ଭୁବନେଶ୍ୱର,୨୯/୧୦: ବାତ୍ୟା ପରବର୍ତ୍ତୀ ସ୍ଥିତିର ସମୀକ୍ଷା କରିଛନ୍ତି ରାଜସ୍ଵ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ  ସୁରେଶ ପୂଜାରୀ।  ସେ କହିଛନ୍ତି,  ବାତ୍ୟାରେ ୩୩ଟି ବ୍ଲକ ଓ ୧୧ ଟି ସହରାଞ୍ଚଳ ପ୍ରଭାବିତ ହୋଇଛି। ଏନେଇ ୧୮ ହଜାରରୁ ଅଧିକ ଲୋକଙ୍କୁ ରନ୍ଧା ଖାଦ୍ୟ ଦିଆଯାଇଛି। ତେବେ କିଛି ଘରର କାନ୍ଥ ପଡିବା ରିପୋର୍ଟ ଆମ ପାଖରେ ପହଞ୍ଚିଛି। ସେହିପରି ଖୁବଶୀଘ୍ର ଆକଳନ ହେବ କ୍ଷୟକ୍ଷତି। 

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଆସନ୍ତାକାଲିଠାରୁ କ୍ଷୟକ୍ଷତି ଆକଳନ ପାଇଁ ଜିଲ୍ଲପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି। କ୍ଷତି ହୋଇଥିବା ଶସ୍ୟ ଠିକ ଆକଳନ କରିବେ ଅଧିକାରୀ । ୭୨ ଘଣ୍ଟାରେ ଦେବେ ରିପୋର୍ଟ। ବହୁଜାଗାରେ ଘର କାନ୍ଥ ପଡିଛି ସେମାନଙ୍କୁ ପଲିଥିନ ଦିଆଯାଇଛି। ଘର କ୍ଷତି ହୋଇଥିଲେ ଆକଳନ ପରେ କ୍ଷତିପୂରଣ ଦିଆଯିବ। ଆକଳନ ବେଳେ ବ୍ୟାଙ୍କ ଖାତା, ଆକାଉଣ୍ଟ ନଂ ମାଗିବେ ଅଧିକାରୀ।ଅନଲାଇନରେ ତୁରନ୍ତ ଦିଆଯିବ କ୍ଷତିପୂରଣ। ୩୧ ତାରିଖ ଯାଏଁ ସତର୍କ ରହିବାକୁ ପଡିବ ବୋଲି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି।