ଶକଙ୍କ ମନକୁ ଅଧିକ ଛୁଇଁଛି । ଏହା ମଧ୍ୟ ସୋସିଆଲ ମିଡିଆରେ ବେଶ ଚର୍ଚ୍ଚାର ବିଷୟ ପାଲଟିଛି । ଦର୍ଶକେ ଏହି ଫିଲ୍ମକୁ ନେଇ ସକରାତ୍ମକ ପ୍ରତିକ୍ରିୟା ଦେଉଥିବା ଦେଖିବାକୁ ମିଳିଛି । ବଲିଉଡରେ ଧର୍ମେନ୍ଦ୍ରଙ୍କ ଅବଦାନ ବେଶ ଗୁରୁତ୍ବପୂର୍ଣ୍ଣ ରହିଛି ।ଏଣୁ ଏହି ଫିଲ୍ମ ଜରିଆରେ ତାଙ୍କୁ ବିଶେଷଭାବେ ଶ୍ରଦ୍ଧାଞ୍ଜଳି ଜଣାଯାଇଛି । ଗୋଟିଏ ଧାଡ଼ିରେ ଫିଲ୍ମର ସମସ୍ତ କ୍ରେଡିଟ୍ ତାଙ୍କୁ ଦିଆଯାଇଛି ।୧୯୯୭ ମସିହାରେ ବର୍ଡର ଫିଲ୍ମ ରିଲିଜ୍ ହୋଇଥିଲା। ପ୍ରଥମ ଭାଗକୁ ଦର୍ଶକେ ବେଶ ଭଲ ପାଇବା ଦେଇଥିଲେ । ୨୯ ବର୍ଷ ପରେ ଏହାର ଦ୍ବିତୀୟ ଭାଗ ଆସିଛି । ଯାହାକି ପ୍ରଥମରୁ ଚର୍ଚ୍ଚାରେ ରହିଥିବାବେଳେ ଏହି ଫିଲ୍ମଟି ବ୍ୟବସାୟ ଦୃଷ୍ଟିକୋଣରୁ ରେକର୍ଡ କରିବ ବୋଲି ମଧ୍ୟ ଆଶା କରାଯାଉଛି । ଆଡଭାନ୍ସ ଟିକେଟ ବୁକିଂରେ ମଧ୍ୟ ଏହି ଫିଲ୍ମ ରେକର୍ଡ ସୃଷ୍ଟି କରିସାରିଛି ।
ଏହାସହ ପଢ଼ନ୍ତୁ : ବଡ଼ବିଲ ବ୍ୟାଙ୍କ୍ ଅଫ ମହାରାଷ୍ଟ୍ର ଶାଖାରୁ ସଶସ୍ତ୍ର ଡକାୟତି ଘଟଣା; ଝାଡ଼ଖଣ୍ଡରେ ଚାଲିଛି ଜୋରଦାର ଚଢାଉ !