ନୂଆଦିଲ୍ଲୀ,୧୧।୨: ଆଜିର ସମୟରେ ଅଧିକାଂଶ ଲୋକ ଟ୍ରେନ୍ ଟିକେଟ ଆଇଆରସିଟିସିର ଓ୍ବେବସାଇଟ୍ କିମ୍ବା ଆପ୍ରୁ ବୁକ୍ କରନ୍ତି। କିନ୍ତୁ ଟିକେଟ ବୁକ୍ କରିବା ସମୟରେ ସବୁଠାରୁ ବଡ଼ ସମସ୍ୟା ସେତେବେଳେ ହୁଏ,ଯେତେବେଳେ ଟଙ୍କା ବ୍ୟାଙ୍କ ଆକାଉଣ୍ଟରୁ କଟିଯାଏ,କିନ୍ତୁ ଟିକେଟ୍ ବୁକ୍ ହୁଏନି। ଏଭଳି ସ୍ଥିତିରେ ନାଁ ତୁରନ୍ତ ଟଙ୍କା ମିଳେ କିମ୍ବା ଟଙ୍କା ଫେରି ନଥାଏ। ବହୁବାର ଯାତ୍ରୀ ନିଜ ଟଙ୍କା ପାଇବାକୁ ବହୁଦିନ ପର୍ଯ୍ୟନ୍ତ ଅପେକ୍ଷା କରିଥାନ୍ତି। ବିଶେଷ ଭାବରେ ତତ୍କାଳ ଟିକେଟ ବୁକିଂ କିମ୍ବା ଭିଡ ଥିବା ସମୟରେ ଏହି ସମସ୍ୟା ଅଧିକ ଦେଖିବାକୁ ମିଳିଥାଏ। ନେଟଓ୍ବର୍କ ସ୍ଲୋ ହେବା,ପେମେଣ୍ଟ ଅଟକି ଯିବା କିମ୍ବା ଟିକେଟ ଫେଲ୍ ଭଳି ଘଟଣା ପାଇଁ ପ୍ରତିଦିନ ଲକ୍ଷାଧିକ ଯାତ୍ରୀଙ୍କ କ୍ଷେତ୍ରରେ ଦେଖିବାକୁ ମିଳିଥାଏ। କିନ୍ତୁ ଏବେ ଆଇଆରସିଟିସି ଯାତ୍ରୀଙ୍କ ଏହି ବଡ଼ ସମସ୍ୟାକୁ ବୁଝି ଏକ ନୂଆ ଫିଚର ଲଞ୍ଚ କରିଛି।

ଏହି ନୂତନ ଫିଚର ସାହାଯ୍ୟରେ ଯଦି ଟିକେଟ୍ ବୁକିଂ ସମୟରେ ଟଙ୍କା କଟିଯାଏ କିନ୍ତୁ ଟିକେଟ ନହୁଏ ତେବେ ସେହି ଟଙ୍କା ବୁଡିଯିବ ନାହିଁ। ଯାତ୍ରୀମାନେ ରିଫଣ୍ଡ ପାଇଁ ଅଧିକ ସମୟ ଅପେକ୍ଷା ନକରି ସମାନ ପରିମାଣରେ ଟିକେଟ୍ ପୁଣି ବୁକ୍ କରିପାରିବେ। ଏହାର ଅର୍ଥ ହେଉଛି ଟ୍ରେନ୍ ଟିକେଟ୍ ବୁକ୍ କରିବା ସମୟରେ ଟଙ୍କା ହରାଇବାର ଭୟ ଏବେ ପ୍ରାୟତଃ ଦୂର ହୋଇଛି। ଏହି ଫିଚର୍ସ ସାଧାରଣ ଯାତ୍ରୀଙ୍କୁ ସିଧାସଳଖ ଆଶ୍ୱସ୍ତି ପ୍ରଦାନ କରିବ।

ଆପଣ ଟିକେଟ ବୁକ୍ କରିଛନ୍ତି, ଏହାପରେ ଟଙ୍କା ବ୍ୟାଙ୍କରୁ କଟିଯାଏ। ଆଇଆରସିଟିସିକୁ ସଫଳ ପେମେଣ୍ଟ ରେସପନ୍ସ ନମିଳିଲେ ଟିକେଟ ହେବନି। ଆପଣ ରିଜ୍ୟୁମ୍/ରିଏଣ୍ଟ୍ରି ବୁକିଂ ପ୍ରେସ୍ କରି ତାକୁ ପୁଣିଥରେ ବୁକିଂ କରିପାରିବେ। ନୂଆ ବୁକିଂର ଦାମ୍ ପୂର୍ବଭଳି ହେବ। ଏହାର ଅର୍ଥ ଏହି ଟଙ୍କା ରିଫଣ୍ଡର ଅପେକ୍ଷା ନକରି ତୁରନ୍ତ ଅନ୍ୟ ବୁକିଂରେ ବ୍ୟବହାର ହୋଇଯାଏ। ଆଇଆରସିଟିସିର ଏହି ନୂଆ ଫିଚର ଦ୍ବାରା ଯାତ୍ରୀଙ୍କୁ ବହୁ ବଡ଼ ଲାଭ ମିଳିବ। ଟଙ୍କା କଟିବା କିମ୍ବା ଟେନସନ୍ କମ୍ ହେବ। ରିଫଣ୍ଡର ଲମ୍ବା ଅପେକ୍ଷା କରିବାକୁ ପଡିବନି। ଟିକେଟ ପୁଣିଥରେ ବୁକ୍ କରିବାର ସୁଯୋଗ ମିଳିବ। ତତ୍କାଳ ବୁକିଂରେ କ୍ଷତିରୁ ଆଶ୍ବସ୍ଥି ମିଳିବ। ଭରସା ସହିତ ଅନଲାଇନ୍ ଟିକେଟ ବୁକିଂ କରିପାରିବେ।

ଆହୁରି ପଢନ୍ତୁ: ଅଷ୍ଟମ ବେତନ କମିଶନ୍‌ରେ ୯ ଲକ୍ଷ ପର୍ଯ୍ୟନ୍ତ ମିଳିପାରେ ଏରିଅର, ଏହି ଫର୍ମୁଲାରେ କର୍ମଚାରୀଙ୍କ ଉପରେ ହେବ ଧନ ବର୍ଷା