ପ୍ରମୁଖ ଖବର
  • ବିହାର ପଟଣାରେ ଭୟାବହ ଅଗ୍ନିକାଣ୍ଡ; ହୁତୁ ହୁତୁ ହୋଇ ଜଳିଲା ହୋଟେଲ, ୩ ମୃତ
  • ||
  • କନିଷ୍ଠ ଶିକ୍ଷକ ନିଯୁକ୍ତି ମାମଲା, ଡିଭିଜନ ବେଞ୍ଚରେ ଅପିଲ କଲେ ରାଜ୍ୟ ସରକାର
  • ||
  • ପୁରୀରେ ପହଞ୍ଚିଲା ଦ୍ବିତୀୟ ପର୍ଯ୍ୟାୟ ରଥକାଠ, ସମୁଦାୟ ୨୫ ଖଣ୍ଡ କାଠ ଆସିଲା
  • ||
  • ବିଶ୍ୱ ମ୍ୟାଲେରିଆ ଦିବସ, ଏ ବର୍ଷର ଥିମ ‘ଅଧିକ ସମନ୍ୱିତ ବିଶ୍ୱ ପାଇଁ ମ୍ୟାଲେରିଆ ବିରୋଧୀ ଲଢ଼େଇକୁ ତ୍ୱରାନ୍ୱିତ କରିବା’
  • ||
  • ରବିବାର କଟକ ଆସିବେ ରାହୁଲ ଗାନ୍ଧୀ, କଂଗ୍ରେସ କର୍ମୀଙ୍କୁ ଦେବେ ବିଜୟ ମନ୍ତ୍ର
  • ||
  • IPL 2024: ଆଜି ବେଙ୍ଗାଲୁରୁକୁ ଭେଟିବ ହାଇଦ୍ରାବାଦ, ପ୍ଲେ-ଅଫ ପାଇଁ ରୟାଲ୍‌ ଚ୍ୟାଲେଞ୍ଜର୍ସର ଶେଷ ସୁଯୋଗ
  • ||
  • ଓଡ଼ିଶାର ପ୍ରଥମ ହସ୍ପିଟାଲ: ସମ୍‌ ଅଲ୍ଟିମେଟ୍‌ ମେଡିକେୟାରକୁ ଜେସିଆଇ ପ୍ରାଇମ୍‌ ସାର୍ଟିଫିକେଟ୍‌
  • ||

ଚନ୍ଦ୍ରର ଚଟାଣ ପାଣି ତିଆରି କରିବାର ଫ୍ୟାକ୍ଟ୍ରି : ନାସା

ଓ୍ବାଶିଂଟନ୍,୨୧।୨: ଚନ୍ଦ୍ରରେ ମାନବ ସଭ୍ୟତାକୁ ଅବସ୍ଥାପିତ କରିବା ଚେଷ୍ଟାରେ ବୈଜ୍ଞାନିକମାନେ ପ୍ରତିଦିନ କିଛି ନା କିଛି ନୂଆ ଆବିଷ୍କାରରେ ଲାଗିପଡିଛନ୍ତି। ଚନ୍ଦ୍ରରେ ମଣିଷ ରହିବାର ଏକ ଆଶାର କିରଣ ଦେଖିବାକୁ ମିଳିଛି। ଆମେରିକା ମହାକାଶ ଏଜେନ୍ସି ନାସାର କହିବା ଅନୁସାରେ ଚନ୍ଦ୍ରର ଚଟାଣ ପାଣି ତିଆାରି କରିବା ପାଇଁ  କେମିକାଲ ଫ୍ୟାକ୍ଟ୍ରି ଭଳି କାମ କରିଥାଏ। ଯେଉଁଠାରେ ପାଣି ତିଆରି କରିବା ପାଇଁ ଜରୁରୀ ଘଟକର ନିର୍ମାଣ ହୋଇଥାଏ। ଚନ୍ଦ୍ରରେ ଏହି ବିଶେଷ୍ବତ ସେଠାରେ ମଣିଷଙ୍କ ବସତିରେ ସହାୟକ ହୋଇପାରେ।

{"id":4666}

ଏକ କମ୍ପ୍ୟୁଟର ପୋଗ୍ରାମର ସାହାର୍ଯ୍ୟରେ ବୈଜ୍ଞାନିକଙ୍କୁ ଚନ୍ଦ୍ରପୃଷ୍ଠରେ ଏକ ରାସାୟନିକ ପକ୍ରିୟା ସମ୍ପର୍କରେ ଜଣାପଡିଛି। ଚନ୍ଦ୍ର ପୃଷ୍ଠ ସହିତ ସୌର ବାୟୁ   ମାଡ ହେବା ଦ୍ବାରା ଏହି ପକ୍ରିୟା ହୋଇଥାଏ। ଜେଜିଆର ପ୍ଲାନେଟସ୍ ଜର୍ନାଲରେ ପ୍ରକାଶିତ ରିପୋର୍ଟ ଅନୁସାରେ ଯେତେବେଳେ ୪୫୦ କିଲୋମିଟର ପ୍ରତି ସେକେଣ୍ଡ ବେଗରେ ସୌରବାୟୁ କୁହାଯାଉଥିବା ଅବେଶିତ କଣିକା ଚନ୍ଦ୍ରପୃଷ୍ଠରେ ମାଡ ହୋଇଥାଏ ସେଠାରେ ବହୁ ମାତ୍ରାରେ ଏଭଳି ତତ୍ତ୍ବ ମିଳିଥାଏ ଯାହାଦ୍ବାରା ପାଣି ତିଆରି କରିହେବ।

{"id":4667}

ବୈଜ୍ଞାନିକଙ୍କ କହିବା ଅନୁସାରେ ସୌର ବାୟୁରେ ପ୍ରୋଟୋନ ରହିଥାଏ। ଏହି ପ୍ରୋଟୋନ ଚନ୍ଦ୍ର ପୃଷ୍ଠରେ ପହଁଞ୍ଚି ସେଠାରେ ଉପସ୍ଥିତ ଇଲୋକଟ୍ରୋନ ସହିତ କ୍ରିୟା କରି ହାଇଡ୍ରୋଜେନର ନିର୍ମାଣ କରିଥାଏ। ଏହାପରେ ଏହି ହାଇଡ୍ରୋଜେନ୍ ପରମାଣୁ ସେଠାରେ ମାଟି ଓ ସିଲିକାରେ ଥିବା ଅକ୍ସିଜେନ୍ ସହିତ ପକ୍ରିୟା କରିଥାଏ। ନାସାର ଗୋଡାର୍ଡ ସ୍ପେସ୍ ଫ୍ଲାଇଟ୍ ସେଣ୍ଟରର ବୈଜ୍ଞାନିକ ଓ୍ବିଲିୟମ ଏମ.ଫେରେଲ କହିଛନ୍ତି ଏହି ସମ୍ପୂର୍ଣ୍ଣ ପକ୍ରିୟା କୌଣସି କେମିକାଲ ଫ୍ୟାକ୍ଟ୍ରି ଭଳି ହୋଇଥାଏ। ଆମକୁ ଲାଗିଥାଏ ପାଣି ଏକ ଅଦ୍ଭୁତ କିମ୍ବା ବିଶେଷ ତତ୍ତ୍ବ। କିନ୍ତୁ ସତ କଥା ହେଉଛି ପ୍ରତ୍ୟେକ ଚଟାଣରେ ପାଣି ହେବାର କ୍ଷମତା ଥାଏ। ବିଶେ​‌ଷ​‌ ଭାବରେ ଯଦି ସେହି ଚଟାଣରେ ସୌର ବାୟୁ ମାଡ ହୋଇଥାଏ। ବୈଜ୍ଞାନିକ ଓରେଥଲ ଜେମ୍ସ ଟକର କହିଛନ୍ତି ଚନ୍ଦ୍ରରେ ପାଣିର ଘଟକ ମାତ୍ରାର ସୂଚନା ନାସା ପାଇଁ ଖୁବ୍ ଗୁରୁତ୍ବପୂର୍ଣ୍ଣ। ଚନ୍ଦ୍ରରେ ମାନବ ସଭ୍ୟତା ବିକଶିତ କରିବା ପାଇଁ  ଏହି ଅଭିଯାନର ବଡ ଭୂମିକା ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.