PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରାପଡ଼ା : ସିମେଣ୍ଟ ଇଟାଭାଟି ମାଲିକଙ୍କୁ ବିଭତ୍ସ ଭାବେ ହତ୍ୟା, ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ଵର : ରାଜଧାନୀରୁ ଲୁଟେରା ଗ୍ୟାଙ୍ଗ ଗିରଫ, ୧୭୧ ଗ୍ରାମର ସୁନା ଜବତ
  • ||
  • ଢେଙ୍କାନାଳ : କପି ଯାଞ୍ଚ୍ ବାହାନାରେ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ, ପରୀକ୍ଷା କେନ୍ଦ୍ର ସମ୍ମୁଖରେ ଛାତ୍ରଛାତ୍ରୀଙ୍କ ଧାରଣା
  • ||
  • ଝାରସୁଗୁଡ଼ା : ଏସଏମସି ପାୱାର ଜେନେରେସନ କାରଖାନାରେ ଦୁର୍ଘଟଣା, ନିଆଁରେ ପୋଡ଼ି ହୋଇ ଶ୍ରମିକ ଗୁରୁତର
  • ||
  • ଭୁବନେଶ୍ଵର : ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ କୁଲତା ସମାଜ, ନୃସିଂହନାଥ ପୀଠର ଉନ୍ନତିକରଣ ପଦକ୍ଷେପ ପାଇଁ ଦେଲେ ଧନ୍ୟବାଦ
  • ||
  • ମାର୍ଶାଘାଇ : ଦିନ ଦ୍ଵିପ୍ରହରେ ଲୁଟ୍, ମହିଳାଙ୍କୁ ଭୁଜାଲି ଦେଖାଇ ଅଳଙ୍କାର ଲୁଟିନେଲେ ୨ ଦୁର୍ବୃତ୍ତ
  • ||
  • ବିଜୟ ହଜାରେ ଟ୍ରଫି: ଇତିହାସ ରଚିଲେ ଋତୁରାଜ, ଗୋଟିଏ ଓଭରରେ ମାରିଲେ ୭ ଛକା
  • ||
  • କେନ୍ଦ୍ରାପଡ଼ା : ସିମେଣ୍ଟ ଇଟାଭାଟି ମାଲିକଙ୍କୁ ବିଭତ୍ସ ଭାବେ ହତ୍ୟା, ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର
  • ||
  • କେନ୍ଦ୍ରାପଡ଼ା: ବାଲିଆ ବାଣ ବିସ୍ଫୋରଣ ଅଘଟଣ: ଏସ୍‌ସିବିରେ ଆଉ ଜଣଙ୍କ ମୃତ୍ୟୁ, ଆହୁରି ୧୧ ଜଣଙ୍କ ଅବସ୍ଥା ଗୁରୁତର
  • ||
  • କଟକ: ଡିସେମ୍ବର ୯ରୁ ମାଟ୍ରିକ୍‌ ଏସ୍‌ଏ-୧ ଖାତା ଦେଖା, ୫୬ଟି କେନ୍ଦ୍ରରେ ହେବ ମୂଲ୍ୟାୟନ
  • ||
  • ଭୁବନେଶ୍ୱର: ରାଜ୍ୟରେ ଶୀତ ଲହରୀ ଅସମ୍ଭାଳ: ୧୦ ଡିଗ୍ରୀ ତଳେ ୭ ସହର, ସେମିଳିଗୁଡା ସବୁଠୁ ଥଣ୍ଡା
  • ||

ସଲମାନଙ୍କୁ ଫଲୋ କରୁଛନ୍ତି ସୁପରଷ୍ଟାର୍‌ ନାଗାର୍ଜୁନ, ଏହି ରିୟଲିଟି ସୋ’ର ହୋଷ୍ଟ ପାଇଁ ହେଉଛନ୍ତି ପ୍ରସ୍ତୁତ

ମୁମ୍ବାଇ ୨୫/୦୯: ଅକ୍ଟୋବର ପହିଲାରୁ କଲର୍ସ ଚ୍ୟାନେଲରେ ପ୍ରସାରିତ ହେବାକୁ ଯାଉଛି ବହୁଚର୍ଚ୍ଚିତ ରିୟଲିଟି ସୋ’ ‘ବିଗ୍‌ବସ୍‌ ୧୬’ । ଏହି ସୋ’ରେ ଭାଗନେବା ପାଇଁ ପ୍ରବଳ ଆଗ୍ରହୀ ହୋଇଥାନ୍ତି ପ୍ରତିଯୋଗୀ । ପୁଣି ସୋ’ଟିକୁ ଦେଖିବା ପାଇଁ ଟିଭି ଦର୍ଶକଙ୍କ ମଧ୍ୟରେ ଉତ୍କଣ୍ଠା ମଧ୍ୟ କିଛି କମ୍‌ ନୁହେଁ । ଆରମ୍ଭରୁ ଏହି ସୋ’ର ଚାହିଦା ଓ ଲୋକପ୍ରିୟତା କାହିଁରେ କ’ଣ । ଗତ କିଛି ବର୍ଷ ହେଲା ଦକ୍ଷିଣ ଭାରତରେ ମଧ୍ୟ ଏହି ସୋ’ର ଦର୍ଶକୀୟ ଆଦୃତି ବଢ଼ିବାରେ ଲାଗିଛି । ବିଶେଷକରି ତେଲୁଗୁ ମନୋରଞ୍ଜନ ଜଗତରେ ସୋ’ ପ୍ରତି ଦର୍ଶକଙ୍କ ଭଲପାଇବା ବଢ଼ିଚାଲିଛି । ସୁପରଷ୍ଟାର୍‌ ନାଗାର୍ଜୁନ ଅକିନେନି ତେଲୁଗୁ ବିଗ୍‌ବସ୍‌କୁ ହୋଷ୍ଟ କରୁଛନ୍ତି । ତେବେ ହୋଷ୍ଟିଂ ଟିପ୍‌ସ ନେବା ପାଇଁ ସେ ସଲମାନ ଖାନଙ୍କୁ ନିୟମିତ ଦେଖୁଛନ୍ତି ବୋଲି ନିକଟରେ ଏକ ସାକ୍ଷାତକାରରେ କହିଛନ୍ତି ।

ପ୍ରଥମେ ସେ ଯେତେବେଳେ ଏହି ସୋ’ର ହୋଷ୍ଟ ହେଲେ, ତାଙ୍କୁ ଭାରି ଅଡ଼ୁଆ ଲାଗିଥିଲା ଓ ତାଙ୍କର ମନେ ହେଲା ସେ ଯେମିତି ଆଉ କାହା କାମରେ ମୁଣ୍ଡ ପୂରାଉଛନ୍ତି । ଏହାପରେ ସେ ‘ବିଗ୍‌ବସ୍‌’ର ହିନ୍ଦୀ ଭର୍ସନ୍‌ ସଞ୍ଚାଳନ କରୁଥିବା ସଲମାନଙ୍କୁ ଦେଖିବା ପରେ ଏହାର ଫର୍ମାଟ୍‌କୁ ଠିକ୍‌ ବୁଝିପାରିଥିଲେ । ତା’ପରେ ତାଙ୍କର ଆଉ ଅସହଜ ଭାବ ରହିଲା ନାହିଁ ବୋଲି କହିଥିଲେ ନାଗାର୍ଜୁନ । ତେବେ କେବଳ ହିନ୍ଦୀ ନୁହେଁ, ବିଗ୍‌ବସ୍‌ର ସବୁ ଭର୍ସନ୍‌ ସେ ଦେଖନ୍ତି । କମଲ୍‌ ହାସନ୍‌ଙ୍କ ବିଗ୍‌ବସ୍‌ ତାମିଲରେ, ମୋହନଲାଲଙ୍କ ବିଗ୍‌ବସ୍‌ ମଲାୟାଲମରେ ସେ ଦେଖନ୍ତି ଓ ଅନେକ କିଛି ଶିକ୍ଷାଲାଭ କରନ୍ତି ବୋଲି ସାକ୍ଷାତକାରରେ କହିଥିଲେ ନାଗାର୍ଜୁନ ।