PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦୁଝର ସଦର : କେନ୍ଦୁଝର ଜିଲ୍ଲା ସଦର ଥାନା ସୁଆକାଠି ନିକଟରୁ ଦୁଇଟି ବଳଦ ବୋଝେଇ ଗାଡ଼ି ଜବତ
  • ||
  • କଣ୍ଟାବାଞ୍ଜି : ପ୍ରାଥମିକ ବିଦ୍ୟାଳୟର ତାଲା ଭାଙ୍ଗି ଲୁଟ୍
  • ||

ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ତଦାରଖ କଲେ ସମବାୟ ବିଭାଗ ପ୍ରମୁଖ ଶାସନ ସଚିବ

ମାଲକାନଗିରି/କାଲିମେଳା, ୧୯।୧୧ (ଆପ୍ର): ମାଲକାନଗିରି ଜିଲ୍ଲା ନୋଡାଲ ଅଧିକାରୀ ତଥା ରାଜ୍ୟ ସରକାରଙ୍କ ସମବାୟ ବିଭାଗ ର ପ୍ରମୁଖ ଶାସନ ସଚିବ ସଞ୍ଜୀବ କୁମାର ଚଡା ମାଲକାନଗିରି ଜିଲ୍ଲାର ବିଭିନ୍ନ ଅଞ୍ଚଳକୁ ଗସ୍ତକରି ବିଭିନ୍ନ ଉନ୍ନୟନମୁଳକ କାର୍ଯ୍ୟ ତଦାରଖ କରିଛନ୍ତି। ପ୍ରଥମେ ଜିଲ୍ଲା ସଦର ମହକୁମା ଆଦର୍ଶବିଦ୍ୟାଳୟ,ପରେ   କାଲିମେଳା ଗ୍ରସ୍ତ କରି କାଲିମେଳା ର ଉନ୍ନତି ମୂଳକ କାର୍ଯ୍ୟ ଉପରେ ତଦାରଖ କରିଥିଲେ । ପଞ୍ଚାୟତରେ ସାଧାରଣ ବଣ୍ଟନ ବ୍ୟବସ୍ଥା ଉପରେ ଯାଞ୍ଚ କରିବା ସହ ଚାଉଳ ଯାଞ୍ଚ କରିଥିଲେ। ଏହା ସହ କାଲିମେକା ସରକାରୀ ୫ଟି ହାଇସ୍କୁଲ ପରିଦର୍ଶନ କରି ଶିକ୍ଷାବ୍ୟବସ୍ଥା ଉପରେ ସମୀକ୍ଷା କରିଥିଲେ। ତାଙ୍କ ସହ ଜିଲ୍ଲାପାଳ ଵିଶାଲ ସିଂ ଓ ଅନ୍ୟାନ୍ୟ ଅଧିକାରୀ ମାନେ  ଉପସ୍ଥିତ ଥିଲେ ।