ନୂଆଦିଲ୍ଲୀ, ୭/୨ : ପ୍ରେମରୁ ଆରମ୍ଭ ହତ୍ୟାରେ ଶେଷ । ବିବାହିତ ମହିଳାଙ୍କୁ ହତ୍ୟା ଗୁଳି କରି ହତ୍ୟା । କଟିହାର ପୁଲିସ ଷ୍ଟେସନରେ ଘଟିଛି ଏଭଳି ହତ୍ୟାକାଣ୍ଡ । ମୃତ ମହିଳା ଜଣକ ହେଲେ କାଜଲ । ପୁଲିସ ତାଙ୍କ ମୃତଦେହକୁ ଉଦ୍ଧାର କରିଥିବାବେଳେ ଘଟଣାର ତଦନ୍ତ ଆରମ୍ଭ କରିଛି । ଏହି ଘଟଣାକୁ ନେଇ ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି । ତେବେ ଏହି ଘଟଣା ଆଜିର ନୁହେଁ । ଏହି ହତ୍ୟା ଘଟଣା ପଛରେ ଲୁଚି ରହିଛି ୫ ବର୍ଷର କାହାଣୀ । ଯାହାକି କୌଣସି ଫିଲ୍ମ କାହାଣୀଠାରୁ ମଧ୍ୟ କମ୍ ନୁହେଁ ।

ସେପଟେ ଜଣେ ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ୫ ବର୍ଷ ପୂର୍ବେ କାଜଲଙ୍କ ସ୍ବାମୀ ସୁରେଶଙ୍କୁ ହତ୍ୟା କରାଯାଇଥିଲା । ଶ୍ବଶୁର ଘରେ ତାଙ୍କର ହତ୍ୟା ହୋଇଥିଲା । ଆଉ ଏବେ କାଜେଲଙ୍କ ହତ୍ୟା କରାଯାଇଛି । ତାଙ୍କ ବାପାଙ୍କ କହିବା ଅନୁସାରେ କାଜଲଙ୍କୁ ଜଣେ ଯୁବକ ରାତିରେ ପ୍ରତିଦିନ ଦେଖା କରିବାକୁ ଆସୁଥିଲେ । କେବଳ ଏତିକି ନୁହେଁ ତାଙ୍କର କିଛି ଫଟୋ ଏବଂ ଭିଡିଓ ମଧ୍ୟ ଭାଇରାଲ ହୋଇଛି । ତେବେ ଏହା ପଛରେ ହତ୍ୟାର କାରଣ ମଧ୍ୟ ଲୁଚି ରହିଥିବା ଅନୁମାନ କରିଛି ପୁଲିସ ।

ସେପଟେ ପୁଲିସ ସୂତ୍ରରୁ ମିଳିଥିବା ଖବର ଅନୁସାରେ ଫଟୋ ଏହି ହତ୍ୟା ପଛରେ ରହିଛି ପ୍ରେମ ବ୍ୟାପାର । ପ୍ରେମ ପାଇଁ ହତ୍ୟା କରାଯାଇଛି । ପୂର୍ବରୁ ମଧ୍ୟ କାଜଲଙ୍କୁ ହତ୍ୟା ଧମକ ଆସିଛି । ତେବେ କିଏ ଏବଂ କାହିଁକି ଧମକ ଦେଉଥିଲା ଏହା ଉପରେ ତଦନ୍ତ ଆରମ୍ଭ କରାଯାଇଛି । ଏହାସହ କୁହାଯାଉଛି କି, ଏହି ପ୍ରେମ ପାଇଁ ସ୍ବାମୀ ରମେଶ ମଧ୍ୟ ବଳି ପଡ଼ିଥାଇପାରନ୍ତି । ସବୁ ଦିଗକୁ ଲକ୍ଷ୍ୟ କରି ପୁଲିସ ଏବେ ତଦନ୍ତ ଆରମ୍ଭ କରିଛି ।

ଏହାସହ ପଢ଼ନ୍ତୁ : ନିଷ୍ପତ୍ତି ବଦଳାଇବ ପାକିସ୍ତାନ, କହିଲା ଭାରତ ବିପକ୍ଷରେ....