ନୂଆଦିଲ୍ଲୀ,୧୧/୦୩; ନା ନିଶ୍ୱାସ ଠିକ୍‌ରେ ନେଇ ପାରୁଥିଲେ ନା ଖାଦ୍ୟ ଖାଇପାରୁଥିଲେ । କେବେଳ ଅଚେତ୍ ହୋଇ ବେଡ୍‌ରେ ପଡିରହିଥିଲେ । ଗତ ୧୩ ବର୍ଷ ଧରି ଅଚେତ ଅବସ୍ଥାରେ ଶଯ୍ୟାଶାୟୀ ଗାଜିଆବାଦ ବାସିନ୍ଦା ହରିଶ ରାଣାଙ୍କ 'ଇଚ୍ଛାମୃତ୍ୟୁ'କୁ ଅନୁମତି ମିଳିଛି । ପରିବାର ପକ୍ଷରୁ ହୋଇଥିବା 'ଇଚ୍ଛାମୃତ୍ୟୁ' ମାମଲାରେ ସୁପ୍ରିମକୋର୍ଟ ବଡ଼ ନିଷ୍ପତ୍ତି ଶୁଣାଇଛନ୍ତି । ସୁପ୍ରିମକୋର୍ଟ ଗାଜିଆବାଦ ବାସିନ୍ଦା ହରିଶ ରାଣାଙ୍କ ଇଚ୍ଛାମୃତ୍ୟୁ ପାଇଁ ଅନୁମତି ପ୍ରଦାନ କରିଛନ୍ତି । କୋର୍ଟ କହିଛନ୍ତି ଯେ, ତାଙ୍କୁ ଏମ୍ସରେ ପାଲିଏଟିଭ୍ କେୟାରରେ ଭର୍ତ୍ତି କରାଯିବ ଯାହା ଦ୍ଵାରା ଚିକିତ୍ସା ପ୍ରତ୍ୟାହାର କରାଯାଇପାରିବ । ଭାରତରେ ଏହା ପ୍ରଥମ ମାମଲା । ଯେଉଁଠି 'ଇଚ୍ଛାମୃତ୍ୟୁ'କୁ ସୁପ୍ରିମକୋର୍ଟ ମଞ୍ଜୁରୀ ମିଳିଛି । ହରିଷ ରାଣାଙ୍କ ମାମଲାରେ ରାୟ ଶୁଣାଇବା ସମୟରେ ଭାବୁକ ହୋଇଥିଲେ ସୁପ୍ରିମକୋର୍ଟ । ୧୩ ବର୍ଷ ହେବ କୋମାର ପଡିଥିବା ୩୧ ବର୍ଷୀୟ ହରିଶ ରାଣାଙ୍କ ପରିବାର ଚିକିତ୍ସା ରୋକିବା ନେଇ ଦାୟର କରିଥିବା ଯାଚିକାରେ ଆଜି ସୁପ୍ରିମକୋର୍ଟ ନିଷ୍ପତ୍ତି ଶୁଣାଇଛନ୍ତି । ଜଷ୍ଟିସ ଜେ.ବି ପାରଦୀୱାଲା ଏବଂ ଜଷ୍ଟିସ୍ କେ.ବି ବିଶ୍ୱନାଥନଙ୍କ ଗଠିତ ଖଣ୍ଡପୀଠ ହରିଶଙ୍କର ଲାଇଫ୍-ସଷ୍ଟେନିଙ୍ଗ ଟ୍ରିଟମେଣ୍ଟ ପ୍ରତ୍ୟାହାର କରିବାକୁ ଅନୁମତି ଦେଇଛନ୍ତି । ଏଥିସହ ନିଷ୍କ୍ରିୟ ଇଚ୍ଛାମୃତ୍ୟୁ ଆଇନ ଆଣିବାକୁ କେନ୍ଦ୍ରକୁ ନିର୍ଦ୍ଦେଶ​ ଦେଇଛନ୍ତି କୋର୍ଟ ।​​​​​​ ୨୦୧୩ରେ ପିଜିର ଚତୁର୍ଥ ମହଲାକୁ ଖସି ପଡିଥିଲେ ହରିଶ । 

​​​​​​​ଇଚ୍ଛାମୃତ୍ୟୁ ପାଇଁ ଅନୁମତି- ୧୩ ବର୍ଷ ଧରି ଶଯ୍ୟାଶାୟୀ ଥିବା ହରିଶ ରାଣାଙ୍କ ପରିବାର ଇଚ୍ଛାମୃତ୍ୟୁ ପାଇଁ ଆବେଦନ ଉପରେ ସୁପ୍ରିମକୋର୍ଟ ତାଙ୍କର ରାୟ ପ୍ରକାଶ କରିଛନ୍ତି । ଗତ ଶୁଣାଣି ସମୟରେ, ସୁପ୍ରିମକୋର୍ଟ ତାଙ୍କ ପରିବାର ସହିତ ମଧ୍ୟ କଥା ହୋଇଥିଲେ । ୧୦୦% ଅକ୍ଷମତା ପୀଡିତ ହେବା ପରେ ସୁସ୍ଥ ହେବାର ଆଶା ଛାଡ଼ି ଦେଇଥିବା ହରିଶ ରାଣାଙ୍କ ପିତାମାତା ଇଚ୍ଛାମୃତ୍ୟୁ ପାଇଁ ଅନୁରୋଧ କରିଥିଲେ । ପରିବାର ପୁଅର କଷ୍ଟକୁ ସହିପାରୁନଥିଲେ ତେଣୁ ଇଚ୍ଛାମୃତ୍ୟୁ ପାଇଁ ଯାଚିକା ଦାୟର କରିଥିଲେ । ଏବେ ଇଚ୍ଛାମୃତ୍ୟୁକୁ ଅନୁମତି ଦେଇଛନ୍ତି ସୁପ୍ରିମକୋର୍ଟ । ୧୩ ବର୍ଷ ହେବ ପିଭିସି ବେଡ୍‌ରେ ଅଛନ୍ତି ହରିଶ । ସୁପ୍ରିମକୋର୍ଟ ଏହି ମାମଲାରେ ପରିବାର, ମେଡିକାଲ ବୋର୍ଡ ଏବଂ କେନ୍ଦ୍ର ସରକାରଙ୍କ ସହିତ ଦୀର୍ଘ ଏବଂ ବହୁସ୍ତରୀୟ ଆଲୋଚନା ପରେ ନିଷ୍ପତ୍ତି ଶୁଣାଇଛନ୍ତି । ପରିବାର ଲୋକଙ୍କ ଅନୁରୋଧ କ୍ରମେ ଲାଇଫ୍ ସପୋର୍ଟ ହଟାଇବାକୁ ଅନୁମତି ଦେଇଛନ୍ତି ସର୍ବୋଚ୍ଚ କୋର୍ଟ ।

ଏମ୍ସ କହିଥିଲା, ସୁସ୍ଥ ହେବାର ଆଶା ନାହିଁ- ସୁପ୍ରିମକୋର୍ଟ ଦିଲ୍ଲୀର ଏମ୍ସରୁ ହରିଶ ରାଣାଙ୍କ ସମ୍ପର୍କରେ ଏକ ରିପୋର୍ଟ ମଧ୍ୟ ମାଗିଥିଲେ । ଏହି ରିପୋର୍ଟରେ ଏମ୍ସ କହିଛି ଯେ, ହରିଶ କେବେ ସୁସ୍ଥ ହେବେ ନାହିଁ । ଜଷ୍ଟିସ୍ ଜେ.ବି. ପାରଦିୱାଲା ସେତେବେଳେ କହିଥିଲେ ଯେ ଏହା ଏକ ଅତ୍ୟନ୍ତ ଦୁଃଖଦ ରିପୋର୍ଟ । ସେ କହିଥିଲେ ଯେ ଏହା ତାଙ୍କ ପାଇଁ ଏକ କଷ୍ଟକର ନିଷ୍ପତ୍ତି ଥିଲା, ଏବଂ ସେ ଏପରି ଦୁଃଖ ସହିପାରିବେ ନାହିଁ। ଗତ ଶୁଣାଣି ସମୟରେ, କୋର୍ଟ କହିଥିଲେ ଯେ ସେମାନେ ଏପରି ପର୍ଯ୍ୟାୟରେ ଥିଲେ ଯେଉଁଠାରେ ସେମାନଙ୍କୁ ଚୂଡ଼ାନ୍ତ ନିଷ୍ପତ୍ତି ନେବାକୁ ପଡ଼ିଲା । 
 

ଏହା ବି ପଢନ୍ତୁ...ପିଆଜ-ରସୁଣ ତାମସିକ କି ନା ? ଜାଣିବାକୁ ପିଆଇଏଲ୍ ଆବେଦନ କଲେ ଓକିଲ, ସୁପ୍ରିମକୋର୍ଟ କ୍ଷୁବ୍ଧ  

ହରିଶଙ୍କ ସହ କ'ଣ ହୋଇଥିଲା ? ପଞ୍ଜାବ ବିଶ୍ୱବିଦ୍ୟାଳୟର ଛାତ୍ର ଥିଲେ ହରିଶ ରାଣା । ଚଣ୍ଡିଗଡ଼ରେ ପଢ଼ୁଥିବା ହରିଶ ୨୦୧୩ ମସିହାରେ ତାଙ୍କ ହଷ୍ଟେଲର ଚତୁର୍ଥ ମହଲାରୁ ପଡ଼ିଯାଇଥିଲେ । ଯାହା ଫଳରେ ତାଙ୍କ ମୁଣ୍ଡରେ ଗମ୍ଭୀର ଆଘାତ ଲାଗିଥିଲା । ସେବେଠାରୁ, ହରିଶ ଶଯ୍ୟାଶାୟୀ ଅଛନ୍ତି । ବିଛଣାରେ ପଡିରହିଥିବାରୁ ଶରୀରରେ କ୍ଷତ ହୋଇଛି । ତାଙ୍କ ବାପାମାଆ ପୁଅର ଏ କଷ୍ଟ ସହି ପାରୁନଥିଲେ । ପୁଅର ଭଲ ହେବା ନେଇ ଆଶା ବି ଛାଡି ଦେଇଥିଲେ । ୧୦୦ ପ୍ରତିଶତ ଦିବ୍ୟାଙ୍ଗର ଶିକାର ହୋଇସାରିଥିଲେ ହରିଶ । ସେହି ଦୁର୍ଘଟଣା ତାଙ୍କ ଜୀବନକୁ ସବୁଦିନ ପାଇଁ ଚାରି କାନ୍ଥ ଏବଂ ବିଛଣା ମଧ୍ୟରେ ସୀମିତ କରିଦେଇଥିଲା। ​​​​​​​

​​​​​​​​​​​​​​