ନୂଆଦିଲ୍ଲୀ,୧୮/୨ : ଭାରତୀୟ କ୍ରିକେଟର ମହମ୍ମଦ ଶାମୀଙ୍କ ଓ୍ବାଇଫ୍ ହସିନ ଜହାଁ ନିଜ ପରିବାର ଏବଂ ଝିଅର ଶିକ୍ଷା କଥା କହି ଘରୋଇ ହିଂସା ଏବଂ ମେଣ୍ଟେନାନ୍ସ ମାମଲାକୁ କୋଲକାତାରୁ ଦିଲ୍ଲୀ ଟ୍ରାନ୍ସଫର କରିବାକୁ ଦାବି କରିଛନ୍ତି । ହସୀନ ଜହାଁ ଉଚ୍ଚ ନ୍ୟାୟାଳୟରେ ଆବେଦନ ଦାଖଲ କରିଥିଲେ କି ଘରୋଇ ହିଂସା ଅଧିନିୟମ ଏବଂ ଦଣ୍ଡ ପ୍ରକ୍ରିୟା ସଂହିତା ୧୨୫ମାଧ୍ୟମରେ ଦାଖଲ ମାମଲାକୁ କୋଲକାତାରୁ ଦିଲ୍ଲୀ ଶିଫ୍ଟ କରିବାକୁ ।

ଏହା ପୂର୍ବରୁ କୋଲକାତା ହାଇକୋର୍ଟ ମହମ୍ମଦ ଶାମୀଙ୍କୁ ଆଦେଶ ଦେଇଥିଲେ କି ସେ ନିଜ ଝିଅ ଏବଂ ସ୍ତ୍ରୀକୁ ୪ଲକ୍ଷ ପ୍ରତି ମାସ ଦେବାକୁ । ମାତ୍ର ଏହି ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ହସୀନ ସୁପ୍ରିମକୋର୍ଟରେ ପହଞ୍ଚିଥିଲେ । ଯେଉଁଠାରେ ସେ ଏହି ଭତ୍ତାକୁ ୪ଲକ୍ଷରୁ ୧୦ଲକ୍ଷ କରିବାକୁ ଡିମାଣ୍ଡ କରିଥିଲେ । ହସିନଙ୍କ ଆବେଦନ ଉପରେ ଶୁଣାଣି କରି ସୁପ୍ରିମକୋର୍ଟ ପଶ୍ଚିମବଙ୍ଗ ସରକାର ଏବଂ କ୍ରିକେଟର ମହମ୍ମଦ ଶାମୀଙ୍କୁ ନୋଟିସ୍ ଜାରି କରିଛନ୍ତି । ନୂଆ ଆବେଦନରେ ହସୀନ ଜହାଁଙ୍କ ପକ୍ଷରୁ କୁହାଯାଇଛି କି ମହମ୍ମଦ ଶାମୀଙ୍କ ପରିବାର ଉତ୍ତର ପ୍ରଦେଶର ଅମରୋହାରେ ରହୁଛନ୍ତି ଏବଂ ସେ ବି ନିଜ ଝିଅର ପାଠ ପଢା ଲାଗି ଦିଲ୍ଲୀ ଶିଫ୍ଟ ହୋଇଯାଇଛନ୍ତି । ଆବେଦନ କର୍ତ୍ତା କହିଛନ୍ତି କି ଏଥିଲାଗି କେଶକୁ କୋଲକାତାରୁ ଦିଲ୍ଲୀ ଶିଫ୍ଟ କରିବା ଉଭୟ ପକ୍ଷ ଲାଗି ସୁବିଧା ହେବ ।

ମହମ୍ମଦ ଶାମୀ ଏବଂ ହସୀନ ଜହାଁଙ୍କ ବିବାହ ୨୦୧୪ ଏପ୍ରିଲରେ ହୋଇଥିଲା । ଏହାପରେ ଆଗାମୀ ବର୍ଷ ତାଙ୍କର ଏକ ଝିଅ ଜନ୍ମ ହୋଇଥିଲା ଯାହାର ନାଁ ଥିଲା ଆୟରା ଶାମୀ । ୨୦୧୮ରେ ହସୀନ ଜହାଁ ଶାମୀ ଏବଂ ତାଙ୍କ ପରିବାର ଉପରେ ଘରୋଇ ହିଂସାର ଗମ୍ଭୀର ଅଭିଯୋଗ ଲଗାଇଥିଲେ ।