ନୂଆଦିଲ୍ଲୀ, ୭/୨ : ଟି-୨୦ ବିଶ୍ବକପରେ ଭାରତ ନିଜର ଅଭିଯାନ ଆମେରିକା ବିପକ୍ଷରୁ ଆରମ୍ଭ କରିବ । ଟି-୨୦ ବିଶ୍ବକପରେ ଆମେରିକା ପକ୍ଷରୁ ଖେଳୁଥିବା କିଛି ଖେଳାଳି ଆମେରିକାରେ ଜନ୍ମ । ବାକି ଖେଳାଳି ବାହାର ଦେଶର । ତେବେ ଆମେରିକା ଦଳରେ ଭାରତୀୟ, ପାକିସ୍ତାନୀରେ ଜନ୍ମ ହୋଇଥିବା ଖେଳାଳି ମଧ୍ୟ ସ୍ଥାନ ପାଇଛନ୍ତି । ସେମାନେ ଆମେରିକାରେ ରହି ଖେଳିବା ପରେ ଦଳରେ ସୁଯୋଗ ମିଳିଛି । ଏହାସହ ଆମେରିକାର ଅଧିନାୟକ ଦାୟିତ୍ବ ତୁଲାଇଥିବା ମୋନାଙ୍କ ପଟେଲ ହେଉଛନ୍ତି ଭାରତୀୟ । ଏହାସହ ୩ ଜଣ ପାକିସ୍ତାନରରେ ଜନ୍ମିତ ଖେଳାଳି ମଧ୍ୟ ଏହି ଟିମରେ ରହିଛନ୍ତି ।

ଆମେରିକା ପକ୍ଷରୁ ଖେଳୁଥିବା ହରମିତ୍ ସିଂହ, ଯିଏକି କୁମ୍ବାଇରେ ଜନ୍ମିତ । ଏହାସହ ସେ ଭାରତୀୟ ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ ସହ ମଧ୍ୟ ପୂର୍ବରୁ ଏକାଠି ଖେଳିଛନ୍ତି । କିନ୍ତୁ ଏବେ ପରମ୍ପର ବିପକ୍ଷରେ ମଇଦାନୁ ଓହ୍ଲାଇବେ । ୧୯୯୨ ଜନ୍ମିତ ଏହି ଖେଳାଳି ଇଣ୍ଡିଆ-ବି, ଇଣ୍ଡିଆ ଅଣ୍ଡର-୧୯, ମୁମ୍ବାଇ ଏବଂ ରେଷ୍ଟ ଅଫ୍ ଇଣ୍ଡିଆ ପକ୍ଷରୁ ମଧ୍ୟ ଖେଳି ସାରିଛନ୍ତି । ସେ ବ୍ୟାଟିଂ ସହ ସ୍ପିନ୍ ବୋଲିଂ ମଧ୍ୟ କରନ୍ତି । ସୂର୍ଯ୍ୟକୁମାର ଯାଦବଙ୍କ ସହ ଗୋଟିଏ ଟିମରେ ୬ଟି ମ୍ୟାଚ ମଧ୍ୟ ଖେଳିଛନ୍ତି । ୨୦୧୫ ମସିହାରେ ସେମାନେ ଖେଳୁଥିଲେ । ମାତ୍ର ଏବେ ସେ ଆମେରିକା ପକ୍ଷରୁ ଖେଳୁଛନ୍ତି । ପୂର୍ବରୁ ଭାରତ ବିପକ୍ଷରେ ଗୋଟିଏ ମ୍ୟାଚ ମଧ୍ୟ ଖେଳିସାରିଛନ୍ତି ହରମିତ୍ । ୨୦୨୪ ଟି-୨୦ ବିଶ୍ବକପରେ ସେ ଭାରତ ବିପକ୍ଷରେ ମ୍ୟାଚ ଖେଳିଥିବାବେଳେ ଏବେ ଦ୍ବିତୀୟ ଥର ପାଇଁ ଭାରତ ବିପକ୍ଷରେ ମଇଦାନୁ ଓହ୍ଲାଇବାକୁ ଯାଉଛନ୍ତି ।

ଏହାସହ ପଢ଼ନ୍ତୁ : ସବୁ ପ୍ରେମ ପାଇଁ... ୫ ବର୍ଷ ପୂର୍ବେ ସ୍ବାମୀଙ୍କୁ ମାରିଥିଲେ, ଏବେ ସ୍ତ୍ରୀକୁ ଗୁଳି