ପ୍ରମୂଖ ଖବର
  • ଲଗାତାର ଘୂର୍ଣ୍ଣିବଳୟ, ଛାଡ଼ିବନି ବର୍ଷା : ଆଜି ସୁନ୍ଦରଗଡ଼କୁ ଅରେଞ୍ଜ, ୭ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି
  • ||
  • ସରି ଆସୁଛି ଜନ୍ମବେଦୀରେ ଲୀଳାଖେଳା; ଆଜି ସନ୍ଧ୍ୟା ଦର୍ଶନ, ଆଡ଼ପ ମଣ୍ଡପରେ ଶେଷ ଦିଅଁ ଦେଖା
  • ||
  • କଳାହାଣ୍ଡି : ଲଗାଣ ବର୍ଷାର ପ୍ରଭାବ: ଥୁଆମୂଳ ରାମପୁରର ସ୍ଥିତି ବେହାଲ, ଜନଜୀବନ ପ୍ରଭାବିତ
  • ||

ଏସସିବିରେ ଭିତ୍ତିଭୂମି ଓ ସମ୍ପ୍ରସାରଣ କାମ ତଦାରଖ କରିଛନ୍ତି ମୁଖ୍ୟ ଶାସନ ସଚିବ

Published By : Gurupada Nath | March 30, 2025 6:40 PM

କଟକ , ୩୦/୩ :  କଟକ ବଡ଼ ମେଡ଼ିକାଲରେ ଭିତ୍ତିଭୂମି ଓ ମେଡ଼ିକାଲର ସମ୍ପ୍ରସାରଣ କାମ ତଦାରଖ କରିଛନ୍ତି ମୁଖ୍ୟ ଶାସନ ସଚିବ । ମୁଖ୍ୟ ଶାସନ ସଚିବଙ୍କ ସହ ସ୍ବାସ୍ଥ୍ୟ ସଚିବ ଓ କେନ୍ଦ୍ରାଞ୍ଚଳ ଆରଡିସି ଏହି ସମୀକ୍ଷା ବୈଠକରେ ଉପସ୍ଥିତ ଥିଲେ। କଟକ ବଡ଼ ମେଡ଼ିକାଲରେ ସର୍ବନିମ୍ନ ଆବଶ୍ୟକ ଭିତ୍ତିଭୂମିର ଅଭାବ ଥିବା ନେଇ ବିଧାନସଭାରେ ଉଦବେଗ ପ୍ରକାଶ ପାଇଥିଲା। 

ଏହା ସହ ଗଣମାଧ୍ୟମରେ ଏସସିବିରେ ଭେଣ୍ଟିଲେଟର ଅଚଳ ନେଇ ଖବର ପ୍ରକାଶ ପାଇଥିଲା। ଏସସିବିରେ ୨୦୨ ଭେଣ୍ଟିଲେଟରରୁ ୮୯ଟି ଖରାପ ରହିଛି । ଏହାସହ ସେଣ୍ଟ୍ରାଲ ଏୟାର କମ୍ପ୍ରେସର ସିଷ୍ଟମ ମଧ୍ୟ ଅଚଳ ରହିଛି, ଯାହା ଫଳରେ ଭେଣ୍ଟିଲେଟର ଗୁଡ଼ିକ ଅଚଳ ହେଉଥିବା ଖବର ପ୍ରକାଶ ପାଇଥିଲା । ଏ ସବୁର ତଦାରଖ ପାଇଁ ଆଜି ମୁଖ୍ୟ ଶାସନ ସଚିବ ଓ ସ୍ବାସ୍ଥ୍ୟ ସଚିବ ଏସସିବି ମେଡ଼ିକାଲରେ ପହଞ୍ଚି ଡାକ୍ତରଖାନା କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.