ନୂଆଦିଲ୍ଲୀ,୧୫।୩: ଆନ୍ଧ୍ର ପ୍ରଦେଶର ମୁଖ୍ୟମନ୍ତ୍ରୀ ଏନ୍. ଚନ୍ଦ୍ରବାବୁ ନାଇଡୁଙ୍କ ନେତୃତ୍ବରେ ୨୧ ବିରୋଧୀ ଦଳଙ୍କ ପକ୍ଷରୁ ଇଲୋଟ୍ରୋନିକ୍ ଭୋଟିଂ ମେସିନ୍(ଇଭିଏମ୍)କୁ ନେଇ ଦାଖଲ ପିଟିସନ୍ ଉପରେ ଆଜି ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି। ଏହି ମାମଲାରେ ସୁପ୍ରିମକୋର୍ଟ ନିର୍ବାଚନ କମିଶନ୍ ଏବଂ କେନ୍ଦ୍ର ସରକାରଙ୍କୁ ନୋଟିସ୍ ଜାରି କରିଛନ୍ତି। କୋର୍ଟ ଦୁହିଁଙ୍କୁ ୨୫ ମାର୍ଚ୍ଚ ପର୍ଯ୍ୟନ୍ତ ନିଜର ଜବାବ୍ ଦାଖଲ କରିବାକୁ କହିଛନ୍ତି।
{"id":7700,"width":739,"height":554}
ଏହି ପିଟିସନରେ ଦାବି କରାଯାଇଥିଲା ନିର୍ବାଚନ କମିଶନଙ୍କୁ ନିର୍ଦେଶ ଦିଆଯାଉ ଯେ ଗଣନା ବେଳେ ଅତି କମରେ ୫୦ ପ୍ରତିଶତ ଭିଭିପାଟ୍ (ଭୋଟର ଭେରିଫିଏବଲ ପେପର ଅଡିଟ୍ ଟ୍ରାୟଲ) ସ୍ଲିପକୁ ଗଣତି କରାଯାଉ। ମୁଖ୍ୟ ବିଚାରପତି ରଞ୍ଜନ ଗୋଗେଇଙ୍କ ନେତୃତ୍ବାଧୀନ ଗଠିତ ଖଣ୍ଡପୀଠ ନିର୍ବାଚନ କମିଶନଙ୍କୁ କହିଛନ୍ତି ଏହି ମାମଲାରେ କୋର୍ଟଙ୍କୁ ସହଯୋଗ କରିବା ପାଇଁ କୌଣସି ଜଣେ ବରିଷ୍ଠ ଅଧିକାରୀଙ୍କୁ ମୁତୟନ କରନ୍ତୁ। ମାମଲାରେ ଆଗାମୀ ଶୁଣାଣୀ ୨୫ ମାର୍ଚ୍ଚରେ କରାଯିବ।
{"id":7701,"width":740,"height":614}
ଉଲ୍ଳେଖନୀୟ ଯେ ସବୁବେଳେ ବିରୋଧୀ ଦଳ ପକ୍ଷରୁ ଇଭିଏମକୁ ନେଇ ପ୍ରଶ୍ନ ଉଠାଯାଇଥାଏ। ତାଙ୍କର ଦାବି ଯେ ନିର୍ବାଚନ ଫଳଫଳକୁ ଘୋଷିତ କରିବା ପୂର୍ବରୁ ଭିଭିପାଟ୍ ସ୍ଲିପକୁ ଇଭିଏମରେ ଦାଖ ଭୋଟ ସହ ମିଳାଇବା ଦରକାର। ଏଥିପାଇଁ ଚନ୍ଦ୍ରବାବୁ ନାଇଡୁ, ଅଖିଳେଶ ଯାଦବ, କେ.ସି ବେଣୁଗୋପାଳ, ଶରଦ ପାଓ୍ବାର, ଅରବିନ୍ଦ କେଜ୍ରିଓ୍ବାଲ, ସତୀଶ ଚନ୍ଦ୍ର ମିଶ୍ରଙ୍କ ସହିତ ୨୧ଟି ବିରୋଧୀ ଦଳର ନେତା ସୁପ୍ରିମକୋର୍ଟରେ ଅଭିଯୋଗ କରିଥିଲେ।