ନୂଆଦିଲ୍ଲୀ,୧୨।୨: ମନୋଜ ବାଜପେୟୀଙ୍କ ଅଭିନୀତ ଫିଲ୍ମ ‘ଘୁସଖୋର ପଣ୍ଡିତ’ର ଟାଇଟଲକୁ ନେଇ ଜାରି ରହିଛି ବିବାଦ। ଗୁରୁବାରର ସୁପ୍ରିମକୋର୍ଟରେ ଏହାର ଶୁଣାଣି ହୋଇଥିଲା। ଏହି ଫିଲ୍ମକୁ ଓଟିଟି ପ୍ଲାଟଫର୍ମ ନେଟଫ୍ଲିକ୍ସରେ ରିଲିଜ୍ ଉପର ରୋକ ଲଗାଇବାର ଦାବି ହୋଇଛି। ଆବେଦନକାରୀଙ୍କ ପକ୍ଷରୁ କୁହାଯାଇଥିଲା ଯେ, ଏହି ଫିଲ୍ମ ପାଇଁ ସାମ୍ପ୍ରଦାୟିକ ସୌହାର୍ଦ୍ଧତା ଓ ସାମ୍ବିଧାନିକ ମୂଲ୍ୟ ବିପଦରେ ରହିଛି। ଏହା ବ୍ରାହ୍ମଣ ସମାଜକୁ ବଦନାମ କରୁଛି । ସୁପ୍ରିମକୋର୍ଟରେ ଶୁଣାଣି ବେଳେ ଫିଲ୍ମ ମେକର୍ସ ନୀରଜ ପାଣ୍ଡେ ଓ ନେଟଫ୍ଲିକ୍ସକୁ କଡ଼ା ଭର୍ତ୍ସନା କରିଛନ୍ତି। ସୁପ୍ରିମକୋର୍ଟ କହିଛନ୍ତି, ଏଭଳି ଟାଇଟଲ ବ୍ୟବହାର କରି ସମାଜର ଗୋଟିଏ ବର୍ଗକୁ ବଦନାମ କରିହେବନି। ଏଭଳି ନାଁ କେବଳ ପବ୍ଲିସିଟି ଷ୍ଟଣ୍ଟ ପାଇଁ ବଛାଯାଏ। ପେଯରି ବିବାଦ ହେବ।
ଜଷ୍ଟିସ୍ ବିବି ନାଗରତ୍ନଙ୍କ ଖଣ୍ଡପୀଠ ‘ଘୁସଖୋର ପଣ୍ଡତ’ର ପିଲ୍ମ ମେକରଙ୍କୁ କହିଛନ୍ତି, କୌଣସି ବର୍ଗକୁ ଅପମାନିତ କରିବା ଭୁଲ୍। ସମାଜରେ ପୂର୍ବରୁ ଅନେକ ଫାଟ ରହିଛି।ଏହାକୁ ଆହୁରି ବଢିବାକୁ ଦିଅନ୍ତୁ ନାହିଁ। କୋର୍ଟ ନୋଟିସ୍ ଜାରି କରିଛନ୍ତି ଓ କହିଛନ୍ତି, ଆପଣ ନାଁ ବଦଳିବା କଥା କହିଛନ୍ତି,ଆମକୁ କୁହନ୍ତୁ କ’ଣ ନାଁ ରଖିବାକୁ ଯାଉଛନ୍ତି ? ଏହା ବି କୁହନ୍ତୁ ଆପଣ କେଉଁ ଫିଲ୍ମରେ କେଉଁ ବର୍ଗ ବିଷୟରେ କୌଣସି ଆପତ୍ତିଜନକ କଥା ରଖିଛନ୍ତି କି ନାହିଁ। ଏହି ମାମଲାରେ ଆଗାମୀ ଶୁରାଣି ୧୯ ଫେବୃଆରୀରେ ହେବ।
ବଦଳା ଯିବ ନାଁ
ପୂର୍ବରୁ ମଙ୍ଗଳବାର ଦିଲ୍ଲୀ ହାଇକୋର୍ଟ ନେଟଫ୍ଲିକ୍ସର ଫିଲ୍ମ ‘ଘୁସଖୋର୍ ପଣ୍ଡିତ’ର ରିଲିଜ୍ ଏବଂ ଷ୍ଟ୍ରିମିଂ ଉପରେ ରୋକ ଲଗାଇବା ପାଇଁ ଏକ ଆବେଦନର ଶୁଣାଣି କରିଥିଲେ। ଆବେଦନରେ ଯୁକ୍ତି ଦିଆଯାଇଥିଲା ଯେ ଫିଲ୍ମର ଶୀର୍ଷକ ଏବଂ ପ୍ରସ୍ତାବିତ ବିଷୟବସ୍ତୁ ମାନହାନିକାରକ ଏବଂ ସାମ୍ପ୍ରଦାୟିକ ଭାବରେ ଆପତ୍ତିଜନକ। ଶୁଣାଣି ସମୟରେ, ନେଟଫ୍ଲିକ୍ସ କୋର୍ଟକୁ ଜଣାଇଥିଲା ଯେ ନିର୍ମାତାମାନେ ଫିଲ୍ମର ନାମ ପରିବର୍ତ୍ତନ କରିବାକୁ ପ୍ରସ୍ତୁତ। ପ୍ଲାଟଫର୍ମ ଖଣ୍ଡପୀଠକୁ ଆଶ୍ୱାସନା ଦେଇଥିଲା ଯେ ଶୀର୍ଷକ ପରିବର୍ତ୍ତନ କରାଯିବ। ଏହା ମଧ୍ୟ କହିଛି ଯେ ଫିଲ୍ମ ସହିତ ଜଡିତ ସମସ୍ତ ପ୍ରମୋସନାଲ ମ୍ୟାଟେରିଆଲ ପୂର୍ବରୁ ସୋସିଆଲ ମିଡିଆରୁ ହଟାଇ ଦିଆଯାଇଛି।
କିଏ କରିଥିଲେ ଆବେଦନ ?
ସୁପ୍ରିମକୋର୍ଟରେ ଏହି ଜନସ୍ବାର୍ଥ ମାମଲା ବ୍ରାହ୍ମଣ ସମାଜ ଅଫ୍ ଇଣ୍ଡିଆର ଜାତୀୟ ସଂଗଠନ ସଚିବ ଅତୁଲ ମିଶ୍ରା ଦାୟର କରିଛନ୍ତି। ସେ ନେଟଫ୍ଲିକ୍ଦ ରେ ରିଲିଜ୍ ହେବାକୁ ଥିବା ଏହି ଫିଲ୍ମ ଉପରେ ରୋକ ଲଗାଇବାର ଦାବି କରିଛନ୍ତି। ଆବେଦନରେ କହିଛନ୍ତି, ଫିଲ୍ମର ଟାଇଟଲ ଓ କାହାଣୀ ଆରମ୍ଭରୁ ଆପତ୍ତିଜନକ ଓ ଅମପାନଜନକ ରହିଛି। ଯାହାକି ବ୍ରାହ୍ମଣ ସମାଜକୁ ବଦନାମ କରୁଛି। ଆବେଦନରେ ବିଶେଷ ଭାବରେ ‘ପଣ୍ଡିତ’ଶବ୍ଦର ବ୍ୟବହାର ଉପରେ ଆପତ୍ତି ପ୍ରକାଶ କରାଯାଇଛି। ଯାହାକୁ ଜାତି ଓ ଧର୍ମ ସହ ଯୋଡି ପରିଚୟ ଦିଆଯାଉଛି। ଏହା ସହ ‘ଘୁସଖୋର’ ବା ଲାଞ୍ଚୁଆ ଭଳି ଶବ୍ଦ ଯୋଡା ଯାଇଛି। ଏହା ହିନ୍ଦୁ ପୂଜାରୀ ଏବଂ ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟର ଭାବମୂର୍ତ୍ତିକୁ କ୍ଷୁର୍ଣ୍ଣ କରେ। ପିଟିସନରେ ଫିଲ୍ମର ମୁକ୍ତିଲାଭ ଏବଂ ଅନଲାଇନ୍ ଷ୍ଟ୍ରିମିଂ ଉପରେ ତୁରନ୍ତ ସ୍ଥଗିତ ରଖିବାକୁ ଦାବି କରାଯାଇଥିଲା।
ଆହୁରି ପଢନ୍ତୁ :ଟଙ୍କା କଟିବା ପରେ ଟ୍ରେନ୍ ଟିକେଟ୍ ନମିଳିଲେ କ’ଣ କରିବେ ? ଆଇଆରସିଟିସି କହିଲା କିପରି ବୁଡିବନି ଟଙ୍କା