PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରାପଡ଼ା : ସିମେଣ୍ଟ ଇଟାଭାଟି ମାଲିକଙ୍କୁ ବିଭତ୍ସ ଭାବେ ହତ୍ୟା, ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ଵର : ରାଜଧାନୀରୁ ଲୁଟେରା ଗ୍ୟାଙ୍ଗ ଗିରଫ, ୧୭୧ ଗ୍ରାମର ସୁନା ଜବତ
  • ||
  • ଢେଙ୍କାନାଳ : କପି ଯାଞ୍ଚ୍ ବାହାନାରେ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ, ପରୀକ୍ଷା କେନ୍ଦ୍ର ସମ୍ମୁଖରେ ଛାତ୍ରଛାତ୍ରୀଙ୍କ ଧାରଣା
  • ||
  • ଝାରସୁଗୁଡ଼ା : ଏସଏମସି ପାୱାର ଜେନେରେସନ କାରଖାନାରେ ଦୁର୍ଘଟଣା, ନିଆଁରେ ପୋଡ଼ି ହୋଇ ଶ୍ରମିକ ଗୁରୁତର
  • ||
  • ଭୁବନେଶ୍ଵର : ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ କୁଲତା ସମାଜ, ନୃସିଂହନାଥ ପୀଠର ଉନ୍ନତିକରଣ ପଦକ୍ଷେପ ପାଇଁ ଦେଲେ ଧନ୍ୟବାଦ
  • ||
  • ମାର୍ଶାଘାଇ : ଦିନ ଦ୍ଵିପ୍ରହରେ ଲୁଟ୍, ମହିଳାଙ୍କୁ ଭୁଜାଲି ଦେଖାଇ ଅଳଙ୍କାର ଲୁଟିନେଲେ ୨ ଦୁର୍ବୃତ୍ତ
  • ||
  • ବିଜୟ ହଜାରେ ଟ୍ରଫି: ଇତିହାସ ରଚିଲେ ଋତୁରାଜ, ଗୋଟିଏ ଓଭରରେ ମାରିଲେ ୭ ଛକା
  • ||
  • କେନ୍ଦ୍ରାପଡ଼ା : ସିମେଣ୍ଟ ଇଟାଭାଟି ମାଲିକଙ୍କୁ ବିଭତ୍ସ ଭାବେ ହତ୍ୟା, ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର
  • ||
  • କେନ୍ଦ୍ରାପଡ଼ା: ବାଲିଆ ବାଣ ବିସ୍ଫୋରଣ ଅଘଟଣ: ଏସ୍‌ସିବିରେ ଆଉ ଜଣଙ୍କ ମୃତ୍ୟୁ, ଆହୁରି ୧୧ ଜଣଙ୍କ ଅବସ୍ଥା ଗୁରୁତର
  • ||
  • କଟକ: ଡିସେମ୍ବର ୯ରୁ ମାଟ୍ରିକ୍‌ ଏସ୍‌ଏ-୧ ଖାତା ଦେଖା, ୫୬ଟି କେନ୍ଦ୍ରରେ ହେବ ମୂଲ୍ୟାୟନ
  • ||
  • ଭୁବନେଶ୍ୱର: ରାଜ୍ୟରେ ଶୀତ ଲହରୀ ଅସମ୍ଭାଳ: ୧୦ ଡିଗ୍ରୀ ତଳେ ୭ ସହର, ସେମିଳିଗୁଡା ସବୁଠୁ ଥଣ୍ଡା
  • ||

ଟି-ଟ୍ବେଣ୍ଟି ବ୍ୟାଟିଂ ରାଙ୍କିଂରେ ନମ୍ବର ୧ ନିକଟତର ସୂର୍ଯ୍ୟକୁମାର ଯାଦବ, କୋହଲିଙ୍କୁ ବି ଫାଇଦା

ନୂଆଦିଲ୍ଲୀ ୨୮/ ୦୯: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ପକ୍ଷରୁ ବୁଧବାର ଟ୍ବେଣ୍ଟି ଟ୍ବେଣ୍ଟି ଫର୍ମାଟ ଖେଳାଳିଙ୍କ ସଦ୍ୟ ରାଙ୍କିଂ ଜାରି କରିଛି । ଟି-୨୦ ଫର୍ମାଟରେ ଭାରତ ଏବଂ ପାକିସ୍ତାନ ବ୍ୟାଟର୍‌ ଚମକୁଥିବା ଦେଖିବାକୁ ମିଳିଛି । ଟିମ୍‌ ଇଣ୍ଡିଆର ମିଡିଲ ଅର୍ଡର ବ୍ୟାଟର୍‌ ସୂର୍ଯ୍ୟକୁମାର ଯାଦବ ଲମ୍ବା ଲମ୍ପ ମାରିଛନ୍ତି । କ୍ରିକେଟର ସବୁଠାରୁ ଛୋଟ ଫର୍ମାଟରେ ସୂର୍ଯ୍ୟକୁମାର ଯାଦବ ୪ର୍ଥ’ ରୁ ଦୁଇଟି ସ୍ଥାନ ଉପରକୁ ଉଠି ଏବେ ଦ୍ବିତୀୟ ସ୍ଥାନରେ ରହିଛନ୍ତି । ବିରାଟ କୋହଲି ମଧ୍ୟ ଗୋଟିଏ ସ୍ଥାନ ଉପରକୁ ଉଠି ୧୫ତମ ସ୍ଥାନରେ ରହିଛନ୍ତି ।

ସୂର୍ଯ୍ୟକୁମାର ଯାଦବ (ସ୍କାଏ) ୮୦୧ ପଏଣ୍ଟ ପାଇଥିବା ବେଳେ ପାକିସ୍ତାନର ମହମ୍ମଦ ରିଜଓ୍ବାନ ୮୬୧ ପଏଣ୍ଟ ସହ ଟ୍ବେଣ୍ଟି ଟ୍ବେଣ୍ଟି ଫର୍ମାଟ୍‌ର ଶୀର୍ଷରେ ରହିଛନ୍ତି । ଦ୍ବିତୀୟରେ ସୂର୍ଯ୍ୟକୁମାର ଥିବାବେଳେ, ୭୯୯ ପଏଣ୍ଟ ସହିତ ପାକ୍‌ ଅଧିନାୟକ ବାବର ଆଜମ ତୃତୀୟ ସ୍ଥାନରେ ରହିଛନ୍ତି । ଦକ୍ଷିଣ ଆଫ୍ରିକାର ଏଡେନ୍‌ ମାର୍କରମ୍‌ ୪ର୍ଥ, ଅଷ୍ଟ୍ରେଲିଆର ଆରୋନ୍‌ ଫିଞ୍ଚ ୫ମ ସ୍ଥାନରେ ରହିଛନ୍ତି । ବ୍ୟାଟର୍‌ ତାଲିକାର ଶୀର୍ଷ ୧୦ ମଧ୍ୟରେ ଏକମାତ୍ର ଭାରତୀୟ ଭାବେ କେବଳ ସୂର୍ଯ୍ୟକୁମାର ଯାଦବ ହିଁ ରହିଛନ୍ତି ।

ସେହିଭଳି ବୋଲିଂ ତାଲିକାରେ ଅଷ୍ଟ୍ରେଲିଆର ଜୋସ୍‌ ହେଜେଲଉଡ ୭୩୭ ପଏଣ୍ଟ ସହ ପ୍ରଥମ ସ୍ଥାନରେ ରହିଛନ୍ତି । ଦ୍ବିତୀୟରେ ତବରିଜ୍‌ ସାମସୀ, ଇଂଲଣ୍ଡର ଆଦିଲ ରସିଦ ତୃତୀୟ ସ୍ଥାନରେ ରହିଛନ୍ତି । ଏକମାତ୍ର ଭାରତୀୟ ଭାବେ ଭୁବନେଶ୍ବର କୁମାର ୬୫୮ ପଏଣ୍ଟ ସହିତ ୧୦ମ ସ୍ଥାନରେ ରହିଛନ୍ତି । ଅଲରାଉଣ୍ଡର ଭାବେ ମଧ୍ୟ ଜଣେ ମାତ୍ର ଭାରତୀୟ କ୍ରିକେଟର ରହିଛନ୍ତି । କ୍ୟାରିୟରର ଶ୍ରେଷ୍ଠ ଫର୍ମରେ ଥିବା ହାର୍ଦ୍ଧିକ ପାଣ୍ଡ୍ୟା ୧୮୪ ପଏଣ୍ଟ ସହିତ ଅଲରାଉଣ୍ଡର ତାଲିକାର ୫ମ ସ୍ଥାନରେ ରହିଛନ୍ତି । ଆଫଗାନିସ୍ତାନ ଅଲରାଉଣ୍ଡର ମହମ୍ମଦ ନବୀ ୨୪୬ ପଏଣ୍ଟ ସହ ଅଲରାଉଣ୍ଡର ତାଲିକା ଶୀର୍ଷରେ ରହିଛନ୍ତି ।

ସମ୍ବନ୍ଧିତ ଖବର