ହୋଲି ବିଜ୍ଞାପନକୁ ନେଇ ବିବାଦରେ ‘ସର୍ଫ ଏକ୍ସେଲ’, ସୋସିଆଲ ମିଡିଆରେ ବୟକଟ୍ ଅପିଲ

ନୂଆଦିଲ୍ଲୀ,୧୦।୩: ହୋଲି କେ ଦିନ ଦିଲ୍ ମିଲ୍ ଜାତେ, ରଙ୍ଗୋ ମେ ରଙ୍ଗ ମିଲ୍ ଜାତେ… ପ୍ରସିଦ୍ଧ ହିନ୍ଦୀ ଫିଲ୍ମ ଶୋଲେର ,ଏହି ଗୀତ ହୋଲିରେ ଭାଇଚାରାର ବାର୍ତ୍ତା ପ୍ରଦାନ କରୁଛି। ଏଭଳି ଏକ ବାର୍ତ୍ତା ଓ୍ବାଶିଂ ଡିଟରଜେଣ୍ଟ ’ସର୍ଫ ଏକ୍ସେଲ’ ପକ୍ଷରୁ ଦେବାର ଚେଷ୍ଟା କରାଯାଇଥିଲା। କିନ୍ତୁ ଏହାକୁ ଏବେ ଯୋରଦାର ଭାବରେ ବିରୋଧ କରାଯାଉଛି। ’ସର୍ଫ ଏକ୍ସେଲ’ର ନୂଆ ବିଜ୍ଞାପନରେ ଏକ ହିନ୍ଦୁ ଝିଅ ଓ ଏକ ମୁସଲିମ୍ ପୁଅକୁ ଦେଖିବାକୁ ମିଳୁଛି।
#BoycottSurfExcel from today only. And remember this incident in future as well. pic.twitter.com/5gUKVvr8O6
— Bhupendra Solanki (@solanki3007) March 10, 2019
ପ୍ରାୟ ୧ ମିନିଟର ଏହି ବିଜ୍ଞାପନରେ ଦେଖିବାକୁ ମିଳୁଛି ହିନ୍ଦୁ ଝିଅଟିଏ ନିଜର ଘର ପାଖାପାଖି ଧଳାରଙ୍ଗର ଟି-ସାର୍ଟ ପିନ୍ଧି ସାଇକେଲରେ ବୁଲୁଛି ଓ ତାକୁ ସବୁ ସାଙ୍ଗ ପିଲାମାନେ ଘରର ବାଲକୋନି ଉପରୁ ରଙ୍ଗ ପକାଉଛନ୍ତି। ଶେଷରେ ସମସ୍ତଙ୍କ ପାଖରୁ ରଙ୍ଗ ଶେଷ ହୋଇଯାଉଛି। ଏହାପରେ ଝିଅଟି ନିଜର ଏକ ମୁସଲିମ ସାଙ୍ଗର ଘର ବାହାରେ ପହଁଞ୍ଚି କହେ ସବୁ ରଙ୍ଗ ଶେଷ ହୋଇଯାଇଛି, କାହା ପାଖରେ ନାହିଁ। ଏହାପରେ ମୁସଲିମ୍ ପୁଅଟିକୁ ସାଇକେଲରେ ମସଜିଦ୍ ବାହାରେ ଛାଡିଦିଏ। ଅଳ୍ପ ହସି ଦେଇ ପୁଅଟି ନମାଜ ପଢିବାକୁ ଯାଉଛି କହି ଚାଲିଯାଏ। ସିଢି ଚଢିବା ବେଳେ ଝିଅଟି କହେ ପରେ ରଙ୍ଗ ପଡିବ।

ତେବେ ଏହି ବିଜ୍ଞାପନଟି ଆସିବା ପରେ ଦକ୍ଷିଣପନ୍ଥୀ ଲୋକ ଏହାକୁ ବିରୋଧ କରିଛନ୍ତି। ସେମାନଙ୍କ ମତରେ ବିଜ୍ଞାପନ ଜରିଆରେ କମ୍ପାନୀ ହିନ୍ଦୁ ଧର୍ମର ଭାବନାକୁ ଆଘାତ ଦେଇଛି। ଗତ ୨୭ ଫେବୃଆରୀରେ ରିଲିଜ୍ ହୋଇଥିବା ଏହି ବିଜ୍ଞାପନକୁ ୟୁଟ୍ୟୁବରେ ଏପର୍ଯ୍ୟନ୍ତ ୭୭,୩୭,୮୦୦ ଜଣ ଦେଖିସାରିଛନ୍ତି। ତେବେ କିଛି ଲୋକ ଏହାକୁ ହିନ୍ଦୁ ବିରୋଧୀ ଓ ବିବାଦୀୟ ବୋଲି କହିଛନ୍ତି। ଗତ କାଲି ସନ୍ଧ୍ୟା ପର୍ଯ୍ୟନ୍ତ # ବୟକଟ୍ ସର୍ଫଏକ୍ସେଲ ଟ୍ବିଟରରେ ଟପ୍ ଟ୍ରେଣ୍ଡ କରିବାରେ ଲାଗିଥିଲା।