ନୂଆଦିଲ୍ଲୀ,୨୮।୫: ୧୭୧ ଜଣଙ୍କୁ ଫେକ୍ ଏନକାଉଣ୍ଟ କରିଛି ଆସାମ ପୋଲିସ। ଏଭଳି ଏକ ଅଭିଯୋଗର ଆଜି ଶୁଣାଣି କରିଛନ୍ତି ସର୍ବୋଚ୍ଚ ନ୍ୟାୟଳୟ। କୋର୍ଟ ମାନବାଧିକାର କମିଶନଙ୍କୁ ମାମଲାର ନିରପକ୍ଷେ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। କୋର୍ଟ କହିଛନ୍ତି, ଅଭିଯୋଗ ରହିଛି କିଛି ଘଟଣା ନକଲି ଏନକାଉଣ୍ଟର ହୋଇପାରେ। ଏହା ଖୁବ୍ ଗମ୍ଭୀର ମାମଲା। ଯଦି ପ୍ରମାଣିତ ହୁଏ ତେବେ ଏହା ସମ୍ବିଧାନର ଧାରା ୨୧ ଅନୁସାରେ, ଜୀବନର ଉଲଂଘନ ମନେ କରାଯିବ।ନିରପେକ୍ଷ ଓ ସ୍ବତନ୍ତ୍ର ଯାଞ୍ଚ ପରେ କିଛି ମାମଲାର ଆଇନଗତ ସଠିକତା ଜଣାପଡିଥାଏ।’ କୋର୍ଟଙ୍କ ଏହି ନିର୍ଦେଶ ପରେ ଏବେ ଏହାର ଦାୟିତ୍ବ ଆସାମ ମାନବାଧିକାର କମିଶନର ହେବ। ସେ ସବୁ ମାମଲାର ନିରପେକ୍ଷ ଭାବରେ ଯାଞ୍ଚ କରି ଏହା ସୁନିଶ୍ଚିତ କରିବେ। ଏହା ସହ ପୀଡିତ ପରିବାରର କଥା ଶୁଣାଯାଉ। ସୁପ୍ରିମକୋର୍ଟ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ, ପ୍ରତି ମାମଲାକୁ ସ୍ବତନ୍ତ୍ର ଭାବରେ ଦେଖା ଯାଉ।’
କୋର୍ଟଙ୍କ ଏହି ନିର୍ଦେଶ ଏକ ଜନସ୍ବାର୍ଥ ମାମଲା ଦାଖଲ ପରେ ଆସିଛି। ଆବେଦନରେ ଅଭିଯୋଗ ହୋଇଥିଲା ଯେ, ଆସାମ ସରକାର ୨୦୧୪ ରେ ପିୟୁସିଏଲ ମାମଲାରେ ସର୍ବୋଚ୍ଚ ନ୍ୟାୟଳୟଙ୍କ ଗାଇଡଲାଇନକୁ ଉଲଂଘନ କରିଛନ୍ତି। ଗାଇଡଲାଇନ୍ରେ ପୋଲିସ ଏନକାଉଣ୍ଟର ଯାଞ୍ଚ ପାଇଁ ଆଧାର ପ୍ରସ୍ତୁତ କରିଥିଲା।ଜଷ୍ଟିସ୍ ସୂର୍ଯ୍ୟକାନ୍ତ ଓ ଜଷ୍ଟିସ୍ ଏନକେ ସିଂହ ଏହି ଗୁରୁତର ଅଭିଯୋଗର ନିରପେକ୍ଷ ଯାଞ୍ଚ ଦରକାର ବୋଲି କହିଛନ୍ତି। ସରକାରୀ ଅଧିକାରୀଙ୍କ ପକ୍ଷରୁ ଶକ୍ତିର ଦୂରୁପଯୋଗ କିମ୍ବା ବେଆଇନ ବଳର ପ୍ରୟୋଗ କ୍ଷମାଯୋଗ୍ୟ ନୁହେଁ ବୋଲି କହିଛନ୍ତି ସୁପ୍ରିମକୋର୍ଟ। ଆବେଦନକାରୀ ୧୭୧ ଏନକାଉଣ୍ଟରର ସୂଚୀ ପ୍ରସ୍ତୁତ କରିଛନ୍ତି, କିନ୍ତୁ କୋର୍ଟ ଜୋର ଦେଇଛନ୍ତି ଯେ, ତାକୁ ସମ୍ପୂର୍ଣ୍ଣ ଭାବରେ ଯାଞ୍ଚ ନକରାଯିବା ପର୍ଯ୍ୟନ୍ତ ଏହାକୁ ମିଛ ବୋଲି କହିହେବନି। ନ୍ୟାୟ ପାଇଁ ବ୍ୟକ୍ତିଗତ ଦୃଷ୍ଟିକୋଣର ଆବଶ୍ୟକତା ରହିଥାଏ।
ଏହି ଜନସ୍ବାର୍ଥ ମାମଲା ଜାନୁଆରୀ ୨୦୨୩ରେ ଗୌହାଟି ହାଇକୋର୍ଟର ଏକ ରାୟକୁ ଚ୍ୟାଲେଞ୍ଜ କରିଥିଲା। ଆବେଦନକାରୀ ହାଇକୋର୍ଟକୁ କହିଥିଲେ ଯେ ମେ ୨୦୨୧ ରୁ ରିଟ୍ ପିଟିସନ୍ ଦାଖଲ ହେବା ପର୍ଯ୍ୟନ୍ତ ୮୦ ରୁ ଅଧିକ ନକଲି ଏନକାଉଣ୍ଟର ହୋଇଛି, ଯାହା ଫଳରେ ୨୮ ଜଣଙ୍କ ମୃତ୍ୟୁ ଘଟିଛି। ଆସାମ ସରକାରଙ୍କ ସତ୍ୟପାଠରେ ମେ ୨୦୨୧ ରୁ ଅଗଷ୍ଟ ୨୦୨୨ ପର୍ଯ୍ୟନ୍ତ ୧୭୧ଟି ଘଟଣା ରେକର୍ଡ କରାଯାଇଛି, ଯେଉଁଥିରେ ୫୬ ଜଣଙ୍କର ମୃତ୍ୟୁ ଏବଂ ୧୪୫ ଜଣ ଆହତ ହୋଇଛନ୍ତି।