ନୂଆଦିଲ୍ଲୀ,୨।୪: ପଶ୍ଚିମବଙ୍ଗରେ ଖୁବ୍ ଶୀଘ୍ର ହେବାକୁ ଯାଉଛି ବିଧାନସଭା ନିର୍ବାଚନ ୨୦୨୬ । ଏଭଳି ସ୍ଥିତିରେ ରାଜ୍ୟରେ ଏସ୍ଆଇଆରରୁ ନାଁ କଟିବା ପରେ ଦେଖିବାକୁ ମିଳିଛି ଉତ୍ୟକ୍ତ ଲୋକଙ୍କ ଉଗ୍ର ପ୍ରଦର୍ଶନ। ମାଲଦାରେ ୭ ଜଣ ନ୍ୟାୟିକ ଅଧିକାରୀଙ୍କୁ ବନ୍ଧକ ରଖାଯିବା ଘଟଣା ସମସ୍ତଙ୍କୁ ଚକିତ କରିଛି। ଉଗ୍ର ପ୍ରଦର୍ଶନକାରୀଙ୍କ ଏକ ଗୋଷ୍ଠୀ ଅଧିକାରୀଙ୍କୁ ବନ୍ଧକ କରିନେଇଥିଲେ। ଏହି ୭ ଅଧିକାରୀଙ୍କ ଭିତରେ ୩ ଜଣ ମହିଳା ଥିଲେ, ଯାହାଙ୍କୁ ପ୍ରାୟ ୯ ଘଣ୍ଟା ପର୍ଯ୍ୟନ୍ତ ବନ୍ଧକ ରଖାଯାଇଥିଲା। ସ୍ଥାନୀୟ ଲୋକମାନେ ଅଭିଯୋଗ କରିଛନ୍ତି ଯେ ସମସ୍ତ ଆବଶ୍ୟକୀୟ କାଗଜପତ୍ର ଦାଖଲ କରିଥିଲେ ମଧ୍ୟ ଏସଆଇଆର ପ୍ରକ୍ରିୟା ଅନୁଯାୟୀ ଷଡ଼ଯନ୍ତ୍ରର କରି ସେମାନଙ୍କ ନାମ ବାଦ ଦିଆଯାଇଛି। ଏହି ପୁରା ମମାଲାକୁ ନେଇ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ କହିଛନ୍ତି, ଏଭଳି ଘଟଣା ନ୍ୟାୟିକ ପକ୍ରିୟାରେ ବାଧା ପକାଇଥାଏ। ଏହାକୁ କେବେ ବି ସ୍ବୀକାର କରାଯିବନି।

ଏହି ଘଟଣା ମାଲଦାର ହରିଶ୍ଚନ୍ଦ୍ରପୁର ଏବଂ କାଳିଆଚକ ଭଳି ଅଞ୍ଚଳରେ ଘଟିଥିଲା। ଲୋକମାନେ ସକାଳୁ ସକାଳୁ ରାସ୍ତାକୁ ଓହ୍ଲାଇ ପ୍ରତିବାଦ କରିବା ସହ ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ। ଜାତୀୟ ରାଜପଥ ନମ୍ବର ୧୨ ରେ, ପ୍ରଦର୍ଶନକାରୀମାନେ ଫର୍ଣ୍ଣିଚର ଏବଂ କାଚ ବୋତଲ ମଧ୍ୟ ରଖିଥିଲେ, ଯାହା ଫଳରେ ଯାତାୟାତ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଥିଲା। କିଛି ଲୋକଙ୍କୁ ରାସ୍ତାରେ ରୋଷେଇ କରୁଥିବାର ଦେଖାଯାଇଥିଲା । ଏହା ସହିତ ସେମାନେ ସ୍ପଷ୍ଟ କରିଥିଲେ ଯେଉଁ ପର୍ଯ୍ୟନ୍ତ ତାଙ୍କୁ ଲିଖିତ ଆଶ୍ବାସନା ନମିଳିଛି ସେମାନେ ସେଠାରୁ ହଟିବେନି।

ସନ୍ଧ୍ୟା ବେଳେ ଯେତେବେଳେ ଉତ୍ୟକ୍ତ ଲୋକ ବିଡିଓଙ୍କ କାର୍ଯ୍ୟାଳୟକୁ ଘେରାଉ କରିନେଇଥିଲେ, ଭିତରେ ଥିବା ନ୍ୟାୟିକ ଅଧିକାରୀଙ୍କ ଜୀବନ ପ୍ରତି ବିପଦ ଦେଖାଦେଇଥିଲା। ପୋଲିସ ଥିବା ପରେ ବି ଲୋକଙ୍କ ଭିଡ ଖୁବ୍ ଉଗ୍ର ରୂପ ଧାରଣ କରିଥିଲା। ଏପରିକି ସେମାନେ ଟେକା ପଥର ମାଡ଼ ମଧ୍ୟ କରିଥିଲେ। ଅଧିକାରୀଙ୍କୁ ସୁରକ୍ଷିତ ବାହାର କରିବା ପାଇଁ ଜିଲ୍ଲା ପୋଲିସର ବରିଷ୍ଠ ଅଧିକାରୀ ସେଠାରେ ପହଁଞ୍ଚିଥିଲେ। ବୁଧବାର ରାତି ବିତିବା ପରେ ଗୁରୁବାର ସକାଳେ ପୋଲିସ ଏହି ଅଧିକାରୀଙ୍କୁ ସୁରକ୍ଷିତ ସ୍ଥାନ ନେବାରେ ସଫଳ ହୋଇଥିଲା। ସିଜେଆଇ ଏହି ଘଟଣାକୁ ନ୍ୟାୟପାଳିକାର ଗାରିମା ଉପରେ ସିଧାସଳଖ ଆକ୍ରମଣ ବୋଲି କହିଛନ୍ତି। କୋର୍ଟ କଡା ଆଭିମୁଖ୍ୟ ଗ୍ରହଣ କରି ମାମଲାର ସିବିଆଇ କିମ୍ବା ଏନ୍ଆଇଏ ଯାଞ୍ଚ କରିବା ସହ ନିଜେ ଏହାର ତଦାରଖ କରିବେ ବୋଲି କହିଛନ୍ତି।

ଏହି ମାମଲାର ଶୁଣାଣି ବେଳେ ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତ ଓ ଜଷ୍ଟିସ୍ ଜୟମାଲ୍ୟ ବାଗଚିଙ୍କ ଖଣ୍ଡପୀଠ ପଶ୍ଚିମବଙ୍ଗ ସରକାର ଓ ପ୍ରଶାସନର ଆଭିମୁଖ୍ୟ ଉପରେ ଗଭୀର ଚିନ୍ତା ପ୍ରକାଶ କରିଛନ୍ତି। ସିଜେଆଇ କହିଛନ୍ତି, ଏହି ଘଟଣା କେବଳ ନ୍ୟାୟିକ ଅଧିକାରୀଙ୍କୁ ଡରାଇବା-ଧମକାଇବାର ଚେଷ୍ଟା ନୁହେଁ, ବଂର ଏହା କୋର୍ଟଙ୍କ ଅଧିକାରକୁ ସିଧାସଳଖ ଚ୍ୟାଲେଞ୍ଜ ଦେଉଛି। ଏହା କୌଣସି ସାଧାରଣ ଘଟଣା ନୁହେଁ, ବଂର ନ୍ୟାୟିକ ଅଧିକାରୀଙ୍କ ମନବଳକୁ ହ୍ରାସ କରିବା ଓ ଚାଲିଥିବା ଆଇନଗତ ପକ୍ରିୟାକୁ ରୋକିବାର ଏକ ଷଡଯନ୍ତ।

ରାତି ୨ଟା ପର୍ଯ୍ୟନ୍ତ ଚାହିଁ ରହିଥିଲେ ସିଜେଆଇ

କୋର୍ଟ କହିଛନ୍ତି, ପଶ୍ଚିମବଙ୍ଗକୁ ଦେଶର ସବୁଠାରୁ ଧ୍ରୁବୀକୃତ ରାଜ୍ୟ ବୋଲି କହିବା ସହ ସେଠାରେ ସମସ୍ତେ ରାଜନୀତିର ଭାଷର କରନ୍ତି। ସିଜେଆଇ ଏହା ମଧ୍ୟ ଖୁଲାସା କରିଛନ୍ତି ଯେ, ସେ ନିଜେ ରାତି ୨ଟା ବେଳେ ସ୍ଥିତି ଉପରେ ନଜର ରଖିଥିଲେ ଓ କୋଲକାତା ହାଇକୋର୍ଟର ପ୍ରଧାନ ବିଚାରପତିଙ୍କୁ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ଡିଜିପି ଓ ଗୃହ ସଚିବଙ୍କୁ ଫୋନ୍ କରିବାକୁ ପଡିଥିଲା।

ନିର୍ବାଚନ କମିଶନଙ୍କୁ ସୁପ୍ରିମକୋର୍ଟଙ୍କ କଡା ନିର୍ଦ୍ଦେଶ

ସୁପ୍ରିମକୋର୍ଟ ନିର୍ବାଚନ କମିଶନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସେ ଏହି ଘଟଣାର ତଦନ୍ତ ସିବିଆଇ କିମ୍ବା ଏନ୍ଆଇଏକୁ ଦିଆଯାଉ। ତଦନ୍ତକାରୀ ଏଜେନ୍ସି ନିଜର ପ୍ରାରମ୍ଭିକ ରିପୋର୍ଟରେ ସିଧା ସୁପ୍ରିମକୋର୍ଟଙ୍କୁ ଦେବେ। ଏହାଛଡା କୋର୍ଟ ଭବିଷ୍ୟତର ସୁରକ୍ଷା ଉପାୟ ଲାଗୁ କରିବାର ନିର୍ଦ୍ଦେଶ ଦେଇଛନ୍ତି। ସୁପ୍ରିମକୋର୍ଟ କହିଛନ୍ତି ଶୁଣାଣି କିମ୍ବା ଆପତ୍ତି ଦାଖଲ କରିବା ବେଳେ କେବଳ ୨-୩ ବ୍ୟକ୍ତିଙ୍କୁ ଭିତରକୁ ଯିବାକୁ ଅନୁମତି ହେବ। ଶୁଣାଣି ସ୍ଥଳର ଆଖପାଖରେ ପ୍ରାୟ ୫ରୁ ଅଧିକ ଳୋକଙ୍କୁ ଏକାଠି ହେବା ଉପରେ ରୋକ ଲାଗି ରହିବ। ସୁପ୍ରିମକୋର୍ଟ ଗୃହ ସଚିବ, ଡିଜିପି ଓ ଜିଲ୍ଲା ମାଜିଷ୍ଟେ୍ରଟଙ୍କୁ ଏହା ସୁନିଶ୍ଚିତ କରିବାକୁ ହେବ ନ୍ୟାୟିକ ଅଧିକାରୀଙ୍କୁ ପୂର୍ଣ୍ଣ ସୁରକ୍ଷା ମିଳିବ, ଯାହାଫଳରେ ନିଜର କାମ ପୁରା ହୋଇପାରିବ।