PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୂଆଦିଲ୍ଲୀ : ଆସାମ ବନ୍ୟା ପୀଡିତଙ୍କ ପାଇଁ ସାହାଯ୍ୟର ହାତ ବଢାଇଲେ ଫିଲ୍ମ ନିର୍ମାତା କରନ ଜୋହର, ରିଲିଫ ପାଣ୍ଠିକୁ ଦେଲେ ୧୧ଲକ୍ଷ
  • ||
  • ଭୁବନେଶ୍ବର : କଂଗ୍ରେସ ବିଧାୟକ ରାଜନ ଏକ୍କାଙ୍କୁ ଭେଟିଲେ ବିଜେଡି ଟିମ୍, ରାଷ୍ଟ୍ରପତି ପ୍ରାର୍ଥି ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ କରିବାକୁ କଲେ ନିବେଦନ
  • ||
  • କଟକ : ପ୍ରକାଶ ପାଇଲା ମାଟ୍ରିକ ପରୀକ୍ଷା ଫଳ, ଚଳିତ ବର୍ଷ ପାସ ହାର ୯୦.୫୫
  • ||
  • ନିଶ୍ଚିନ୍ତକୋଇଲି : କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଥାନା ସୁକରପଡା ଗାଁରେ ପାରିବାରିକ କଳହରୁ ମା’କୁ ହତ୍ୟା କରିଛି ପୁଅ
  • ||
  • ଆନନ୍ଦପୁର : ଶାଳବଣୀ ଛକ ନିକଟରେ ଟାୟାର ଫାଟିଯିବାରୁ ପୋଲିସ ହାବୁଡରେ ଧରାପଡିଲା ବେଆଇନ ଗୋ-ଚାଲାଣ ଟ୍ରକ, ଜବତ କଲା ଆନନ୍ଦପୁର ପୋଲିସ
  • ||
  • ଭୁବନେଶ୍ୱର : ଅଭିନେତ୍ରୀ ରଶ୍ମିରେଖାଙ୍କ ମୃତ୍ୟୁ ଘଟଣା, ପ୍ରେମିକ ସନ୍ତୋଷ ପାତ୍ର ରାଉରକେଲା ବାସନ୍ତୀକଲୋନୀରେ ଆତ୍ମହତ୍ୟା କରିଛନ୍ତି
  • ||
  • ରାଉରକେଲା : ରାଉରକେଲାରେ ୩୧୧ କୋଟିର GST ଠକେଇ, ବନ୍ଧାହେଲେ ୫ ବ୍ୟବସାୟୀ
  • ||
  • ରାୟଗଡ଼ା : ଚାନ୍ଦିଲି ଥାନା ଅନ୍ତର୍ଗତ ୩୨୬ ନମ୍ବର ଜାତୀୟ ରାଜପଥର ହାତୀଖମ୍ବ ଗାଁ ନିକଟରେ ଏକ ଯାତ୍ରୀବାହୀ ବସ୍ ଓଲଟି ଜଣେ ମହିଳାଙ୍କ ମୃତ୍ୟୁ, ୩୦ ଆହତ
  • ||

ଏବେ ହାଫିଜ ସଇଦ ଓ ଆଝାର ବିରୋଧରେ ହେଉ କାର୍ଯ୍ୟାନୁଷ୍ଠାନ: ଓଓ୍ବେସୀ

ନୂଆଦିଲ୍ଲୀ,୨୬।୨: ପୁଲଓ୍ବାମା ଆତଙ୍କବାଦୀ ଆକ୍ରମଣ ପରେ ସାରାଦେଶ ପାକିସ୍ତାନ ବିରୋଧରେ ରହିଛି। ଭାରତୀୟ ବାୟୁସେନାର ସର୍ଜିକାଲ ଷ୍ଟ୍ରାଇକ୍ କରି ପାକିସ୍ତାନରେ ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦର କ୍ୟାମ୍ପ ଏବଂ ଲଞ୍ଚ ପ୍ୟାଡ୍ ଧ୍ବଂସ କରିଦେଇଛି।  ଏହି ଘଟଣା ପରେ ଏଆଇଏମଆଇଏମର ନେତା ଅସଦୁଦ୍ଦିନ ଓଓ୍ବେସୀ ଏହାର ପ୍ରଶଂସା କରିଛନ୍ତି। ଏହାକୁ ନେଇ ସେ କହିଛନ୍ତି ପୁଲଓ୍ବାମା ଆକ୍ରମଣର ୨-୩ ଦିନ ଭିତରେ ଏଭଳି ପ୍ରତିକ୍ରୀୟ ଆଶା କରୁଥିଲି। ମୁଁ ଏହାକୁ ସ୍ବାଗତ କରୁଛି। ମୁଁ ସରକାରଙ୍କ ସହ ରହିଛି। ଯଦିଓ ବିଦେଶୀ ପ୍ରତିପକ୍ଷ ଏହାକୁ ବେଆଇନ ସେନା କାର୍ଯ୍ୟାନୁଷ୍ଠାନ କହୁଛି କିନ୍ତୁ ଏହା ଏଭଳି ଏକ ପଦକ୍ଷେପ ଯାହାର ଆଶା ମୁଁ କରୁଥିଲି। ମୋତେ ଲାଗୁଥିଲା ସରକାରଙ୍କୁ ଏଥିରେ ସମୟ ଲାଗିବ। ଏବେ ମୋର ଆଶା ସରକାର ମାସୁଦ ଆଝାର ଓ ହାଫିଜ ସଇଦ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ।

ସମ୍ବନ୍ଧିତ ଖବର