କଲେଜିୟମ୍ ବିବାଦରେ ଆଇନ୍ ମନ୍ତ୍ରୀ କିରଣ ରିଜ୍ଜୁଙ୍କ ବୟାନକୁ ଖାରଜ କଲେ ସୁପ୍ରିମକୋର୍ଟ: କହିଲେ, ‘ଏମିତି ହେବା ଉଚିତ୍ ନଥିଲା…’

ନୂଆଦିଲ୍ଲୀ ୨୮/୧୧: ଜଜଙ୍କ ନିଯୁକ୍ତିକୁ ନେଇ ଆଇନ ମନ୍ତ୍ରୀ କିରଣ ରିଜ୍ଜୁଙ୍କ ବୟାନକୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି । କିରଣ ରିଜ୍ଜୁ ଏକ ଟିଭି ଡିବେଟରେ କହିଥିଲେ କି ଯଦି ସୁପ୍ରିମକୋର୍ଟଙ୍କ କଲେଜିୟମଙ୍କୁ ଲାଗୁଛି କି ସରକାରଙ୍କ ତରଫରୁ କଲେଜିୟମ ସୁପାରିଶରେ ନିଷ୍ପତ୍ତି ନିଆଯାଉନି ତେବେ ସେ ଜଜଙ୍କ ନିଯୁକ୍ତି ଉପରେ ନୋଟିଫିକେସନ୍ ଜାରି କରିଦିଅନ୍ତୁ । ଏବେ ଏହା ଉପରେ ସୁପ୍ରିମକୋର୍ଟ ଶୁଣାଣି କରି ଏହାକୁ ଖାରଜ କରିଛନ୍ତି । ଜଷ୍ଟିସ୍ ଏସକେ କାଉଲ ଏଜି ଆର. ଭେଙ୍କଟରମଣୀଙ୍କୁ କହିଛନ୍ତି କି ଏମିତି ହେବା ଉଚିତ୍ ନଥିଲା । ଏହା ଭୁଲ୍ ।
ଏଥିରେ ଏଜି ଭେଙ୍ଗଟରମଣି କହିଛନ୍ତି କି ଏହା ମିଡିଆରେ ଛପିଥିବା ସୂଚନା । ଏହା କେବେକେବେ ଭୁଲ୍ ମଧ୍ୟ ହୋଇଯାଏ । ଏଥିରେ କୋର୍ଟ କହିଛନ୍ତି, ‘ପ୍ରେସ ରିପୋର୍ଟ ନୁହେଁ… ଏହା ଉଚ୍ଚ ପଦରେ ଥିବା ଜଣେ ବ୍ୟକ୍ତି କହିଛନ୍ତି ।’ ଦେଶର ଆଇନ୍ ମନ୍ତ୍ରୀ କିରଣ ରିଜ୍ଜୁ ଜଜଙ୍କ ନିଯୁକ୍ତି ବ୍ୟବସ୍ଥା ଉପରେ ଟିପ୍ପଣୀ କରିଥିଲେ କି କଲେଜିୟମ ପ୍ରଣାଳୀ ସମ୍ବିଧାନ ପାଇଁ ‘ଏଲିୟନ୍’ । ଏବେ ସୁପ୍ରିମକୋର୍ଟ କହିଛନ୍ତି ସରକାରଙ୍କ ତରଫରୁ ଜଜଙ୍କ ନାଁରେ ନିଷ୍ପତ୍ତି ନିଆଯାଇପାରିବ ନାହିଁ । ଏମିତି ହେଲେ ବ୍ୟବସ୍ଥା କାମ କେମିତି କରିବ । ଜଷ୍ଟିସ୍ ଏସକେ କୌଲ କହିଛନ୍ତି କି ‘ଲାଗୁଛି ଜାତୀୟ ନ୍ୟାୟିକ ନିଯୁକ୍ତି ଆୟୋଗକୁ ମଞ୍ଜୁରି ନମିଳିବା ଯୋଗୁଁ ସରକାର ଖପ୍ପା ଅଛନ୍ତି ।’
ତେବେ ଯେତେବେଳେ ଖବରକାଗଜରେ ଆଇନମନ୍ତ୍ରୀଙ୍କ ଛପିଥିବା ବୟାନ ସମ୍ପର୍କରେ କୁହାଗଲା କୋର୍ଟ କହିଲେ କି ‘ଆମେ ଏହାକୁ ଖାରଜ କରୁଛୁ ।’ ଏହି ମାମଲାରେ ସୁପ୍ରିମକୋର୍ଟ ଏଜି ଏବଂ ଏସଜିଙ୍କଠୁ ଜବାବ ମାଗିଛନ୍ତି । ଏହା ସହିତ ମାମଲାର ଶୁଣାଣି ୮ ଡିସେମ୍ବର ପର୍ଯ୍ୟନ୍ତ ସ୍ଥଗିତ କରିଦିଆଯାଇଛି । ଅର୍ଟାନୀ ଜେନେରାଲ କହିଛନ୍ତି କି ସେ ଏହି ମାମଲାରେ ସରକାରଙ୍କ ସହିତ ଆଲୋଚନା କରିବେ ଏବଂ ମାମଲାର ସମାଧାନ ପାଇଁ ଚେଷ୍ଟା କରିବେ ।
କହିରଖୁଛୁ କିରଣ ରିଜ୍ଜୁ କହିଥିଲେ କି ସୁପ୍ରିମକୋର୍ଟଙ୍କ କଲେଜିୟମ୍ ସମ୍ବିଧାନରେ ଏଲିୟନ୍ ଭଳି, ଯାହା କି ସବୁଠାରୁ ଅଲଗା । ସେ କହିଥିଲେ କି ସୁପ୍ରିମକୋର୍ଟ ନିଜ ବିବେକରେ ଅଦାଲତଙ୍କ ନିଷ୍ପତ୍ତି ମାଧ୍ୟମରେ କଲେଜିୟମ୍ ପ୍ରସ୍ତୁତ କରିଥିଲେ । ଯଦିଓ ୧୯୯୧ ପୂର୍ବରୁ ସମସ୍ତ ନ୍ୟାୟାଧିଶଙ୍କ ନିଯୁକ୍ତି ସରକାରଙ୍କ ଦ୍ୱାରା କରାଯାଉଥିଲା । ରିଜ୍ଜୁ କହିଥିଲେ କି ଭାରତର ସମ୍ବିଧାନ ସମସ୍ତଙ୍କ ପାଇଁ ବିଶେଷ ରୂପେ ସରକାରଙ୍କ ପାଇଁ ‘ଧାର୍ମିକ ଦସ୍ତାବେଜ’ । ଏହା ସହିତ ରିଜ୍ଜୁ ପ୍ରଶ୍ନ କରିଥିଲେ କି ‘କୌଣସି ବି ଜିନିଷ କେବଳ କୋର୍ଟ ବା କିଛି ଜଷ୍ଟିସଙ୍କ ଦ୍ୱାରା ନିଆଯାଇଥିବା ନିଷ୍ପତ୍ତି ଯୋଗୁଁ ସମ୍ବିଧାନରୁ ଅଲଗା, ଆପଣ କେମିତି ଆଶା କରିବେ କି ସାରା ଦେଶ ସେଥିରେ ସହମତି ଦେବ ।’